ରିଲର ନାୟକ ରିୟଲରେ ଖଳନାୟକ, ଅମିତାଭ୍ ବଚ୍ଚନ ହିଁ ଶେଷ କରିଦେଇଥିଲେ କାଦର ଖାନଙ୍କ କ୍ୟାରିୟର୍

ଦୁନିଆକୁ ଅଲବିଦା କହିଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା କାଦର ଖାନ୍ ।  ଏକାଧାରରେ ଜଣେ ହାସ୍ୟ ଅଭିନେତା, ଖଳନାୟକ ଏବଂ ସଂଳାପ ଲେଖକ ଥିଲେ କାଦର ଖାନ୍ । ଏହି ବରିଷ୍ଠ ଅଭିନେତାଙ୍କ ନିଧନରେ ପୁରା ବଲିଉଡରେ ଶୋକର ଛାୟା ଖେଳିଯାଇଛି । ସମସ୍ତ କଳାକାର ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହି କଳାକାରଙ୍କ ମଧ୍ୟରେ ଅଛନ୍ତି ଏ ଯୁଗର ମହାନାୟକ ଅମତାଭ ବଚ୍ଚନ । କାଦର ଖାନଙ୍କୁ ଯଦିଓ ଅମିତାଭ୍ ଶୋକପ୍ରକାଶ କରିଛନ୍ତି କିନ୍ତୁ ଜାଣି ଆଶ୍ଚର‌୍ୟ୍ୟ ହେବେ କାଦର ଖାନଙ୍କ କ୍ୟାରିୟର୍ ଶେଷ କରିବାରେ ବିଗ୍ ବିଙ୍କର ବହୁତ ବଡ଼ ଭୂମିକା ରହିଛି ।

ଘଟଣାଟି ପ୍ରାୟ ୬/୭ ବର୍ଷ ତଳର । କାଦର ଖାନ ନିଜର କିଛି ପୁରୁଣା ପତ୍ରକାର ବନ୍ଧୁମାନଙ୍କ ସହ ଗପସପ କରୁଥିଲେ, ଆଉ ସେହି ସମୟରେ ଅମିତାଭ୍ ବଚ୍ଚନଙ୍କ କଥା ଉଠିଥିଲା । ପ୍ରଥମେ କାଦର ଖାନ୍ ଏହି ମାମଲାରେ କିଛି କହିଲେନି । ଅମିତାଭଙ୍କ ନାଁ ଶୁଣି ପୁରା ଚୁପ୍ ହୋଇଗଲେ । ଏହା ପରେ ସେ ଅମିତାଭଙ୍କୁ ନେଇ ଯେଉଁ ଖୁଲାସା କଲେ ସେଥିରେ ସମସ୍ତେ ଅବାକ୍ ରହିଗଲେ ।

kadar khanକାଦର ଖାନଙ୍କ ଶବ୍ଦ ଥିଲା, ଯଦି ମୁଁ ଅମିତାଭଙ୍କୁ ସାର୍ ଜି ବୋଲି ଡାକିବା ଆରମ୍ଭ କରିଦେଇଥାନ୍ତି ତେବେ ମୋ କ୍ୟାରିୟର୍ ଏମିତି ହଠାତ୍ ଶେଷ ହୋଇଯାଇନଥାନ୍ତା । ଏହା ପରେ ପୁରା କାହାଣୀ କହିଥିଲେ କାଦର ଖାନ୍ । ଥରେ ଦକ୍ଷିଣ ଭାରତର ଜଣେ ପ୍ରଯୋଜକ କାଦର ଖାନଙ୍କୁ ଦେଖାକରିଥିଲେ । ଆଗାମୀ ସିନେମାରେ ସେ ତାଙ୍କୁ ସମ୍ବାଦ ଲେଖକ ଭାବରେ ନେବାକୁ କଥା ଚାଲିଥିଲା । ଆଉ ତା ମଧ୍ୟରେ ପ୍ରଯୋଜକ ଜଣକ କାଦର ଖାନଙ୍କୁ କହିଥିଲେ ଆପଣ ସାର୍ ଜି ଙ୍କୁ ଦେଖାକରିନିଅନ୍ତୁ । ଯେଉଁଥିରେ କାଦର ଖାନ୍ ପ୍ରଶ୍ନ କରିଥିଲେ କିଏ ସାର୍ ଜି ।

Amitabh-Bachchanଏହା ପରେ ନିର୍ମାତା କହିଥିଲେ ଆପଣ ସାର୍ ଜିଙ୍କୁ ଜାଣନ୍ତିନି ? ଆରେ ଅମିତାଭ୍ ବଚ୍ଚନ । ସାଙ୍ଗେ ସାଙ୍ଗେ କାଦର ଖାନ୍ କହିଥିଲେ ଅମିତାଭ୍ ସାର୍ ଜି କେବେ ହୋଇଗଲେ । ଏହା ପରେ କାଦର ଖାନ୍ ସ୍ପଷ୍ଟ ଭାବରେ କହିଦେଲେ ଯେ ସେ ଅମିତାଭ୍ ବଚ୍ଚନଙ୍କୁ ଅମିତ୍ କହି ଡାକୁଥିଲେ ଏବଂ ଅମିତ୍ କହିକି ହିଁ ଡାକିବେ । କାରଣ ଘର ଲୋକଙ୍କୁ ଏବଂ ବନ୍ଧୁମାନଙ୍କୁ କେବେ ବି ’ଜି‘ ବୋଲି ସମ୍ବୋଧନ କରେ ନାହିଁ ।

ଏହି ଘଟଣା ପରେ କାଦର ଖାନଙ୍କୁ ଅମିତାଭ୍ ବଚ୍ଚନଙ୍କ ଖୁଦା ଗବାହ ଫିଲ୍ମରୁ ବାହାର କରିଦିଆଯାଇଥିଲା । ସେହିପରି ମନମୋହନ ଦେଶାଇଙ୍କ ଫିଲ୍ମ ଗଙ୍ଗା ଜମୁନା ସରସ୍ବତୀ ଅଧା ଲେଖିବା ପରେ ଛାଡିବାକୁ ପଡିଥିଲା । କେବଳ ସେତିକି ନୁହେଁ ଅମିତାଭ୍ ବଚ୍ଚନଙ୍କ ଅଣ୍ଡର ପ୍ରଡକ୍ସନ୍ ସମସ୍ତ ଫିଲ୍ମ ତାଙ୍କ ହାତଛଡା ହୋଇଥିଲା । କାରଣ ଅମିତାଭଙ୍କୁ ସାର୍ ଜି କହିବାକୁ ନାରାଜ୍ ଥିଲେ କାଦର୍ ଖାନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.