ଗ୍ରାଜୁଏସନ୍‌ ପାସ୍‌ ପିଲାଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍‌ କରିବା ସୁଯୋଗ: ମାସକୁ ମିଳିବ ୧୦,୦୦୦ ଟଙ୍କା; ତୁରନ୍ତ କରନ୍ତୁ ଆବେଦନ

ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ପର ଟେକ୍ନିକାଲ ଏଜୁକେସନ୍‌ (All India Council for Technical Education) ପକ୍ଷରୁ AICTE ଟୁଲିପ୍‌ ଫାଇନାନ୍ସ ଇଣ୍ଟର୍ଣ୍ଣସିପ୍‌ ୨୦୨୨ ( AICTE Tulip Finance Internship 2022 ) ଘୋଷଣା କରାଯାଇଛି। ସ୍ନାତକ ପାସ୍‌ ଛାତ୍ର ଛାତ୍ରୀ ଏହି ଇଣ୍ଟର୍ଣ୍ଣସିପ୍‌ ପାଇଁ ଆବେଦନ କରିପାରିବେ। ଏହି ଇଣ୍ଟର୍ଣ୍ଣସିପ୍‌ରେ କମ୍ପାନୀ ଫାଇନାନ୍ସ, ସ୍କିମ୍‌ ଫଣ୍ଡ୍‌ ବ୍ୟବହାର, ଫାଇନାନ୍ସ ରିପୋର୍ଟ ପ୍ରସ୍ତୁତି ଓ ଅଡିଟ୍‌ ବିଷୟରେ ପିଲାଙ୍କୁ ଟ୍ରେନିଂ ପ୍ରଦାନ କରାଯିବ।

ଏହି AICTE ଟୁଲିପ୍‌ ଫାଇନାନ୍ସ ଇଣ୍ଟର୍ଣ୍ଣସିପ୍‌ ୨୦୨୨ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀ ଚେନ୍ନାଇ ଠାରେ କାର୍ଯ୍ୟ କରିବେ। ଏହି ଇଣ୍ଟର୍ଣ୍ଣସିପ୍‌ ପ୍ରୋଗ୍ରାମ୍‌ ୬ ମାସ ଚାଲିବ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ମାସିକ ୧୦, ୦୦୦ ଟଙ୍କା ଷ୍ଟାଇପେଣ୍ଡ୍‌ ଆକାରରେ ମିଳିବ। ଟୁଲିପ୍‌ ଗାଇଡ୍‌ ଲାଇନ୍‌ ଅନୁସାରେ ଏହି ଇଣ୍ଟର୍ଣ୍ଣସିପ୍‌ ପରିଚାଳିତ ହେବ। AICTE ଟୁଲିପ୍‌ ଫାଇନାନ୍ସ ଇଣ୍ଟର୍ଣ୍ଣସିପ୍‌ ୨୦୨୨ ପାଇଁ ଆବେଦନ କରିବାକୁ ଶେଷ ତାରିଖ ରହିଛି ଚଳିତ ମାସ ୩୧ ତାରିଖ, ଅର୍ଥାତ୍‌ ୩୧ ମେ ୨୦୨୨। ପ୍ରାର୍ଥୀଙ୍କୁ ଏହି ଇଣ୍ଟର୍ଣ୍ଣସିପ୍‌ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ।

ଯୋଗ୍ୟତା:

  • କଳାରେ ସ୍ନାତକ ପାସ୍‌ କରିଥିବା ଛାତ୍ରଛାତ୍ରୀ ଏହି ଇଣ୍ଟର୍ଣ୍ଣସିପ୍‌ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଯୋଗ୍ୟତା ସହ ପ୍ରାର୍ଥୀଙ୍କ ଇଚ୍ଛା ଥିବା ବି ଜରୁରୀ।

ଇଣ୍ଟର୍ଣ୍ଣସିପ୍‌ ସ୍ଥାନ:

  • ଯୋଗ୍ୟ ବିବେଚିତ ପ୍ରାର୍ଥୀ ଚେନ୍ନାଇରେ ଇଣ୍ଟର୍ଣ୍ଣସିପ୍‌ କରିପାରିବେ।

ଇଣ୍ଟର୍ଣ୍ଣସିପ୍‌ ସମୟ:

  • ୬ ମାସ

ଷ୍ଟାଇପେଣ୍ଡ୍‌:

  • ମାସିକ ୧୦,୦୦୦ ଟଙ୍କା

କିଏ କରିପାରିବେ ଆବେଦନ:

  • କଳାରେ ସ୍ନାତକ ପାସ୍‌ ପ୍ରାର୍ଥୀ
  • ଆବଶ୍ୟକୀୟ ଯୋଗ୍ୟତା ଓ ଇଚ୍ଛା ଥିବା ଦରକାର
  • ୬ ମାସ ପୂରା ସମୟ ଦେଇପାରୁଥିବା ଆବଶ୍ୟକ

ଜରୁରୀ ତାରିଖ:

  • ଆବେଦନ ଶେଷ- ୩୧ ମେ ୨୦୨୨

କେବଳ ଅନ୍‌ଲାଇନ୍‌ ମୋଡ୍‌ରେ ହିଁ ପ୍ରାର୍ଥୀ ଆବେଦନ କରିପାରିବେ।

ଆବେଦନ କରିବାକୁ ଅଫିସିଆଲ ୱେବ୍‌ସାଇଟ୍‌ Tulip Finance Internship 2022 ଉପରେ କ୍ଲିକ୍‌ କରନ୍ତୁ।

ଜରୁରୀ ସୂଚନା:

  • ପ୍ରାର୍ଥୀ ପଠାଇଥିବା ସମସ୍ତ ଡକ୍ୟୁମେଣ୍ଟ ଓ ସୂଚନା ପାଇଁ ନିଜେ ହିଁ ଦାୟୀ ରହିବେ।
  • ଅସମ୍ପୂର୍ଣ୍ଣ କିମ୍ବା ଅଧା ପୂରଣ ହୋଇଥିବା ଫର୍ମକୁ ଗ୍ରହଣ କରାଯିବ ନାହିଁ।
  • ଯଦି କୌଣସି ଫର୍ମରେ ଅଧା ସୂଚନା ଥିବ, ତେବେ ଉକ୍ତ ପ୍ରାର୍ଥୀଙ୍କୁ ଗଣତି କରାଯିବ ନାହିଁ।

ଅଧିକ ସୂଚନା ପାଇଁ AICTE Tulip Finance Internship 2022 ଫଲୋ କରନ୍ତୁ।

Also Read: କଳ ମୂଳେ ବସି ସାଧାରଣ ଲୋକ ଭଳି ଗାଧୋଉଛନ୍ତି ମନ୍ତ୍ରୀ, କହିଲେ- ‘ଆମ ସରକାରରେ କୌଣସି ଭିଆଇପି କଲଚର ନାହିଁ’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.