୭୦ ବର୍ଷ ବୟସରେ ବାପା ହେବେ ରୁଷ୍‌ ରାଷ୍ଟ୍ରପତି! ଗାର୍ଲଫ୍ରେଣ୍ଡ ଏଲିନା ଦ୍ୱିତୀୟ ଥର ଗର୍ଭବତୀ…ଚିନ୍ତାରେ ପୁଟିନ

ଗତ ୭୫ ଦିନ ହେବ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହାରି ଭିତରେ ମସ୍କୋରେ ଆଜି ବିଜୟ ଦିବସ ପରେଡ୍‌ ଆୟୋଜିତ ହେଉଥିବା ବେଳେ ସେପଟେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍‌ ଜଲ୍‌ଦି ବାପା ହେବାକୁ ଯାଉଥିବା ନେଇ ଗୁଜବ ଉଠିଛି। କୁହାଯାଉଛି ଯେ ପୁଟିନଙ୍କ ଗାର୍ଲଫ୍ରେଣ୍ଡ ତଥା ପୂର୍ବତନ ଜିମ୍ନାଷ୍ଟ ଏଲିନା କାବେଭା ପୁଣିଥରେ ଗର୍ଭବତୀ ଅଛନ୍ତି। କହି ରଖୁଛୁ, ରୁଷ୍‌ ରାଷ୍ଟ୍ରପତି ପୁଟିନ ଚଳିତ ବର୍ଷ ଅକ୍ଟୋବରରେ ୭୦ ବର୍ଷରେ ପଦାର୍ପଣ କରିବେ।

ରିପୋର୍ଟ ମୁତାବକ, ୩୮ ବର୍ଷୀୟା ଏଲିନା ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହୋଇଛନ୍ତି। ହେଲେ ପ୍ରେମିକା ଗର୍ଭବତୀ ଥିବା ଜାଣିବା ପରେ ପୁଟିନ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆହୁରି ମଧ୍ୟ ବିଜୟ ଦିବସ ପରେଡ ପାଇଁ ପ୍ରସ୍ତୁତ ହେଉଥିବା ପୁଟିନ ଯେତେବେଳେ ଏଲିନାଙ୍କ ଗର୍ଭଧାରଣ ବିଷୟରେ ଜାଣିବାକୁ ପାଇଲେ, ତ ସେ ରାଗି ଯାଇଥିଲେ। କାହିଁକି ନା, ଏହାକୁ ନେଇ ସେ ପୂର୍ବରୁ ପ୍ରସ୍ତୁତ ନ ଥିଲେ, ଏପରି କି, କୌଣସି ଯୋଜନା ମଧ୍ୟ କରି ନ ଥିଲେ। ରିପୋର୍ଟ ମୁତାବକ, ପୁଟିନ ବିଜୟ ଦିବସ ପରେଡ ସମୟରେ କ୍ଷେପଣାସ୍ତ୍ର ପ୍ରଦର୍ଶନ ପ୍ରତିଯୋଗିତାରେ କୌଣସି ବ୍ୟାଘାତ ସୃଷ୍ଟି କରିବାକୁ ଚାହୁଁ ନାହାନ୍ତି।

ଭ୍ଲାଦିମିର ପୁଟିନ ଦୀର୍ଘ ଦିନରୁ ୩୮ ବର୍ଷୀୟା ପୂର୍ବତନ ଜିମ୍ନାଷ୍ଟ ଏଲିନା କାବେଭାଙ୍କୁ ଡେଟ କରୁଛନ୍ତି। କହି ରଖୁଛୁ ଯେ ଏଲିନା ଜଣେ ଜିମ୍ନାଷ୍ଟ ଥିଲେ ଏବଂ ଅଲିମ୍ପିକ୍ସରେ ଦୁଇଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥି ସହିତ ସେ ୧୪ଟି ବିଶ୍ୱ ଚାମ୍ପିଅନଶିପ୍‌ ଏବଂ ୨୫ଟି ୟୁରୋପୀୟ ଚାମ୍ପିଅନଶିପ୍‌ ଜିତିଛନ୍ତି। କ୍ରୀଡ଼ାରୁ ଅବସର ନେବା ପରେ ଏଲିନା ରାଜନୀତିରେ ଯୋଗ ଦେଇଥିଲେ ଏବଂ ପୁଟିନଙ୍କ ୟୁନାଇଟେଡ୍ ରଷିଆ ପାର୍ଟିରୁ ସାଂସଦ ହୋଇଥିଲେ।

putin
photo: republicworld

ପୁଟିନ-ଏଲିନାଙ୍କର ଦୁଇ ପୁଅ ଅଛନ୍ତି

ରିପୋର୍ଟ ମୁତାବକ, ଭ୍ଲାଦିମିର ପୁଟିନ ଓ ଏଲିନା କାବେଭାଙ୍କର ପୂର୍ବରୁ ଦୁଇ ପୁଅ ଅଛନ୍ତି। ଏଲିନା ୨୦୧୫ରେ ପ୍ରଥମ ପୁଅ ଏବଂ ୨୦୧୯ରେ ଦ୍ୱିତୀୟ ପୁଅକୁ ଜନ୍ମ ଦେଇଥିଲେ। ଯଦିଓ ପୁଟିନ କେବେ ବି ନିଜର ଓ ଏଲିନାଙ୍କ ଭିତରେ ଥିବା ସମ୍ପର୍କକୁ ସ୍ୱୀକାର କରି ନାହାନ୍ତି।

ପୁଟିନ ଲୁଚାଇ ରଖିଛନ୍ତି ନିଜ ପରିବାର

ଭ୍ଲାଦିମିର୍ ପୁଟିନଙ୍କ ଜନ୍ମ ୧୯୫୨ ମସିହାରେ ସେଣ୍ଟ ପିଟର୍ସବର୍ଗରେ ହୋଇଥିଲା। ବର୍ଷ ୧୯୭୫ରେ ପୁଟିନ ରୁଷିଆର ଗୁପ୍ତ ଏଜେନ୍ସି କେଜିବିରେ ଯୋଗ ଦେଇଥିଲେ ଏବଂ ପରେ ରାଷ୍ଟ୍ରପତି ପାଇଁ ପ୍ରସ୍ତୁତ ହୋଇଥିଲେ। ପୁଟିନଙ୍କ ବ୍ୟକ୍ତିଗତ ଜୀବନ ବି ବହୁତ ଗୁପ୍ତ ରହି ଆସିଛି। ସେ ନିଜ ପରିବାରକୁ ଦୁନିଆ ସାମ୍ନାରୁ ଲୁଚାଇ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.