ଅଭିନନ୍ଦନଙ୍କ ଏମ୍‌ଆରଆଇ ସ୍କାନ, ମେରୁଦଣ୍ଡରେ ଲାଗିଛି ଆଘାତ

ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଏମ୍‌ଆରଆଇ ସ୍କାନ କରାଯାଇଛି। ତାଙ୍କ ଶରୀରରୁ କୌଣସି ବଗ୍‌ ମିଳି ନାହିଁ। ସ୍କାନରୁ ଜଣା ପଡିଛି, ମେରୁଦଣ୍ଡର ତଳ ଆଡକୁ ଆଘାତ ଲାଗିଛି। ବିମାନରୁ ଅବତରଣ ସମୟରେ ଏହି ଆଘାତ ଲାଗିଥିଲା ଅନୁମାନ କରାଯାଉଛି।

ସେପଟେ ଭାରତର MiG-21ରୁ ପାକିସ୍ତାନର ଲଢୁଆ ବିମାନ F-16କୁ ଟାର୍ଗେଟ୍‌ କରି ମାରି ଖସାଇ ଦେଇଥିଲେ ଅଭିନନ୍ଦନ। MiG-21ରୁ ସେ R-73 ମିସାଇଲ୍‌ ବ୍ୟବହାର କରି ଧ୍ୱଂସ କରିଥିଲେ ପାକିସ୍ତାନର ଲଢୁଆ ଯୁଦ୍ଧ ବିମାନ। ଏହାପରେ ଅଭିନନ୍ଦନ ରେଡ଼ିଓ ମେସେଜରେ କହିଥିଲେ ନଷ୍ଟ ହୋଇଛି ପାକିସ୍ତାନର F-16। ତାପରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପାରାଚୁଟରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଓହ୍ଲାଇବା ପରେ ପାକିସ୍ତାନ ସେନା ହାତରେ ଧରା ପଡ଼ିଥିଲ ଅଭିନନ୍ଦନ। ତାପୂର୍ବରୁ ସେଇଟା ଥିଲା ଅଭିନନ୍ଦନଙ୍କର ବାୟୁସେନାକୁ ଶେଷ ମେସେଜ୍‌।