Below header

ଶୀତ ଦିନରେ ଏହି ଜିନିଷର ବ୍ୟବହାର କରିଦେବ ଆପଣଙ୍କ ଚେହେରାକୁ କରିଦେବ କଳା

ଖରା ଦିନ ଅପେକ୍ଷା ଶୀତ ଦିନରେ ଅଧିକ ବ୍ୟୁଟି ଟ୍ରିଟମେଣ୍ଟ କରିବା ନିହାତି ଜରୁରୀ ହୋଇଥାଏ । ଏହି ଋତୁରେ ତ୍ୱଚାର ଶୁଷ୍କତା ବଢ଼ିବା ସହ ଚେହାରରେ ମଶ୍ଚରାଇଜର ଶେଷ ହୋଇଯାଇଥାଏ । ଏଣୁ ଏହି ସମୟରେ ଘରୋଇ ପ୍ରଡ଼ୋକ୍ଟ ବ୍ୟବହାର କରିବା ନିହାତି ଜରୁରୀ । ଅଥବା ଆପଣଙ୍କ ଗୋରା ଚେହେରା କଳା ହେବାର ସମ୍ଭାବନା ରହିଥାଏ । ଜାଣନ୍ତୁ ଶୀତ ଋତୁରେ କେଉଁ ଜିନିଷର ବ୍ୟବହାର କରିବ ଆପଣଙ୍କୁ କଳା ।

backing

ବେକିଂ ସୋଡ଼ା

ଏପରି ଅନେକ ବ୍ୟୁଟି ଟ୍ରିଟମେଣ୍ଟ ରହିଛି ଯେଉଁଥିରେ ବେକିଂ ସୋଡ଼ାର ବ୍ୟବହାର କରାଯାଇଥାଏ । ଆପଣ ମଧ୍ୟ ଶୀଘ୍ର ଗୋରାପଣ ପାଇବା ପାଇଁ ଏହାର ବ୍ୟବହାର କରିପାରିବେ । କିନ୍ତୁ ଶୀତ ଦିନରେ ଏହାକୁ ବ୍ୟବହାର କରିବା ଦ୍ୱାରା ଲାଭ ବଦଳରେ ହୋଇଥାଏ କ୍ଷତି । ଥଣ୍ଡାରେ ବେକିଂ ସୋଡ଼ାର ବ୍ୟବହାର ତ୍ୱଚାରେ କଳାଦାଗ ପକାଇବା ସହ ଚେହେରାର ରଙ୍ଗ କମ କରିଥାଏ ।

ଲେମ୍ବୁ

ଯେକୌଣସି ଘରୋଇ ଉପଚାରରେ ଲେମ୍ବୁର ବହୁତ ମହତ୍ତ୍ୱ ରହିଥାଏ । କିନ୍ତୁ ଶୀତ ଦିନରେ ଏହାର ବ୍ୟବହାର ଖରାପ । କାରଣ ଏଥିରେ ଥିବା ସାଇଟ୍ରିକ୍ ଏସିଡ୍ ଚର୍ମର ଶୁଷ୍କତାକୁ ବଢ଼ାଇଥାଏ । ଏଣୁ ଭୁଲରେ ମଧ୍ୟ ଶୀତ ଋତୁରେ ଏହାର ବ୍ୟବହାର କରନ୍ତୁ ନାହିଁ ।

vineger

 

ଭିନେଗାର

ଭିନେଗାରର ବ୍ୟବହାର ମଧ୍ୟ ଅନେକ ଘରୋଇ ଉପଚାରରେ କରାଯାଇଥାଏ । କିନ୍ତୁ ଶୀତ ଦିନରେ ଏହାକୁ ବ୍ୟବହାର କରିବା ଦ୍ୱାରା ଚେହାରର ପ୍ରକୃତିକ ତୈଳ କମ ହେବା ସହ ତ୍ୱଚା କଳା ପଡ଼ିଥାଏ ।

କମଳା

ଭିଟାମିନ୍ ସିର ଗନ୍ତାଘର କୁହାଯାଇଥିବା କମଳା ସୁନ୍ଦରତା ପାଇଁ ଖୁବ ଲାଭକାରୀ । କିନ୍ତୁ ଶୀତ ଦିନରେ ଏହାର ପ୍୍ୟାକ୍ ବା କୌଣସି ରୁପଚର୍ଯ୍ୟାରେ ବ୍ୟବହାର କ୍ଷତିିପୂର୍ଣ୍ଣ ହୋଇଥାଏ । ଏହା ଦ୍ୱାରା ତ୍ୱଚା ଡ୍ରାଏ ହେବା ସହ କଳା ପଡ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.