ପୁରୀ ଶ୍ରୀମନ୍ଦିରରେ ଅଘଟଣ, ସିଂହଦ୍ୱାର ଗୁମୁଟରୁ ଡେଇଁ ମହିଳା ମୃତ

ପୁରୀ(କେନ୍ୟୁଜ୍):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଜନୈକା ମହିଳା ଡେଇଁ ଜଣେ ତଳେ ପଡି ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରୁ ପୋଲିସ ଉକ୍ତ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମେଡିକାଲକୁ ପଠାଇଥିଲା । ସେଠାରେ ଡାକ୍ତର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ତେବେ ମୃତକ ମହିଳାଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ମୃତ ଶରୀରକୁ ବ୍ଯବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ଅନ୍ଯପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ପ୍ରଶ୍ନ ଉଠୁଛି ମହିଳା ଜଣଙ୍କ ସିଂହଦ୍ୱାର ଗୁମୁଟକୁ କିପରି ଚଢିକରି ଗଲେ ଏବଂ ସେଠାରୁ ଡେଇଁ ଆତ୍ମହତ୍ୟା କଲେ ସେନେଇ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି | ଯାହା ସୂଚନା ମିଳିଛି ମହିଳା ଜଣଙ୍କ ଆନନ୍ଦ ବଜାର ପଟୁ ସିଂହଦ୍ୱାର ଗୁମୁଟକୁ ଚଢିଥିଲେ | ସେଠାରେ ଉପସ୍ଥିତ ଲୋକ ଓ ସେବାୟତ ମାନେ ରୁହ ରୁହ କହିବା ପରେ ମଧ୍ୟ ମହିଳା ଜଣଙ୍କ ଡେଇଁ ଆତ୍ମହତ୍ୟା କରିଥିଲେ | ତେବେ ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ କିନ୍ନର ନା ମହିଳା ତାହା ତଦନ୍ତ ପରେ ସ୍ପଷ୍ଠ ହେବା ନେଇ ପୋଲିସ ଅଧିକାରୀ କହିଛନ୍ତି |

Leave A Reply

Your email address will not be published.