ସାମ୍ନାକୁ ଆସିଲା ‘ଏମର୍ଜେନ୍ସି’ ର ଫାଷ୍ଟ ଲୁକ୍, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଲେ କଙ୍ଗନା ରଣାୱାତ

କଙ୍ଗନା ରଣାୱାତଙ୍କ ନିଜ ଆଗାମୀ ଫିଲ୍ମ ଏମର୍ଜେନ୍ସି ପାଇଁ ସୁଟିଂ ଆରମ୍ଭ କରି ସାରିଛନ୍ତି । ଏହି ଫିଲ୍ମର ପ୍ରଥମ ଲୁକ୍ ଟିଜର ସେ ତାଙ୍କର ସୋସିଆଲ ମିଡିଆ ସାଇଡରେ ସେୟାର କରିଛନ୍ତି । ଅଭିନେତ୍ରୀ କଙ୍ଗନା ରଣାୱତ ଗତ କାଲି ଅର୍ଥାତ୍ ଗୁରୁବାର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ ଟିଜର ସେୟାର କରିଛନ୍ତି, ଯେଉଁଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି ବୋଲି ଦେଖିବାକୁ ମିଳିଛି। ଫିଲ୍ମର ଟିଜର ମଧ୍ୟ ଖୁବ୍ ଆକର୍ଷଣୀୟ ହୋଇଛି।

ଇନ୍ଦିରା ଗାନ୍ଧୀ ଭାବରେ ତାଙ୍କର ପ୍ରଥମ ଲୁକ୍ ଇନଷ୍ଟାଗ୍ରାମରେ ସେ ସେୟାର କରିଛନ୍ତି। ସେ ଭାରତର ରାଜନୈତିକ ଇତିହାସରେ କିପରି ଏକ କାହାଣୀ ସୃଷ୍ଟି କରିଥିଲେ ଓ ‘ଜରୁରୀକାଳୀନ’ ପରିସ୍ଥିତି ପାଇଁ କିପରି ଆଦେଶ ଦେଇ ଅନେକ କିଛି ପରିବର୍ତନ ଆଣିଥିଲେ ଏହି ଫିଲ୍ମରେ ଦେଖିବାକୁ ମିଳିବ। ୨୦୧୯ ଚଳଚ୍ଚିତ୍ର ‘ ମାଣିକର୍ଣ୍ଣିକାରେ ମଧ୍ୟ ସେ ନିଜେ ରାଣୀ ହୋଇଥିଲେ ଓ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ସେ ନିଜେ ଦେଇଥିଲେ। ତେବେ ଏମର୍ଜେନ୍ସି ଫିଲ୍ମ ପାଇଁ ମଧ୍ୟ ସେ ନିଜେ ନିର୍ଦ୍ଦେଶନା ଦେଇଛନ୍ତି।

 

 

View this post on Instagram

 

A post shared by Kangana Ranaut (@kanganaranaut)

ଅଭିନେତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଯେ ‘ଜରୁରୀକାଳୀନ ପରିସ୍ଥିତି’ ଭାରତୀୟ ରାଜନୈତିକ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସମୟକୁ ପ୍ରତିଫଳିତ କରିଥାଏ ଯାହାକି ଆମର ଶକ୍ତି ଦୃଷ୍ଟିକୋଣକୁ ବଦଳାଇ ଦେଇଥିଲା ଏବଂ ସେଥିପାଇଁ ମୁଁ ଏହି କାହାଣୀ କହିବାକୁ ସ୍ଥିର କରିଥିଲି । ୧୯୭୫ ରୁ ୧୯୭୭ ପ୍ରାୟ ୨୧ ମାସ ପର୍ଯ୍ୟନ୍ତ ଏହି ଜରୁରୀକାଳିନ ପରିସ୍ଥିତି ଦେଶରେ ସୃଷ୍ଟି ହୋଇଥିଲା। ଯେତେବେଳେ ଲୋକମାନଙ୍କର ମୌଳିକ ଅଧିକାରକୁ କଡ଼ାକଡ଼ି କରାଯାଇଥିଲା।

୧୯୭୭ ରେ ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତିକୁ ହଟାଇ ଲୋକସଭା ନିର୍ବାଚନ ପାଇଁ ଆହ୍ବାନ ଦେଇଥିଲେ। ତେବେ କଙ୍ଗନା ରଣାୱତ୍ ୨୦୨୧ ର ‘ଥାଲାଇଭି’ ରେ ସ୍ୱର୍ଗତ ଅଭିନେତ୍ରୀ ଓ ରାଜନେତ୍ରୀ ଜେ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିଥିଲେ। ତେବେ ସେ କହିଛନ୍ତି ଯେ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ବିଷୟରେ ଲେଖିବା ତାଙ୍କ ପାଇଁ ସର୍ବଦା ଚ୍ୟାଲେଞ୍ଜ। ‘ମଣିକର୍ଣ୍ଣିକା’ରେ ସେ ସ୍ୱାଧୀନତା ସଂଗ୍ରାମୀ ଝାନ୍ସିର ରାଣୀ ଲକ୍ଷ୍ମୀ ବାଇ ଭାବରେ ଅଭିନୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.