କ’ଣ ରିଲେସନସିପ୍‌ରେ ଅଛନ୍ତି ହ୍ରିତିକ ରୋଶନ? ରହସ୍ୟମୟୀ ଯୁବତୀଙ୍କ ସହ ଆସିଲେ ନଜର; ଫ୍ୟାନମାନେ ପଚାରୁଛନ୍ତି ଏମିତି ପ୍ରଶ୍ନ…

ବଲିଉଡ ଅଭିନେତା ହ୍ରିତିକ ରୋଶନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ପତ୍ନୀ ସୁଜୈନ ଖାନଙ୍କ ସହିତ ଛାଡପତ୍ର ପରେ ଏ ପର୍ଯ୍ୟନ୍ତ ତାଙ୍କ ନାମ ଆଉ କାହା ସହ ଯୋଡ଼ି ହୋଇ ନ ଥିଲା। କିନ୍ତୁ ଏବେ ତାଙ୍କୁ ଜଣେ ମିଷ୍ଟ୍ରି ଗାର୍ଲଙ୍କ ସହିତ ସ୍ପଟ୍‌ କରାଯାଇଛି, ଯାହା ପରେ ତାଙ୍କ ରିଲେସନସିପ୍‌କୁ ନେଇ ଖବର ବ୍ୟାପିବାରେ ଲାଗିଛି। ହ୍ରିତିକ ରୋଶନଙ୍କୁ ମୁମ୍ବାଇର ଖାର ଅଞ୍ଚଳରେ ଜଣେ ଯୁବତୀଙ୍କ ସହିତ ଦେଖିବାକୁ ମିଳିଥିଲା, ଯାହା ପରେ ପ୍ରଶଂସକମାନେ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି। କିଏ ଏହି ରହସ୍ୟମୟୀ ଯୁବତୀ, ତାହା ଜାଣିବା ପାଇଁ ଫ୍ୟାନମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ସେହି ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ରହସ୍ୟମୟୀ ଯୁବତୀଙ୍କ ସହ ଡିନର କରିବାକୁ ପହଞ୍ଚିଥିଲେ ହ୍ରିତିକ

ନିକଟରେ ହ୍ରିତିକ ରୋଶନ ଜଣେ ଯୁବତୀଙ୍କ ସହିତ ଡିନର କରିବାକୁ ଏକ ରେଷ୍ଟୁରାଣ୍ଟ ପହଞ୍ଚିଥିଲେ। ଯେମିତି ହିଁ ସେମାନେ ରେଷ୍ଟୁରାଣ୍ଟରୁ ବାହାରିଥିଲେ, ତ ପାପାରାଜି ସେମାନଙ୍କୁ ସ୍ପଟ୍‌ କରି ନେଇଥିଲେ। ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ହ୍ରିତିକ ରୋଶନ ଜଣେ ଯୁବତୀଙ୍କ ହାତ ଧରି ରେଷ୍ଟୁରାଣ୍ଟରୁ ବାହାରୁଛନ୍ତି। ସେ ଯୁବତୀଙ୍କୁ କାରରେ ବସାଉଛନ୍ତି ଏବଂ ନିଜେ ମଧ୍ୟ ସେହି କାରରେ ବସି ସେଠାରୁ ପଳାଉଛନ୍ତି। ଯଦିଓ ଏହି ସମୟରେ ଯୁବତୀଙ୍କ ଚେହେରା ଜଣାପଡ଼ି ନ ଥିଲା, କାହିଁକି ନା, ସେ ମୁହଁରେ ମାସ୍କ ପିନ୍ଧିଥିଲେ।

ଲୋକେ ପଚାରିଲେ ଏମିତି ପ୍ରଶ୍ନ

ଏହି ଭିଡିଓକୁ ସେଲିବ୍ରିଟି ଫଟୋଗ୍ରାଫର ୟୋଗେନ ଶାହ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେମିତି ହିଁ ରହସ୍ୟମୟୀ ଯୁବତୀଙ୍କ ସହ ହ୍ରିତିକ ରୋଶନଙ୍କର ଏହି ଭିଡିଓ ଭାଇରାଲ ହୋଇଥିଲା, ତ ଲୋକମାନେ ନାନା ପ୍ରଶ୍ନ ପଚାରିବା ଆରମ୍ଭ କରି ଦେଇଥିଲେ। ଯୁବତୀ କିଏ, ତାଙ୍କ ନାମ କ’ଣ, ଏହିପରି ଅନେକ ପ୍ରଶ୍ନର ଉତ୍ତର ଫ୍ୟାନମାନେ ଜାଣିବାକୁ ଇଚ୍ଛା କରିଥିଲେ। ତେବେ କିଛି ଲୋକ ଅନୁମାନ କରି କହିଥିଲେ, ହ୍ରିତିକ୍ ଏହି ଯୁବତୀଙ୍କୁ ଡେଟ୍ କରୁଛନ୍ତି। ଏହି ସମୟରେ କିଛି ୟୁଜର କହିଥିଲେ ଯେ ବୋଧହୁଏ ସେହି ଯୁବତୀ ତାଙ୍କ ପରିବାର ସଦସ୍ୟ ହୋଇଥିବେ।

ହ୍ରିତିକ ରୋଶନଙ୍କ ଫିଲ୍ମ

କହି ରଖୁଛୁ କି, ଆଜିକାଲି ହ୍ରିତିକ ରୋଶନ ନିଜ କାମ ଉପରେ ଅଧିକ ଫୋକସ୍‌ କରୁଛନ୍ତି। ତାଙ୍କର ଗୋଟିଏ ପରେ ଗୋଟିଏ ଅନେକ ଜବରଦସ୍ତ ଚଳଚ୍ଚିତ୍ର ଆସୁଛି। ନିକଟରେ ହ୍ରିତିକଙ୍କ ନୂଆ ଚଳଚ୍ଚିତ୍ର ‘Vikram Vedha’ରୁ ତାଙ୍କର ପ୍ରଥମ ଲୁକ୍ ଜାରି କରାଯାଇଥିଲା। ଏହା ହେଉଛି ତାମିଲ ସୁପରହିଟ୍ ଫିଲ୍ମ ‘Vikram Vedha’ର ହିନ୍ଦୀ ରିମେକ୍। ଏହି ଫିଲ୍ମରେ ତାଙ୍କ ସହିତ ସୈଫ୍‌ ଅଲୀ ଖାନ ଓ ରାଧିକା ଆପ୍ତେଙ୍କ ଭଳି ସେଲିବ୍ରିଟି ନଜର ଆସିବେ। ଏହା ବ୍ୟତୀତ ତାଙ୍କ ଫିଲ୍ମ ‘ଫାଇଟର୍’ ମଧ୍ୟ ପାଇପଲାଇନରେ ଅଛି, ଯେଉଁଥିରେ ସେ ଦୀପିକା ପାଦୁକୋନଙ୍କ ସହ କାମ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେଉଛନ୍ତି, ଯିଏକି, ସୁପରହିଟ୍ ଫିଲ୍ମ ‘War’ର ମଧ୍ୟ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ।

 

View this post on Instagram

 

A post shared by yogen shah (@yogenshah_s)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.