ଫିନାଲେ ପୂର୍ବରୁ କଙ୍ଗନା ରାଣାଓ୍ଵତ୍‌ଙ୍କ ଶୋ’ ‘ଲକ୍‌ଅପ୍‌’ ଉପରେ ରୋକ୍‌ ଲଗାଇଲେ କୋର୍ଟ, ଆଉ ହେବନି ପ୍ରସାରଣ

‘ଲକ୍‌ ଅପ୍‌’ର ଫିନାଲେ ପୂର୍ବରୁ ଏକତା କପୁରଙ୍କୁ ଝଟ୍‌କା। ଏକତା କପୁରଙ୍କ ଶୋ’ ଲକ୍‌ ଅପ୍‌ ଉପରେ ହାଇଦ୍ରାବାଦର କୋର୍ଟ ରୋକ୍‌ ଲଗାଇ ଦେଇଛନ୍ତି। ଏକତା କପୁରଙ୍କ ଉପରେ କପି ରାଇଟ୍‌ ଉଲ୍ଲଂଘନ କରିବା ନେଇ ଅଭିଯୋଗ ହୋଇଛି। ପ୍ରକାଶ ଯେ କଙ୍ଗନା ରାଣାଓ୍ଵତଙ୍କ ଦ୍ୱାରା ହୋଷ୍ଟିଂ ରିଆଲିଟି ଶୋ’ ଲକ୍‌ ଅପ୍‌ ଏବେ ଅନେକ କାରଣ ଯୋଗୁ ବେଶ୍‌ ଚର୍ଚ୍ଚାରେ ରହିଛି।

ଅଭିଯୋଗକାରୀ ପ୍ରାଇଡ୍‌ ମିଡିଆର ଚେୟାରମ୍ୟାନ୍‌ ସନୋବର ବେଗ୍‌ କହିଛନ୍ତି, ହାଇଦ୍ରାବାଦର ସିଟି ସିଭିଲ୍‌ କୋର୍ଟ ଏକତା କପୁରଙ୍କ ରିଆଲିଟି ଶୋ’ ଲକ୍‌ ଅପ୍‌କୁ ସମସ୍ତପ୍ଲାଟଫର୍ମରେ ଷ୍ଟ୍ରିମ୍‌ କରିବା ଉପରେ ରୋକ୍‌ ଲଗାଯାଇଛି। ଏ ନେଇ ତାଙ୍କୁ ସୂଚନା ମଧ୍ୟ ଦିଆଯାଇଥିଲା। କିନ୍ତୁ ସେ ଶୋ’ ବନ୍ଦ କରିବା ପରିବର୍ତ୍ତେ ଜାରି ରଖିଛନ୍ତି।

ପିଟିସନ୍‌କର୍ତ୍ତାଙ୍କ ଓକିଲ ଜଗଦୀଶ୍ୱର ରାଓ କହିଛନ୍ତି- ସେ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି। ଆଦେଶକୁ ଉଲ୍ଲଂଘନ କରୁଛନ୍ତି। ପ୍ରାଇଡ୍‌ ମିଡିଆର ସନୋବର ବେଗଙ୍କ ପକ୍ଷରୁ ପିଟିସନ୍‌କାରୀ କହିଛନ୍ତି- ଦ ଜେଲ ନାମକ ଏହି କନ୍‌ସେପ୍ଟ ତାଙ୍କର ଥିଲା। ଦ ଜେଲ ଶୋ ତିଆରି କରିବାକୁ ସେ ଦୀର୍ଘ ଦିନ ହେଲାଣି ପ୍ଲାନ୍‌ କରୁଥିଲେ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ବିଳମ୍ବ ହୋଇଥିଲା। ଏଥିରେ ୨୨ ଜଣ ସେଲିବ୍ରିଟିଙ୍କୁ ୧୦୦ ଦିନ ଯାଏଁ ଏକାଠି ରଖିବା ପାଇଁ ସ୍କ୍ରିପ୍ଟ ମଧ୍ୟ ତିଆରି ହୋଇଥିଲା। କିନ୍ତୁ ଏହା ଚୋରି ହୋଇଛି। ସେ ନିଜର ଏହି ଆଇଡିଆକୁ ଏଣ୍ଡୋମୋଲ ସାଇନ୍‌ର ଅଭିଷେକ ରେଗେଙ୍କ ସହ ସେୟାର କରିଥିଲେ ଓ ଏବେ ଅଭିଷେକ ତାଙ୍କୁ ଧୋକା ଦେଇଛନ୍ତି।

 

View this post on Instagram

 

A post shared by Kangana Dhaakad (@kanganaranaut)

ଏକତା କପୁରଙ୍କ ଶୋ’ ଲକ୍‌ ଅପ୍‌ ଉପରେ କପି ରାଇଟ୍‌ ଉଲ୍ଲଂଘନ କରିବା ନେଇ ଅଭିଯୋଗ ହେବା ପରେ ମାମଲା କୋର୍ଟରେ ପହଞ୍ଚିଛି। ପିଟିସନ୍‌କର୍ତ୍ତା ସନୋବର ବେଗ୍‌ କହିଛନ୍ତି- ଦ ଜେଲ ନାଁରେ କନ୍‌ସେପ୍ଟ ତାଙ୍କର ଥିଲା। ଏ ନେଇ ଫେବ୍ରୁଆରୀ ୨୩ ତାରିଖରେ ହାଇଦ୍ରାବାଦ ସିଟି ସିଭିଲ୍‌ କୋର୍ଟ ଲକ୍‌ଅପ୍‌କୁ କୌଣସି ପ୍ଲାଟଫର୍ମରେ ଷ୍ଟ୍ରିମ୍‌ କରିବା ଉପରେ ରୋକ୍‌ ଲଗାଇଥିଲେ।

ଏନେଇ ଫେବ୍ରୁଆରୀ ୨୬ରେ ହାଇକୋର୍ଟ କହିଥିଲେ, ଅଲ୍ଟ ବାଲାଜୀ ପ୍ରଥମରୁ ହିଁ ଶୋ’ ତିଆରି କରିଥିଲା ଓ ମାର୍କେଟିଂ ଉପରେ ବି ବେଶ୍‌ ପଇସା ଖର୍ଚ୍ଚ କରିଥିଲା। ଏହି ମାମଲା ଏବେ ତାଙ୍କ ପକ୍ଷରେ ରହିଛି। ଏପ୍ରିଲ ୧୩ରେ ସୁପ୍ରିମକୋର୍ଟ ଏକତା କପୁରଙ୍କ ଏହି ଶୋ’ର ପ୍ରସାରଣ ବନ୍ଦ କରିବାକୁ ପିଟିସନ୍‌ ଦାଖଲ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏ ନେଇ ଶୁଣାଣି କରିବାକୁ ମନା କରିଦେଇଥିଲେ ଓ ତଳ କୋର୍ଟକୁ ଯିବାକୁ କହିଥିଲେ।

ପିଟିସନ୍‌କାରୀ କହିଛନ୍ତି, ଏବେ ହାଇଦ୍ରାବାଦର ସିଟି ସିଭିଲ କୋର୍ଟ ଏପ୍ରିଲ ୨୯ ତାରିଖରେ ଗ୍ରାଣ୍ଟ ଅଫ୍‌ ଇନ୍‌ଜଙ୍କସନ୍‌ ଆଦେଶ ଜାରି କରିଥିଲେ। ସେମାନଙ୍କୁ ବି ଏହି ନିର୍ଦ୍ଦେଶ ବିଷୟରେ ସୂଚନା ଦିଆଯାଇଥିଲା। ତଥାପି ସେମାନେ କୋର୍ଟଙ୍କ ନିୟମକୁ ଉଲ୍ଲଂଘନ କରୁଛନ୍ତି।

Also Read: ତ୍ରିକୂଟ ରୋପୱେ ଦୁର୍ଘଟଣା: ମୃତକଙ୍କ ପରିଜନଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲା କମ୍ପାନୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.