ସୁଶାନ୍ତ ସିଂହ ରାଜପୁତଙ୍କୁ ମନେ ପକାଇଲା ଇସ୍ରାଏଲ, ବିଦେଶ ମନ୍ତ୍ରାଳୟ ଟ୍ୱିଟ କରି ଲେଖିଲେ ଏମିତି କିଛି

ବଲିଉଡର ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ଦେଶବାସୀଙ୍କୁ ଯେମିତି ଦୋହଲାଇ ଦେଇଛି । ଖୁବ କମ ବୟସରେ ଏହି ଯୁବ ଅଭିନେତା ଜଣଙ୍କ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଏଣୁ ତାଙ୍କ ଆତ୍ମହତ୍ୟା ଘଟଣାରେ ଫ୍ୟାନ୍ସ ମାନଙ୍କ ହୃଦୟ ଯେମିତି ଏକ ପ୍ରକାର ଭାଙ୍ଗି ଯାଇଛି । ଆକ୍ଟରଙ୍କ ଅକାଳ ମୃତ୍ୟୁରେ ଯେ କେବଳ ଭାରତ ବାସୀଙ୍କ ହୃଦୟ ଭାଙ୍ଗିଛି ତାହା ନୁହେଁ, ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବି ତାଙ୍କ ପାଖକୁ ଶ୍ରାଦ୍ଧଞ୍ଜଳି ଆସିବାରେ ଲାଗିଛି । ସୁଶାନ୍ତ ରାଜପୁତଙ୍କ ଅକାଳ ମୃତ୍ୟୁ ପରେ ଇସ୍ରାଏଲରୁ ତାଙ୍କ ନିକଟକୁ ବିଶେଷ ସନ୍ଦେଶ ମାନ ଆସିବାରେ ଲାଗିଛି । ଏମିତିକି ଇସ୍ରାଏଲ ତାଙ୍କୁ ଏକ ପ୍ରକୃତ ବନ୍ଧୁ ବୋଲି କହିଛି । ଇସ୍ରାଏଲ ତରଫରୁ ବିଦେଶ ମନ୍ତ୍ରାଳୟ ଜେନେରାଲ ଓ ଡେପୁଟି ଡ଼ାଇରେକ୍ଟର ଗିଲାଣ୍ଡ କୋହାନ ଅଭିନେତାଙ୍କ ଉଦ୍ଦେଶ୍ୟରେ ଏକ ସ୍ପେଶାଲ ମେସେଜ ସେୟାର କରିଛନ୍ତି ।

ନିଜ ଟ୍ୱିଟର ଆକାଉଣ୍ଟରେ ସେ ଲେଖିଛନ୍ତିକି, “ମୁଁ ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ ସମବେଦନା ଜଣାଉଛି । ସେ ଇସ୍ରାଏଲର ଜଣେ ପ୍ରକୃତ ବନ୍ଧୁ ଥିଲେ । ଆମେ ତାଙ୍କୁ ନିଶ୍ଚିତ ରୂପେ ମିସ କରିବୁ ।” କହିରଖିବା ଉଚିତ ହେବଯେ, ସୁଶାନ୍ତ ନିଜ ଏକ ଫିଲ୍ମର ଗୀତ ଇସ୍ରାଏଲରେ ସୁଟ କରିଥିଲେ । ଏହି ସମୟରେ ହିଁ ତାଙ୍କ ସହ ଏକ ଖାସ ଘଟଣା ଘଟିଥିଲା । ତାଙ୍କ ଅଭିନୀତ ମଖନା ସଙ୍ଗୀତର ଡ୍ରାଇଭ କାଷ୍ଟ ଇସ୍ରାଏଲରେ ହିଁ ହୋଇଥିଲା । ସେହି ଗୀତର ଲିଙ୍କ ବି ଇସ୍ରାଏଲ ତରଫରୁ ଟ୍ୱିଟରରେ ସେୟାର କରାଯାଇଛି । ଏବେକା ସମୟରେ ବିଭିନ୍ନ ସୋସିଆଲ ମିଡିଆରେ ବି ତାଙ୍କ ଟ୍ୱିଟ ଗୁଡିକ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି ।

ଏମିତିରେ ସୁଶାନ୍ତଙ୍କ ଅକାଳ ମୃତ୍ୟୁ ପରେ ବଲିଉଡ ଜଗତରେ ବି ଦୁଇ ଭାଗ ହୋଇଥିବା ଦେଖାଦେଇଛି । ଏମିତିକି ନିଜେ କଙ୍ଗନା ରାଣବତ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ନେପୋଟୀସମ ମାମଲାକୁ ପୁଣି ଥରେ ଦୋହରାଇ ଛନ୍ତି । ଏମିତିକି କଙ୍ଗନା ବଲିଉଡରେ ପରିବାରବାଦ ହେଉଥିବା ଆରୋପ ଲଗାଇଛନ୍ତି । ଏହା ପରେ ଆଡ଼ଭୋକେଟ ସୁଧୀର କୁମାର ଓଝା ବି ବଲିଉଡର ବଡ ବଡ ସେଲିବ୍ରିଟି ଯେମିତିକି କାରଣ ଜୋହର, ସଞ୍ଜୟ ଲୀଳା ଭନସାଲି, ସଲମାନ ଖାନ, ଏକତା କପୁରଙ୍କ ବିରୋଧରେ ମାମଲା ଦର୍ଜ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.