Below header

କରୋନାରେ ଆକ୍ରାନ୍ତ କାମସୂତ୍ର ଅଭିନେତ୍ରୀ ଇନ୍ଦିରା ବର୍ମା, ଦେଲେ ସୋସିଆଲ୍‌ ମିଡିଆରେ ଖବର

କରୋନା ଭାଇରସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶ୍ୱରେ ମୃତ୍ୟୁ ସଂଖ୍ୟା ଏବେ ୧୦ ହଜାରକୁ ଟପିଗଲାଣି । ଏବେ ଏହି ଭୟଙ୍କର ଭାଇରସ କବଳରେ ଆସିଯାଇଛନ୍ତି ବ୍ରିଟେନ୍‌ ଅଭିନେତ୍ରୀ ଇନ୍ଦିରା ବର୍ମା ।

ସେ କରୋନା ପଜେଟିଭ ଥିବା ନିଜେ ତାଙ୍କ ସୋସିଆଲ୍‌ ଏକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତି । ଇନ୍ଦିରାଙ୍କ ବାପା ଭାରତୀୟ ଥିବାବେଳେ ମା’ ସ୍ୱିଜରଲାଣ୍ଡର । ଇନ୍ଦିରାଙ୍କ ପାଖରେ ବ୍ରିଟେନ୍‌ର ନାଗରିକତା ରହିଛି । ଇନ୍ଦିରା ପ୍ରଥମେ କାମସୂତ୍ର ଫିଲ୍ମ ଜରିଆରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ।

୧୯୯୬ ରେ କାମସୂତ୍ର ଦି ଟେଲ୍‌ ଅଫ୍‌ ଲଭ୍‌ ଫିଲ୍ମ ଜରିଆରେ ଇନ୍ଦିରା ରାତାରାତି ଷ୍ଟାର ବନିଗଲେ । କାମସୂତ୍ରର ସୁଟିଂ ଭାରତର ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ହୋଇଥିବା ବେଳେ ଏହାର ସ୍କ୍ରିନିଂ ଫ୍ରାନ୍ସ ଫିଲ୍ମ ଫେଷ୍ଟିଭାଲରେ ହୋଇଥିଲା । ଇନ୍ଦିରା ଗେମ୍‌ ଅଫ୍‌ ଥ୍ରୋନ୍ସରେ ମଧ୍ୟ ଅଭିନୟ କରିଛନ୍ତି । ୧୯୯୫ରେ ରୟାଲ୍‌ ଏକାଡେମୀ ଅଫ୍‌ ଡ୍ରାମାଟିକ୍‌ ଆର୍ଟ, ଲଣ୍ଡନରୁ  ସ୍ନାତକ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.