Below header

୨୦ ଜୁନ୍‌ରୁ ଆରମ୍ଭ ହେବ ‘କସୌଟୀ ଜିନ୍ଦେଗୀ କେ ୨’ ଶୁଟିଂ, ଏକତା ନେଲେ ନିଷ୍ପତ୍ତି

ଟିଭି ସିରିଅଲ ‘କସୌଟି ଜିନ୍ଦେଗୀ କେ-୨’ ଶୁଟିଂ ୨୦ ଜୁନ୍‌ରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଏକତାଙ୍କ ନିର୍ଦ୍ଦେଶନା ଟିମ୍‌ ପକ୍ଷରୁ କୁହାଯାଇଛି। ଶୁଟିଂ ଆରମ୍ଭ ହୋଇଥିବାରୁ ଏହାର ପରବର୍ତ୍ତୀ ଏପିସୋଡ ଦର୍ଶକ ଜୁଲାଇ ମାସଠାରୁ ଦେଖିପାରିବେ ବୋଲି ଜଣାପଡିଛି। ଶୁଟିଂ ସେଟରେ ପାର୍ଥ ସାମନ୍ଥା ଏବଂ ଏରିକା ଫର୍ଣ୍ଣାଣ୍ଡିଜଙ୍କ ସହିତ ଅନ୍ୟ କଳାକାର ଉପସ୍ଥିତ ରହିବେ। ଶୁଟିଂ ପାଇଁ ମହାରାଷ୍ଟ୍ର ସରକାର ଗ୍ରୀନ ସିଗନାଲ ଦେବା ପରେ ଏକତା ଏଭଳି ନିଷ୍ପତ୍ତି ନେଇଛନ୍ତି।

kasuti

ପୂର୍ବରୁ କରୋନା ସଂକ୍ରମଣ ନେଇ ଏରିବା ଶୁଟିଂ କରିବାକୁ ଅମଙ୍ଗ ହେଉଥିଲେ। ତେବେ ପରବର୍ତ୍ତୀ ସମୟରେ ନିଜର ସହମତି ପ୍ରକାଶ କରିଛନ୍ତି। ଲକଡାଉନରେ କଳାକାରଙ୍କ ପାରିଶ୍ରମିକ କମ୍‌ କରିବାକୁ ପ୍ରଯୋଜକ କହିଥିଲେ। ଯାହାକୁ ଏକତା ବାରଣ କରିଥିଲେ। ଶୁଟିଂ ଆରମ୍ଭ ହେଉଥିବା ଖବରକୁ ନେଇ ସମସ୍ତ କଳାକାରଙ୍କ ସହିତ ଫ୍ୟାନଙ୍କ ମନ ମଧ୍ୟ ବେଶ ଉତ୍ସାହିତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.