ବିଜେଡିରେ ଯୋଗ ଦେଲେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ଭୁବନେଶ୍ବର (କେ ନ୍ୟୁଜ୍) : ନିଜ କଣ୍ଠର ଯାଦୁରେ ଶ୍ରୋତାଙ୍କୁ ମତୁଆଲା କରୁଥିବା ହ୍ୟୁମାନ ସାଗର କଳାକ୍ଷେତ୍ରରୁ ଲମ୍ଫ ଦେଇଛନ୍ତି ରାଜନୀତି କ୍ଷେତ୍ରକୁ ।ବିଜେଡିରେ ଯୋଗ ଦେଇଛନ୍ତି ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଯୋଗ ଦେଇଛନ୍ତି ହ୍ୟୁମାନ। ତାଙ୍କ ଯୋଗଦାନ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଆ ଯୁବବର୍ଗଙ୍କୁ ନିଜ କଣ୍ଠର ଯାଦୁରେ ମତୁଆଲା କରିଥିବା ହ୍ୟୁମାନ ଦଳ ଯାହା ଦାୟିତ୍ୱ ଦେବ ତାକୁ ନିର୍ବାହ କରିବେ ବୋଲି କହିଛନ୍ତି। ଆଗାମୀ ନିର୍ବାଚନରେ ଦଳ ପକ୍ଷରୁ ସେ ପ୍ରଚାର କରିବେ ବୋଲି କୁହାଯାଇଛି।