Below header

ABCD3ରେ ଆଉ ନଜର ଆସିବେନି କ୍ୟାଟ୍ରିନା,ଜାଣନ୍ତୁ କାହିଁକି ..

ମୁମ୍ବାଇ : ABCD3 ଫିଲ୍ମରୁ ହଟିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଫିଲ୍ମ ଭାରତର ବିଜି ସିଡ୍ୟୁଲ କାରଣରୁ କ୍ୟାଟ୍ରିନା ଏହି ଫିଲ୍ମ ଛାଡୁଛନ୍ତି। ଫିଲ୍ମରେ ବରୁଣ ଧଓ୍ଵନ ମୁଖ୍ୟ ଭୂମିକାରେ ନଜର ଆସିବେ। ରିମୋ ଡିସୌଜା ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମର ସୁଟିଂ ଡେଟସ୍‌ ଓ ଭାରତର ସୁଟିଂ ଡେଟସ୍‌ ଏକାଠି ପଡୁଥିବାରୁ କ୍ୟାଟ୍ରିନା ଏହି ଫିଲ୍ମରୁ ହଟିଯିବାକୁ ନିଷ୍ପତ୍ତି ନେଇଛନ୍ତି।

kaif 2

ଏବେ ସେ କେବଳ ଭାରତ ସୁଟିଂରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ABCD3 ରେ ବରୁଣଙ୍କ ବ୍ୟତୀତ ପ୍ରଭୁଦେବା, ଧର୍ମେଶ, ରାଘବ, ପୁନୀତ ପାଠକ ମଧ୍ୟ ନଜର ଆସିବେ।

Katrina-Kaif

ଦେଶର ସବୁଠୁ ବଡ ଡ୍ୟାନ୍ସ ଫିଲ୍ମ ABCD ସିରିଜ୍‌ର ଏହା ତୃତୀୟ ଭାଗ। ପୂର୍ବରୁ ABCD-2 ରେ ବରୁଣ ଧୱନ ଓ ଶ୍ରଦ୍ଧା କପୁର ନଜର ଆସିଥିଲେ। ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ ଖୁବ୍‌ ପସନ୍ଦ କରିବା ସହ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିଲା ଫିଲ୍ମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.