ପିରିୟଡ୍‌ ଲିଭ୍‌କୁ ନେଇ ମୁହଁ ଖୋଲିଲେ କରୀନା କପୁର, କହିଲେ- ଅସୁବିଧା ବେଳେ ଏମିତି ମ୍ୟାନେଜ କରନ୍ତି ନିଜ କାମ

ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହୋଇ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଓରଫ୍‌ ବେବୋ। ଖୁବ୍‌ଶୀଘ୍ର ବେବୋ ମା’ ହେବାକୁ ଯାଉଛନ୍ତି। କରୀନା ପ୍ରାୟତଃ ମହିଳାଙ୍କ ସହ ଜଡ଼ିତ ମାମଲାରେ ନିଜ ମତ ରଖିଥାଆନ୍ତି। ନିକଟରେ କରୀନା ପିରିୟଡ୍‌ ଲିଭ୍‌ ବା ମାସିକ ଧର୍ମ ଛୁଟି ଉପରେ ନିଜ ରାୟ ଦେଇଛନ୍ତି।

ଏକ ଇଣ୍ଟରଭ୍ୟୁରେ କରୀନା ପିରିୟଡ୍‌ ଲିଭ୍‌କୁ ନେଇ ମତବ୍ୟକ୍ତ କରିଛନ୍ତି। କରୀନା କହିଛନ୍ତି, ପ୍ରତ୍ୟେକ ମହିଳାଙ୍କ ଶାରିରୀକ ଗଠନ ‌ ଅଲଗା ହୋଇଥାଏ। ଏଣୁ ତାଙ୍କର କମ୍ଫଟେବଲ୍ମଟି ଧ୍ୟ ଭିନ୍ନ ହୋଇଥାଏ। କିଛି ମହିଳାଙ୍କର ପିରିୟଡ୍‌ସ ବେଳେ ପେଟରେ ପ୍ରବଳ ପୀଡ଼ା ହୁଏ ତ ଆଉ କେତେକଙ୍କର ପିଠିରେ ଯନ୍ତ୍ରଣା ହୁଏ।

kareena2

ମାସିକ ଧର୍ମ ବେଳେ ମହିଳାଙ୍କୁ ଛୁଟି ମିଳିବା ଦରକାର ନା ନାହିଁ। ଏହାର ଉତ୍ତରରେ କରୀନା କହିଛନ୍ତି, ଯଦି ମହିଳା ପିରିୟଡ୍ସ ବେଳେ କାମ କରିପାରୁନାହାନ୍ତି ତେବେ କମ୍ପାନୀକୁ ତାହା ବୁଝିବା ଦରକାର।

କରୀନା କହିଛନ୍ତି, ମୋତେ ପିରିୟଡ୍‌ସ ବେଳେ ଯନ୍ତ୍ରଣା ହୁଏ ନାହିଁ। କିନ୍ତୁ ଏହି ସମୟରେ ମୁଁ ନାଚଗୀତ କରିପାରେ ନାହିଁ। ମୁଁ ମୋ କାମକୁ ମ୍ୟାନେଜ୍‌ କରେ। କମ୍ପାନୀ ଓ ପ୍ରଡକ୍ସନ୍‌ ହାଉସ୍‌କୁ ମଧ୍ୟ ଏକଥା ବୁଝିବା ଦରକାର। କରୀନା ସମସ୍ତ ମହିଳାଙ୍କୁ କହିଛନ୍ତି, ପିରିୟଡ୍‌ସ ସମୟରେ ସେମାନଙ୍କୁ ଯାହା ଭଲ ଲାଗେ ସେମାନେ ତାହା ହିଁ କରନ୍ତୁ। କାହା ଚାପରେ ନିଜକୁ କଷ୍ଟ ଦେବାକୁ ମହିଳାଙ୍କୁ ବାରଣ କରିଛନ୍ତି କରୀନା କପୁର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.