ପ୍ରକୃତରେ କରୋନା ଏକ ଭୂତାଣୁ ନା ବ୍ୟାକ୍ଟେରିଆ, ଜାଣନ୍ତୁ କଣ ଏହାର ସତ୍ୟାସତ୍ୟ

କରୋନାକୁ ନେଇ ସାରା ବିଶ୍ୱରେ ଏବେ ହାହାକାର। ସାରା ବିଶ୍ୱ ଏବେ କରୋନା କବଳରେ। ସମଗ୍ର ବିଶ୍ୱରେ ବୈଜ୍ଞାନିକ ଏବଂ ଡାକ୍ତରମାନେ ଏହାର ଭ୍ୟାକସିନ ଖୋଜିବାରେ ଲାଗିଛନ୍ତି। ଲକଡାଉନ, ସଟଡାଉନ ଏ ସବୁ ମଣିଷ ଜୀବନର ଅବିଛେଦ୍ୟ ଅଙ୍ଗ ପାଲଟିଗଲାଣି। ଆଉ ଏ ସବୁ ଭିତରେ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ବି ଦେଖାଦେଲାଣି। କିଛି କିଛି ଜାଗାରେ ତ ଲୋକମାନେ ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଅକ୍ଷମ ହୋଇପଡିଲେଣି। କରୋନା ଚେନକୁ ଭାଙ୍ଗିବା ପାଇଁ ସରକାର ସବୁ ପ୍ରକାରର ନୀତି ଆପଣାଉଛନ୍ତି ଆଉ ଲୋକମାନେ ବି ବିନା ପ୍ରଶ୍ନରେ ସରକାରଙ୍କର ସବୁ ନିୟମକୁ ପାଳନ କରି ଚାଲିଛନ୍ତି। ଉଦ୍ଦେଶ୍ୟ, ନିଜର ଆଉ ନିଜ ପରିବାରର ଜୀବନ ବଞ୍ଚାଇବା।

coronaକିନ୍ତୁ ଏ ସବୁ ଭିତରେ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ। ନିକଟରେ ଭାଇରଲ ହୋଇଥିବା ଏକ ଭିଯୁଆଲରୁ ଜଣାପଡିଛି ଯେ କରୋନା କୌଣସି ଭୁତାଣୁ ନୁହେଁ, ବରଂ ଏହା ଏକ ବାକ୍ଟେରିଆ ଏବଂ ଏହାର ଚିକିତ୍ସା ମାତ୍ର ଗୋଟିଏ ଦିନରେ ହିଁ ହେଇପାରିବ। ଇଟାଲୀର ଡାକ୍ତରମାନେ ଏହି ସତ୍ୟକୁ ଲୋକଲୋଚନକୁ ଆଣିଛନ୍ତି । ଇଟାଲୀରେ କ୍ରମାଗତ ଭାବରେ ବଢୁଥିବା କରୋନା ମୃତ୍ୟୁରେ ଅସ୍ତବ୍ୟସ୍ତ ହୋଇ ଇଟାଲୀର ଡାକ୍ତରମାନେ WHO ର ଗାଇଡଲାଇନ ବାହାରକୁ ଯାଇ କରାନରେ ମୃତ୍ୟୁବରଣ କରିଥିବା ଏକ ଶବ ବ୍ୟବଚ୍ଛେଦ କରିଥିଲେ ଏବଂ ସେଥିରୁ ସେମାନେ ଯାହା ଜାଣିବାକୁ ପାଇଥିଲେ, ତାହା ଆପଣଙ୍କୁ ହାତବାକ କରିଦେବ ନିଶ୍ଚୟ।

coronaଶବ ବ୍ୟବଛେଦରୁ ଆସିଥିବା ରିପୋର୍ଟ ଅନୁଯାୟୀ, କରୋନା କୌଣସି ଭୁତାଣୁ ନୁହେଁ, ଏହା ଏକ ବ୍ୟାକ୍ଟେରିଆ ଯାହା ମଣିଷ ଶରୀରରେ ବ୍ଲଡ଼ କ୍ଳଟ କରାଇଥାଏ, ଫଳରେ ରକ୍ତ ସଠିକ ଭାବେ ଶରୀରରେ ପ୍ରବାହିତ ହୋଇପାରେ ନାହିଁ ଏବଂ ଏହାଫଳରେ ଶରୀରର ପ୍ରମୁଖ ଅଙ୍ଗ ଯେପରିକି ହାର୍ଟ, ଲଙ୍ଗସ ଏବଂ ବ୍ରେନ ଅଚଳ ହୋଇପଡେ। ଫଳରେ ମଣିଷ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରେ ଏବଂ ତାର ମୃତ୍ୟୁ ହୋଇଥାଏ। କିନ୍ତୁ ଏହି ବ୍ୟାକ୍ଟେରିଆଲ ଇନଫେକ୍ସନକୁ ଆଣ୍ଟିବାୟୋଟିକ, ଆଣ୍ଟିଇନଫ୍ଲମାଟୋରୀ ଏବଂ ଆଣ୍ଟିକୋଗୁଲଣ୍ଟସ ଯେପରିକି Aspirin 100 ଏବଂ ଆପ୍ରୋନେକ୍ସ ଦ୍ୱାରା ଅତି ସହଜରେ ଚିକିତ୍ସା କରିହେବ। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭାନ୍ତିଲେଟରର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ ଆଣ୍ଟିବ୍ୟାକ୍ଟେରିଆଲ ଜେଲ ଏବଂ ସାବୁନ ଏହି ଇନଫେକ୍ସନକୁ ପ୍ରତିହତ କରିବାରେ ସମର୍ଥ ହେଉଥିଲା। ଏହି ପଦ୍ଧତିକୁ ଆପଣାଇ ଇଟାଲୀ ଗୋଟିଏ ଦିନରେ ୧୪୦୦୦ କୋଭିଡ ପଜିଟିଭ ପେସେଣ୍ଟଙ୍କୁ ହସପିଟାଲରୁ ଡିସ୍ଚାର୍ଜ କରିଛି ଏବଂ କରୋନାକୁ ହରାଇବାରେ ସମର୍ଥ ହୋଇଛି । ଏ ସତ୍ୟତାକୁ ଏଡାଇ ଦିଆଯାଇ ନ ପାରେ କାରଣ ଦିନେ କରୋନା ମୃତ୍ୟୁ ସଂଖ୍ୟାରେ ସବୁଠାରୁ ଆଗରେ ଥିବା ଇଟାଲୀରେ ହଠାତ ମୃତ୍ୟୁ ସଂଖ୍ୟା କମିଛି ଓ ରେକଭରୀ ରେଟ ବଢିବାକୁ ଲାଗିଛି । ଏକଥା ଆପଣ ଏହି ଗ୍ରାଫ ଦେଖିଲେ ନିଜେ ଅନୁଭବ କରିବେ।

whoତେବେ ଏବେ ପ୍ରଶ୍ନ ଉଠୁଛି, ଯଦି କରୋନାର ଉପଚାର ଏତେ ସହଜ ତେବେ ଏତେ ଲୋକ ମରିବାଯାଏ କଥା ଗଲା କାହିଁକି? WHO କରୋନା ଶବକୁ ବ୍ୟବଚ୍ଛେଦ କରିବାକୁ ବାରଣ କାହିଁକି କରୁଥିଲା ?

ବିଜୁଆଲରେ ଦିଯାଇଥିବା ତଥ୍ୟ ଅନୁଯାୟୀ ଟଙ୍କା ରୋଜଗାର କରିବାପାଇଁ ଏହା WHOର ଏକ ଯୋଜନା ଥିଲା। ସେଥିପାଇଁ WHO ଏଭଳି ଗାଇଡଲାଇନ ପ୍ରସ୍ତୁତ କରୁଥିଲା ଯାହା ଦ୍ୱାରା ଏହି ସତ୍ୟ ଉପରୁ କେବେ ପର୍ଦା ଉଠି ପରିବ ନାହିଁ । ଏ କଥା ଆମେ କହୁନାହୁଁ, ନିକଟରେ ବାଇରଲ ହେଉଥିବା ଏକ ଭିଯୁଆଲରୁ ଏହା ଜଣାପଡିଛି ।

ଯଦିଓ ପୂର୍ବରୁ WHOକୁ ନେଇ କିଛି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଆମେରିକା ମଧ୍ୟ ଏହା ବିରୋଧରେ ସଂଗୀନ ଅଭିଯୋଗ ଆଣିବା ସହ ଅନୁଦାନ ବନ୍ଦ କରିଛି । ତଥାପି ଇଟାଲୀର ଏହି ଭିଡିଓ ଏକ ବଡ଼ ବିବାଦ ସୃଷ୍ଟି କରିଛି ।
ଲଜିକାଲ ଇଣ୍ଡିଆନ୍ ଓ ଫ୍ୟାକ୍ଟଚେକ୍ ଇଣ୍ଡିଆ ଟୁଡେ ଆଦିରେ ପ୍ରକାଶିତ ଏହି ରିପୋର୍ଟ ଓ ଭିଡିଓ ମିଛ ବୋଲି ବିଶ୍ୱର ଅନେକ ବରିଷ୍ଠ ଡାକ୍ତର ଏବଂ WHO ପକ୍ଷରୁ କୁହାଯାଇଛି । WHO ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ଆହୁରି ମଧ୍ୟ କରୋନା ସଂକ୍ରମିତଙ୍କ ମୃତଦେହ ବ୍ୟବଚ୍ଛେଦ ନେଇ WHO କୌଣସି କଟକଣା କରିନଥିଲା କେବଳ ଭାଇରସ୍ ଯେଭଳି ସଂକ୍ରମିତ ନହୁଏ ସେଥିପାଇଁ ସତର୍କ ରହିବାକୁ କୁହାଯାଇଥିଲା । ତେବେ ଏହି ଭିଡିଓ ବାର୍ତ୍ତାରେ ଥିବା ତଥ୍ୟ କେତେ ସତ ଓ କେତେ ମିଛ ତାହା ଆଗାମୀ ସମୟରେ ହିଁ ଜଣା ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.