Below header

ଚର୍ଚ୍ଚାରେ ହ୍ରିତିକ-ଦୀପିକାଙ୍କ ସିଜିଲିଂ କେମେଷ୍ଟ୍ରି, ଜାନୁଆରୀରେ ରିଲିଜ ହେବ ଫିଲ୍ମ

ନିକଟରେ ଏହି ଫିଲ୍ମର ଦ୍ଵିତୀୟ ଗୀତ 'ଇସ୍କ ଜୈସା କୁଛ' ରିଲିଜ ହୋଇଛି । ଏହି ଗୀତରେ ହ୍ରିତିକ-ଦୀପିକାଙ୍କ ମଧ୍ୟରେ ଦମଦାର କେମେଷ୍ଟ୍ରି ସହ ରୋମାନ୍ସ ଦେଖିବାକୁ ମିଳିଛି । ଯାହାପରେ ହ୍ରିତିକ-ଦୀପିକାଙ୍କ ପାଇଁ ଫ୍ୟାନ୍ସମାନେ ଦିୱାନା ହୋଇଯାଇଛନ୍ତି ।

ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଫାଇଟର’ର ଟ୍ରେଲର ରିଲିଜ ହେବା ପରଠାରୁ ଏହା ଇଣ୍ଡଷ୍ଟ୍ରିରେ ଖୁବ ଚର୍ଚ୍ଚାରେ ରହିଛି । ପ୍ରଥମ ଥର ପାଇଁ ବଡ ପରଦାରେ ନଜର ଆସିଛି ହ୍ରିତିକ-ଦୀପିକାଙ୍କ ଯୋଡି । ଏହି ଯୋଡିକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରୁଛନ୍ତି । ନିକଟରେ ଏହି ଫିଲ୍ମର ଦ୍ଵିତୀୟ ଗୀତ ‘ଇସ୍କ ଜୈସା କୁଛ’ ରିଲିଜ ହୋଇଛି । ଏହା ଏକ ରୋମାଣ୍ଟିକ ଟ୍ରାକ ।

ଏହି ଗୀତରେ ହ୍ରିତିକ-ଦୀପିକାଙ୍କ ମଧ୍ୟରେ ଦମଦାର କେମେଷ୍ଟ୍ରି ସହ ରୋମାନ୍ସ ଦେଖିବାକୁ ମିଳିଛି । ଯାହାପରେ ହ୍ରିତିକ-ଦୀପିକାଙ୍କ ପାଇଁ ଫ୍ୟାନ୍ସମାନେ ଦିୱାନା ହୋଇଯାଇଛନ୍ତି । ରିଲିଜ ହେବା ମାତ୍ରେ ହି ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି ଏହି ଗୀତ । ଏହି ଗୀତକୁ ବିଶାଲ-ଶେଖର, ମେଲୋ-ଡି ଏବଂ ଶିଳ୍ପା ରାଓ ଗାଇଥିବାବେଳେ ବିଶାଲ-ଶେଖର ଏହାକୁ କମ୍ପଜୋ କରିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ୨୫, ୨୦୨୪ରେ ଫିଲ୍ମ ‘ଫାଇଟର’ ସିନେମା ହଲରେ ରିଲିଜ ହେବ । ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଆକ୍ସନରେ ଭରପୂର । ଦୀପିକା ପାଦୁକୋନ ଏବଂ ହ୍ରିତିକ ରୋଶନଙ୍କ ବ୍ୟତୀତ ଅନିଲ କପୁର, ଅକ୍ଷୟ ଓବରୋଏ ଏବଂ କରଣ ସିଂ ଗ୍ରୋଭର ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.