ଆଜି ଟିଭି ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ବାହାଘର, ସାମ୍ନାକୁ ଆସିଲା ଅଭିନେତ୍ରୀଙ୍କ ମେହେନ୍ଦୀ ବେଳର ଫଟୋ

ଏବେ ବଲିଉଡ୍ରେ ଚାଲିଛି ବିବାହ ଋତୁ। ଜଣକ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ ଏବେ ହାତକୁ ଦି ହାତ ହେଉଛନ୍ତି। ଇତି ମଧ୍ୟରେ ଟିଭି ଅଭିନେତ୍ରୀ କରିସ୍ମା ତନ୍ନାଙ୍କର ବି ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଅର୍ଥାତ୍ ଫେବ୍ରୁଆରୀ ୫ରେ କରିସ୍ମା ତନ୍ନା ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ୍ ବରୁଣ ବଙ୍ଗେରାଙ୍କୁ ବିବାହ କରିବେ। ଏଥିପାଇଁ ଧୁମ୍ଧାମ୍ରେ ସବୁ ଜିନିଷକୁ ଆୟୋଜନ କରାଯାଇଛି।
କରିସ୍ମାଙ୍କ ହଳଦୀ ସେରିମନି ପରେ ଗତ କାଲି ମେହେନ୍ଦୀ ସେରିମନିର ଆୟୋଜନ ହୋଇଛି। ଏହା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଫଟୋରେ କରିସ୍ମା ବେଶ୍ ସୁନ୍ଦର ଲାଗୁଛନ୍ତି। କରିସ୍ମା ତନ୍ନା ନିଜ ମେହେନ୍ଦୀ ସେରିମନିର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ଏହି ଯୋଡ଼ି ପ୍ରେମରେ ବୁଡ଼ି ରହିଥିବା ଦେଖାଯାଇଛି।
ନଜର ପକାନ୍ତୁ:
View this post on Instagram
View this post on Instagram
View this post on Instagram
View this post on Instagram
କରିସ୍ମା ନିଜ ହଳଦୀ ସେରିମନିରେ ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ହେଭି ଗହଣା କ୍ୟାରି କରିଛନ୍ତି। ଏହି ଗେଟ୍ ଅପ୍ରେ ସେ ଖୁବ୍ ସୁନ୍ଦର ଲାଗୁଛନ୍ତି। ତାଙ୍କ ଫଟୋକୁ ୟୁଜର୍ସ ଖୁବ୍ ପସନ୍ଦ କରିବା ସହ ବିବାହ ପାଇଁ ଶୁଭ କାମନା ଜଣାଉଛନ୍ତି।