ନିର୍ବନ୍ଧ କଲେ ସୋନାକ୍ଷୀ ସିହ୍ନା! ମୁଦି ଦେଖାଇ ମିଷ୍ଟ୍ରି ବୟଙ୍କ ସହ ସେୟାର କଲେ ଫଟୋ; ନଜର ପକାନ୍ତୁ

ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ତଥା ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଫ୍ୟାନ୍‌ଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ସୋନାକ୍ଷୀ ସିହ୍ନା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଏଭଳି ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ଲାଗୁଛି ସତେ ଯେମିତି ତାଙ୍କର ନିର୍ବନ୍ଧ ହୋଇଯାଇଛି। ସୋନାକ୍ଷୀ ନିଜ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଫଟୋ ସେୟାର କରିଛନ୍ତି। ଏଥିରେ ସେ ଜଣେ ବ୍ୟକ୍ତିଙ୍କ ସହ ଠିଆ ହୋଇଛନ୍ତି। କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ଚେହେରା ଦେଖା ଯାଉନାହିଁ। ଏହି ଫଟୋରେ ସୋନାକ୍ଷୀ ହାତର ମୁଦିକୁ ଶୋ’ କରୁଛନ୍ତି। ସୋନାକ୍ଷୀ ସେୟାର କରିଥିବା ସବୁ ଫଟୋରେ ସେ ମୁଦିକୁ ଦେଖାଉଥିବାର ନଜର ଆସିଛନ୍ତି।

 

View this post on Instagram

 

A post shared by Sonakshi Sinha (@aslisona)

ଏହି ଫଟୋରେ ସୋନାକ୍ଷୀ ଖୁସି ଥିବା ଦେଖାଯାଇଛି। ସେ ଗୋଟିଏ ଗୋଟିଏ ଜାଗାରେ ଲାଜ ବି କରୁଛନ୍ତି। ତେବେ ସବୁ ଫଟୋର ଖାସ୍‌ କଥା ହେଉଛି, ସବୁଥିରେ ସେ ନିଜ ବାମ ହାତରେ ପିନ୍ଧିଥିବା ମୁଦିକୁ ଦେଖାଉଛନ୍ତି। ଏହି ଫଟୋ ସେୟାର କରି ସୋନାକ୍ଷୀ କ୍ୟାପସନ୍‌ରେ ଲେଖିଛନ୍ତି- ମୋ ପାଇଁ ଏକ ବଡ଼ ଦିନ!!! ମୋର ସବୁଠୁ ବଡ଼ ସ୍ୱପ୍ନ ସତ ହେଉଛି… ଓ ଏହାକୁ ମୁଁ ଆପଣଙ୍କ ସହ ସେୟାର କରିବାକୁ ଆଉ ଅପେକ୍ଷା କରିପାରୁନି। ବିଶ୍ୱାସ ବି କରିପାରୁନି, ଏହା ଏତେ ସହଜ ଥିଲା।

 

View this post on Instagram

 

A post shared by Sonakshi Sinha (@aslisona)

ସୂଚନାଯୋଗ୍ୟ ଯେ ସୋନାକ୍ଷୀ ସିହ୍ନା ହେଉଛନ୍ତି ବଲିଉଡ୍‌ର ଜଣେ ଏମିତି ଅଭିନେତ୍ରୀ, ଯାହାର ଆଫେୟାର୍ସ ଚର୍ଚ୍ଚା ଖୁବ୍‌ କମ୍‌ ହୋଇଥାଏ। ଏଭଳି ସ୍ଥିତିରେ ସୋନାକ୍ଷୀ ସିହ୍ନା ଏମିତି ଅଚାନକ ମୁଦି ଦେଖେଇବା ଫ୍ୟାନ୍‌ଙ୍କ ଭିତରେ ଉତ୍ସୁକତା ବଢ଼ାଇଛି। ସୋନାକ୍ଷୀ କାହା ସହ ନିର୍ବନ୍ଧ କରିଛନ୍ତି, ସେ ନେଇ ଏବେ ସମସ୍ତେ ପ୍ରଶ୍ନ କରୁଛନ୍ତି।

 

View this post on Instagram

 

A post shared by Sonakshi Sinha (@aslisona)


ତେବେ କାମ କଥା କହିବା ତ ଶେଷ ଥର ପାଇଁ ସୋନାକ୍ଷୀ ସିହ୍ନାଙ୍କୁ ଭୁଜ : ଦ ପ୍ରାଇଡ୍‌ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ସେ ଏକ ଗାଁର ନେତ୍ରୀ ଭୂମିକାରେ ଅଭିନୟ କରିଥିଲେ। ଭୁଜ ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ ଅଜୟ ଦେବଗନ୍‌।

Also Read: ଗ୍ରାଜୁଏସନ୍‌ ପାସ୍‌ ପିଲାଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍‌ କରିବା ସୁଯୋଗ: ମାସକୁ ମିଳିବ ୧୦,୦୦୦ ଟଙ୍କା; ତୁରନ୍ତ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.