ରାନୁ ମଣ୍ଡଳଙ୍କ ପାଇଁ ଷ୍ଟେଜରେ କାନ୍ଦିଲେ ହିମେଶ ରେସମୀୟା, ଜାଣନ୍ତୁ କଣ ଥିଲା କାରଣ

ନିକଟରେ ଏକ ସିଙ୍ଗିଙ୍ଗ ରିଆଲିଟି ଶୋ’ରେ ଜଜ ହୋଇଥିବା ହିମେଶ ରେସମୀୟା ଏହାର ଫିନାଲି ସମୟରେ ଷ୍ଟେଜ ଉପରେ କାନ୍ଦି ପକାଇଛନ୍ତି । ଏବଂ ଏହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରଲ ହେବାରେ ଲାଗିଛି । ତେବେ ତାଙ୍କର କାନ୍ଦିବାର କାରଣ ଆଉକେହି ନୁହେଁ ବରଂ ତାଙ୍କ ଫିଲ୍ମରେ ଡେବ୍ୟୁ କରିଥିବା ସିଙ୍ଗର ରାନୁ ମଣ୍ଡଳ।

स्‍टेज पर फूट फूटकर रो पड़े Himesh Reshammiya, सुन रहे थे रानू मंडल का गाना

ଏହି ଶୋ ସମୟରେ ଯେତେବେଳେ ପ୍ରତିଯୋଗୀମାନେ ଗୀତ ଗାଇଥିଲେ ସେତେବେଳେ ଏହି ଗୀତ ଶୁଣି ହିମେଶ ଭାବୁକ ହୋଇଯାଇଥିଲେ ଏବଂ କାନ୍ଦି ପକାଇଥିଲେ । କେବଳ ହିମେଶ ନୁହେଁ ବରଂ ଅନ୍ୟ ଜଜ ନେହା କକ୍କର ମଧ୍ୟ ଇମୋସନାଲ ହୋଇପଡିଥିବା ଦେଖିବାକୁ ମିଳିଥିଲେ । ଏହି ଗୀତ ଥିଲା ହିମେଶଙ୍କ ଫିଲ୍ମ ‘ହାପି ଆଣ୍ଡ ହିର’ର ‘ତେରୀ ମେରୀ କାହାନୀ’ ଗୀତ ଯାହାକୁ ହିମେଶଙ୍କ ଦ୍ୱାରା ଡେବ୍ୟୁ ପାଇଥିବା ଗାୟିକା ରାନୁ ମଣ୍ଡଳ ଗାଇଥିଲେ ।

ହିମେଶ ଅନେକ ସମୟରେ ଉଠି ପ୍ରତିଯୋଗୀ ମାନଙ୍କ ସହିତ ଗୀତ ଗାଇଥାନ୍ତି ଏବଂ ତାଙ୍କ ସହିତ ଅନ୍ୟ ଜଜ, ମ୍ୟୁଜିକ ଡ଼ାଇରେକ୍ଟର ଏବଂ ସିଙ୍ଗର ବିଶାଲ ଦଦଲାନି ମଧ୍ୟ ଆସି ଠିଆ ହୋଇଯାଇଥାନ୍ତି । ସୂଚନା ଅନୁଯାୟୀ ଏହି ଭିଡିଓ ‘ଇଣ୍ଡିଆନ ଆଇଡ଼ଲ 11’ର ଫିନାଲି ରାଉଣ୍ଡର ଅଟେ ଯାହାକି ଆଜି ପ୍ରସାରିତ ହେବାକୁ ଯାଉଛି ।