ଟେଲିଭିଜନର ସବୁଠାରୁ ବଡ ଏବଂ ହିଟ୍ ରିୟାଲିଟୀ ଶୋ ଖତରୋଁ କେ ଖିଲାଡି ସିଜନ୧୨ର ତାର ଓ୍ଵିନର ମିଳିଯାଇଛି। କିନ୍ତୁ ଅପେକ୍ଷାର ଅନ୍ତ ଘଟିଛି ଏବଂ ସମସ୍ତଙ୍କୁ ପଛରେ ପକାଇ ଟ୍ରଫିକୁ ନିଜ ନାମରେ କରିଛନ୍ତି ଡ୍ୟାନ୍ସର ତଥା କୋରିଓଗ୍ରାଫର ତୁଷାର କାଲିଆ। ରବିବାର ରାତିରେ ଖତରୋଁ କେ ଖିଲାଡିର ଫାଇନାଲ୍ ଏପିସୋଡ୍ ଅନୁଷ୍ଠିତ ହୋଇଥିଲା। ତାହା ବହୁତ ରୋମାଞ୍ଚକର ଥିଲା । ଯେଉଁଠାରେ ଫାଇନାଲ୍ ପାଇଁ ତିନି ଜଣ ପ୍ରତିଯୋଗୀ ଥିଲେ । ତୁଷାର କାଳିଆ, ଫୈଜୁ ଏବଂ ଜନ୍ନତ ପରସ୍ପର ସହ ଟକ୍କର ଦେଇଥିଲେ। କିନ୍ତୁ ସମସ୍ତଙ୍କୁ ହରାଇ ତୁଷାର କାଳିଆ ସିଜନ୧୨ର ବିଜେତା ବନିଛନ୍ତି।
ରୋହିତ ଶେଟ୍ଟୀଙ୍କ ଆଗାମୀ ଚଳଚ୍ଚିତ୍ର ‘ସର୍କସ’ର ଅଭିନେତା ରଣଭୀର ସିଂ, ବରୁଣ ଶର୍ମା, ଜନି ଲିଭର ଏବଂ ସଞ୍ଜୟ ମିଶ୍ରଙ୍କ ଅଭିନେତାମାନେ ଗ୍ରାଣ୍ଡ ଫାଇନାଲରେ ଅତିଥି ଭାବରେ ପହଞ୍ଚିଥିଲେ। ଜୁଲାଇ ୨ରେ ଏହି ଶୋ’ର ପ୍ରିମିୟର ହୋଇଥିଲା । ପ୍ରାୟ ଅଢେଇ ମାସ ଧରି ଚାଲିଥିବା ଏହି ଶୋକୁ ତାର ବିଜେତା ମିଳିଛି। ସମସ୍ତଙ୍କୁ ପଛରେ ପକାଇ ତୁଶାର କାଲିଆ ଏହି ସିଜିନର ଟ୍ରଫି ଜିତିଛନ୍ତି। ତୁଷାରଙ୍କ ବ୍ୟତୀତ ଫୈଜୁ ଏବଂ ମୋହିତ ଫାଇନାଲ ଷ୍ଟଣ୍ଟରେ ପହଞ୍ଚିଥିଲେ।
ଟପ୍ ପ୍ରତିଯୋଗୀଙ୍କ ମଧ୍ୟରେ ଥିଲେ ତୁଷାର କାଳିଆ, ରୁବିନା ଦିଲାୟକ, ଜନ୍ନତ ଜୁବେର, ଫୈଜୁ ଶେଖ ଏବଂ ମୋହିତ ମଲିକ। ଫାଇନାଲ୍ ଷ୍ଟଣ୍ଟରେ ତିନିଜଣଙ୍କ ମଧ୍ୟରେ ଟକ୍କର ହୋଇଥିଲା । ତେବେ ସିଜନ୧୨ ଟ୍ରଫି ବ୍ୟତୀତ ତାଙ୍କୁ ୨୦ ଲକ୍ଷ ଟଙ୍କାର ପ୍ରାଇଜ୍ ମନି ମଧ୍ୟ ଦିଆଯାଇଛି। ତାସହିତ ଏକ ମାରୁତି ସୁଜୁକି ସ୍ୱିଫ୍ଟ ମଧ୍ୟ ନିଜ ନାମରେ କରିଛନ୍ତି ତୁଷାର।