ସଲ୍‌ମାନଙ୍କ ସହ ଫିଲ୍ମ ‘ସୁଲ୍‌ତାନ’ କରିବାକୁ ମନା କରିବାରୁ ମିଳିଥିଲା ଧମକ, ଏକ ଟିଭି ଶୋରେ କହିଲେ କଙ୍ଗନା ରନାଓ୍ଵତ

ମୁମ୍ବାଇ : ଏକ ଟିଭି ଶୋରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ବଲିଉଡ୍‌ର ବହୁ ଭିତିରି କଥା ଉପରୁ ପର୍ଦ୍ଦା ଉଠାଇଛନ୍ତି । ଏକ ଟିଭି ଶୋକୁ ସାକ୍ଷାତକାର ଦେଇ କହିଛନ୍ତି ଯେ କରଣ ଜୋହର ସୁଶାନ୍ତ ସିଂହଙ୍କୁ ଜଣେ ଫ୍ଲପ୍‌ ହିରୋ ଭାବେ ସାବ୍ୟସ୍ତ କରିବାକୁ ଷଡଯନ୍ତ୍ର କରିଥିଲେ । କଙ୍ଗନା ଏଥର ପୁଣି ନିଜ କଥା ନେଇ କରଣ ଜୋହର ଓ ଆଦିତ୍ୟ ଚୋପ୍ରା ଉପରେ ହମ୍‌ଲା କରିଛନ୍ତି ।

kangana-14

ଏକ ଟିଭି ଶୋକୁ ସାକ୍ଷାତକାର ଦେଇ କହିଥିଲେ ଯେ ‘ସୁଲ୍‌ତାନ୍‌’ ଫିଲ୍ମ କରିବାକୁ ମନା କରିବାରୁ ମୋତେ ଧମକ ମିଳିଥିଲା । ସେ ଆହୁରି କହିଥିଲେ ଯେ ମୋତେ ସୁଲତାନ୍‌ ଫିଲ୍ମରେ ସଲ୍‌ମାନ୍‌ ଖାନ୍‌ଙ୍କ ସହ କାମ କରିବାର ଅଫର୍‌ ମିଳିଥିଲା । ଫିଲ୍ମ ନିର୍ଦ୍ଦେଶକ ଅଲ୍ଲୀ ଅବାସ୍‌ ଜଫର ମୋ ପାଖକୁ ଆସିଥିଲେ । ମୋତେ କାହାଣୀ ମଧ୍ୟ ଶୁଣାଇଥିଲେ । ସେତେବେଳେ ମୁଁ ଏକ ବ୍ଲାକ୍‌ ବଷ୍ଟର ଫିଲ୍ମ ଦେଇଥିଲି ।

kangana.JPG-2

ହେଲେ ମୁଁ ସଲ୍‌ମାନ୍‌ ଖାନ୍‌ଙ୍କ ସହ କାମ କରିବି ନାହିଁ ବୋଲି ମନା କରି ଦେଇଥିଲି । ଏହାକୁ ନେଇ ଆଦିତ୍ୟ ଚୋପ୍ରାଙ୍କ ସହ ମୋର ମିଟିଂ ମଧ୍ୟ ହୋଇଥିଲା । ସେତେବେଳେ ମୁଁ ତାଙ୍କ ଫିଲ୍ମ କରିବାକୁ ମନା କରିଥିବାରୁ ତାଙ୍କୁ କ୍ଷମା ମଧ୍ୟ ମାଗିଥିଲି । ଆଦିତ୍ୟ ମଧ୍ୟ ବୁଝି ଯାଇଥିଲେ । ସବୁ କିଛି ଠିକ୍‌ ଥିଲା । ହେଲେ ଯେତେବେଳେ ବାହାରେ ଖବର ପ୍ରକାଶ ପାଇଲା ଯେ ମୁଁ ସୁଲ୍‌ତାନ୍‌ କରିବାକୁ ମନା କରିଦେଲି ବୋଲି ।

kangana-11

ଆଦିତ୍ୟ ମୋତେ ପୁଣି ମେସେଜ୍‌ କରି ‘ ତୁମର ସାହାସ କିପରି ହେଲା ମୋତେ ନାଁ କରିବାକୁ’ ବୋଲି କହିଥିଲେ । କଙ୍ଗନା ଆହୁରି କହିଥିଲେ ଯେ ମୁଁ ଜଣେ ଗାଉଁଲି ଝିଅ । ମୁଁ ସରଳତାରେ ବିଶ୍ୱାସ କରେ । ତେଣୁ ମୁଁ କ’ଣ ପାଇଁ ଲୁଚାଇ ଥାନ୍ତି । ହେଲେ ଏହାକୁ ନେଇ ଆଦିତ୍ୟଙ୍କ ଜବରଦସ୍ତ ପ୍ରତିକ୍ରିୟା ଥିଲା । ସେ କହିଥିଲେ ତୁମେ ଏବେ ଶେଷ ହୋଇଗଲ । ଏବେ ତୁମ ସହ କେହି କାମ କରିବେ ନାହିଁ । ତୁମର ଏତେ ସାହସ ତୁମେ ମିଡିଆ ଆଗରେ କହିଦେଲ ।

kangana-00000

ତୁମେ ଏବେ ଖତମ୍‌ ହୋଇଗଲ । ସେତେବେଳେ ଆଦିତ୍ୟ ମୋତେ ‘ତୁମର କାରିଅର୍‌ ଶେଷ କରିଦେବି’ ବୋଲି ଧମକ ଦେଇଥିଲେ । କଙ୍ଗନା କରଣ ଜୋହାରଙ୍କୁ ଦୋଷ ଦେଇ କହିଥିଲେ ଯେ ସେ ରାଜନୈତିକ ଢ଼ଙ୍ଗରେ ସୁଶାନ୍ତଙ୍କୁ ଫ୍ଲପ୍‌ ଅଭିନେତା କରିବାକୁ ଷଡ଼ଯନ୍ତ୍ର କରିଥିଲେ । ସେହି କଥା ଥରେ କରଣ ଆହୁରି କହିଛନ୍ତି ଯେ ସୁଶାନ୍ତ ସିଂହ ଦୁଇ ବର୍ଷ ସଂଘର୍ଷ କରିବା ପରେ ବଡ଼ ହିଟ୍‌ ଫିଲ୍ମ ଦେଇଥିଲେ ‘ଧ୍ୱନୀ’ ।

kangana-12

ହେଲେ ଆଦିତ୍ୟ ଚୋପ୍ରା ତାଙ୍କ ସହ କାମ କରିବାକୁ ମନା କରିଦେଇ ଥିଲେ । ଆଦିତ୍ୟଙ୍କ ବାଲ୍ୟ ବନ୍ଧୁ କରଣ ମଧ୍ୟ ସୁଶାନ୍ତଙ୍କୁ ଫ୍ଲପ୍‌ କରିବାକୁ ସବୁ ପ୍ରକାର ଯୋଜନା କରିଥିଲେ । କରଣ ପ୍ରଥମେ ସୁଶାନ୍ତ ସିଂହଙ୍କୁ ଡ୍ରାଇଭ୍‌ ଫିଲ୍ମରେ କାମ କରାଇଲେ ଓ ପରେ ତାଙ୍କୁ ଫ୍ଲପ୍‌ ଅଭିନେତା ଟ୍ୟାଗ୍‌ କରିଦେଲେ । ସୁଶାନ୍ତଙ୍କ ଫିଲ୍ମକୁ କିଣିବାକୁ କେହି ନାହାଁନ୍ତି କହି ଫିଲ୍ମ ରିଲିଜ ହେବାକୁ ଦେଲେ ନାହିଁ ।

ଲୋକ ଗାୟକ ମାଲିନୀ ଅଗସ୍ତୀ କଙ୍ଗନା ସାକ୍ଷାତକାରରେ ବଲିଉଡ୍‌ର ପୋଲ୍‌ ଖୋଲି ଥିବାରୁ ତାଙ୍କ ସାହାସ ପାଇଁ ଧନ୍ୟବାଦ ଦେଇଛନ୍ତି । କଙ୍ଗନାଙ୍କୁ ଏଥିପାଇଁ ଧନ୍ୟବାଦ ଦେବା ଦରକାର ବୋଲି ମାଲିନୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.