ବରୁଣ ଧଓ୍ଵନଙ୍କ ଚାଲାଣ ରଦ୍ଦ କଲା କାନପୁର ପୋଲିସ; ଅଭିନେତାଙ୍କ ଟ୍ଵିଟ୍‌ ଏବେ ଭାଇରାଲ…ଜାଣି ନିଅନ୍ତୁ ପୂରା ମାମଲା

ଫିଲ୍ମ ଶୁଟିଂ ସମୟରେ ଅନେକ ବାର ସେଲିବ୍ରିଟିମାନେ ଏମିତି ମାମଲାରେ ଫସି ଯାଆନ୍ତି, ଯାହା ବିଷୟରେ ସେମାନେ ଭାବି ସୁଦ୍ଧା ପାରନ୍ତି ନାହିଁ। ଏମିତି ହିଁ କିଛି ଘଟିଛି ଆକ୍ଟର ବରୁଣ ଧଓ୍ଵନଙ୍କ ସହ। ବରୁଣ କାନପୁରରେ ନିଜ ଆଗାମୀ ଫିଲ୍ମର ଏକ ସିନ୍‌ ପାଇଁ ବାଇକ୍‌ ଉପରେ ବସି ଶୁଟିଂ କରୁଥିଲେ। ଅଭିନେତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା ଏବଂ ଯେଉଁଥିପାଇଁ ତାଙ୍କ ଚାଲାଣ ବି କଟି ଯାଇଥିଲା। କିନ୍ତୁ ଏବେ ଏହି ଚାଲାଣ ରଦ୍ଦ ହୋଇଯାଇଛି, ଯାହାପରେ ଅଭିନେତାଙ୍କ ଟ୍ଵିଟ୍‌ ଭାଇରାଲ ହେଉଛି।

ବରୁଣ କାନପୁରରେ ବିନା ହେଲ୍‌ମେଟରେ ବୁଲେଟ୍‌ ଚଲାଉଥିଲେ। ଯେମିତି ହିଁ ଭିଡିଓ ଭାଇରାଲ ହୋଇଥିଲା, ତ କାନପୁର ଟ୍ରାଫିକ୍‌ ପୋଲିସ ଅଭିନେତାଙ୍କ ଅନଲାଇନ ଚାଲାଣ କାଟି ଦେଇଥିଲା। ସେ କାନପୁରରେ ‘ବଓ୍ଵାଲ’ ଫିଲ୍ମର ଶୁଟିଂ କରୁଥିଲେ। ତେବେ ସହରବାସୀ ଅଭିନେତାଙ୍କ ଚାଲାଣ କଟାଯିବାକୁ ଅନୁଚିତ୍‌ ବୋଲି କହିଛନ୍ତି। ସେମାନଙ୍କ କହିବା ହେଲା, ‘କୌଣସି ଫିଲ୍ମର ହିରୋ କ’ଣ ହେଲ୍‌ମେଟ ପିନ୍ଧି ଶୁଟିଂ କରିବ’? ଖାସ୍‌ କଥା ହେଉଛି, ଏହି ସିନ୍‌ର ଶୁଟିଂ ପାଇଁ କାନପୁର ପୋଲିସଠାରୁ ପରମିଶନ ନିଆଯାଇଥିଲା। ଏହାସତ୍ତ୍ୱେ ଚାଲାଣ କଟାଯିବାକୁ ନେଇ ମାମଲା ଆହୁରି ବଢ଼ିଯାଇଥିଲା।

ତେବେ ଅଲ୍‌କା ମିଶ୍ରା ନାମ୍ନୀ ଫ୍ୟାନ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ। ସେ ପୋଲିସ କମିଶନର ବିଜୟ ମିଣାଙ୍କୁ ଭେଟିଥିଲେ ଏବଂ ବରୁଣ ଧଓ୍ଵନଙ୍କ ଚାଲାଣ ରଦ୍ଦ କରିବାକୁ ଦାବି କରିଥିଲେ। ଏହାପରେ କମିଶନର ତାଙ୍କୁ ଆଶ୍ୱସ୍ତି ଦେଇ କହିଥିଲେ ଯେ ଏହାର ତଦନ୍ତ କରାଯିବ। ତଦନ୍ତରେ ସମସ୍ତ ତଥ୍ୟ ସଠିକ୍‌ ମିଳିବା ପରେ ଏହାକୁ ଆଧାର କରି ବରୁଣଙ୍କ ଚାଲାଣକୁ ରଦ୍ଦ କରି ଦିଆଯାଇଥିଲା।

ସେପଟେ ବରୁଣ ଚାଲାଣ ରଦ୍ଦ ହେବା କ୍ଷଣି ଟ୍ଵିଟରରେ ବିନା ହେଲ୍‌ମେଟ ଶୁଟିଂର ଫଟୋ ପୋଷ୍ଟ କରିଥିଲେ। ସେ ଟ୍ଵିଟ୍‌ କରି ଲେଖିଛନ୍ତି ଯେ ‘କ’ଣ ବୋବାଲ୍‌ କରୁଛ! ଆମ ଫଟୋ ଲିକ୍‌ କରିଦେଲ, ଲଭ୍‌ ୟୁ କାନପୁର। ଚାଲ, ଆମେ ବି ଦେଇଦେବା’।

 

View this post on Instagram

 

A post shared by VarunDhawan (@varundvn)

Leave A Reply

Your email address will not be published.