ଭୋଗଡା ଏବଂ ଦିନିଆରୀ ଗ୍ରାମରେ ଡକାୟତି ମାମଲା, ଦୁଇ ଦୁର୍ବୁତ୍ତଙ୍କୁ ଗିରଫ କଲା ବାଘମାରି ପୋଲିସ୍

ଖୋର୍ଦ୍ଧା: ବାଘମାରି ଥାନା ଅନ୍ତର୍ଗତ ଭୋଗଡା ଏବଂ ଦିନିଆରୀ ଗ୍ରାମରେ ଘଟିଥିବା ଡକାୟତି ମାମଲାରେ ସଫଳତା । ବାଘମାରି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ ବାଘମାରୀ ଥାନା ଅଧିକାରୀ ତାଙ୍କ ଥାନା ଅଧୀନରେ ଘଟିଥିବା ଭୋଗଡା ଓ ଦିନିଆରୀ ଡକାୟତିରେ ମାମଲାରେ ସଂପୃକ୍ତ ଡକାୟତ ମାନେ ନୟାଗଡରୁ ଖୋର୍ଦ୍ଧା ଅଭିମୁଖେ ଏକ କଳା ପଲସର ଯୋଗେ ଆସୁଥିବା ବେଳେ ବାମଡିହ ଛକ ପାଖରେ ଦୁଇଜଣଙ୍କୁ ଗିରଫ କରିଥିଲେ ।

lootସେମାନଙ୍କ ଠାରୁ ପୋଲିସ ୩୮.୨୦୦ ଗ୍ରାମ ସୁନା ଓ ୧.୫୨୮ କିଲୋ ରୂପା ଜବତ କରିବା ସହ ନଗଦ ୪ହଜାର ୭୦୦ ଟଙ୍କା , ଗୋଟିଏ ବନ୍ଧୁକ ଏବଂ ବମ୍ ତିଆରି ସାମଗ୍ରୀ ଜବତ କରିଛି । ଗିରଫ ଯୁବକ ହେଉଛନ୍ତି ରନ୍ତାକର ସାହୁ ଓ ଗଦାଧର ନାୟକ । ସୂଚନା ଅନୁଯାୟୀ, ଭୋଗଡା ଏବଂ ଦିନିଆରୀ ଡକାୟତି ମାମଲାରେ ପୂର୍ବରୁ ୪ଜଣଙ୍କୁ ଗିରଫ କରିଥିବା ବେଳ ସେମାନଙ୍କ ଠାରୁ ନଗଦ ୩୫ ହଜାର ୫୦୦ଟଙ୍କା, ବନ୍ଧୁକ,ଛୁରୀ,ଶାବଳ ,ତରଳା ସୁନା ଏବଂ ଏକ ମଟର ସାଇକେଲକୁ ଜବତ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.