ସିଦ୍ଧାର୍ଥଙ୍କ ପାଇଁ କିଆରା ଆଡଭାନୀଙ୍କ ରୋମାଣ୍ଟିକ ପୋଷ୍ଟ! କ’ଣ ଖୁଲମଖୁଲା କରି ଦେଲେ କି ପ୍ରେମ ନିବେଦନ? ଫଟୋକୁ ନେଇ ସବୁଠି ଚର୍ଚ୍ଚା

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ରବିବାର ନିଜର ୩୭ତମ ଜନ୍ମଦିନ ପାଳନ କରିଛନ୍ତି। ‘ଶେରଶାହ’ ଫେମ୍ ଆକ୍ଟରଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶୁଭେଚ୍ଛା ବାର୍ତ୍ତା ଛାଇ ଯାଇଛି। ତେବେ ଏହାରି ଭିତରେ ଜଣେ ବହୁତ ଖାସ୍ ବ୍ୟକ୍ତି ସିଦ୍ଧାର୍ଥଙ୍କୁ ରୋମାଣ୍ଟିକ୍ ଅନ୍ଦାଜରେ ଜନ୍ମଦିନର ଶୁଭକାମନା ଜଣାଇଥିଲେ। ସିଦ୍ଧାର୍ଥ ମଲହୋତ୍ରାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ କିଆରା ଆଡଭାନୀ ନିଜ ଇନଷ୍ଟା ଷ୍ଟୋରୀରେ ଏକ ରୋମାଣ୍ଟିକ ଫଟୋ ସେୟାର କରି ସିଡଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ସିଦ୍ଧାର୍ଥଙ୍କୁ କିଆରାଙ୍କ ରୋମାଣ୍ଟିକ ଜନ୍ମଦିନ ଶୁଭେଚ୍ଛା
କିଆରା ଆଡଭାନୀ ଯେଉଁ ଫଟୋ ସେୟାର କରିଛନ୍ତି, ଏହା କୌଣସି ଫିଲ୍ମର ସୁଟିଂ ସମୟର ନୁହେଁ, ବରଂ ଏହା ଏକ ରିୟଲ ଲାଇଫ୍ ରୋମାଣ୍ଟିକ ଫଟୋ, ଯେଉଁଥିରେ କିଆରା ଆଡଭାନୀ ଓ ସିଦ୍ଧାର୍ଥ ବହୁତ ରୋମାଣ୍ଟିକ ମୁଡ୍ରେ ନଜର ଆସୁଛନ୍ତି। ସେମାନେ କୌଣସି ଏକ ପାର୍କ ଭଳି ସ୍ଥାନରେ ବସିଥିବାର ଦେଖା ଯାଉଛନ୍ତି। ଫଟୋଟି ଫ୍ୟାନମାନଙ୍କ ପାଇଁ ବହୁତ ଖାସ୍ ରହିଛି। ସେଠି ଏହାର କ୍ୟାପସନ୍ ମଧ୍ୟ ବେଶ୍ ସ୍ୱତନ୍ତ୍ର ଲେଖା ଯାଇଛି।

କିଆରା ଆଡଭାନୀ ଲେଖିଛନ୍ତି ଏହି ସୁନ୍ଦର କ୍ୟାପସନ
କିଆରା ଆଡଭାନୀ ଏହି ଫଟୋର କ୍ୟାପସନରେ ଲେଖିଛନ୍ତି, ‘ହାପି ହାପି ବାର୍ଥଡେ’ ମୋର ଅତି ପ୍ରିୟ ବ୍ୟକ୍ତି। କିଆରା ଆଡଭାନୀ କ୍ୟାପସନ ସହିତ ଏକ ରେଡ୍ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି। ସୋସିଆଲ ମିଡିଆରେ କିଆରା ଆଡଭାନୀଙ୍କର ଏଭଳି ଖୁଲମ୍ଖୁଲା ପୋଷ୍ଟ କେଉଁ ଆଡ଼କୁ ଈଶାରା କରୁଛି, ତାହାକୁ ନେଇ ଫ୍ୟାନମାନଙ୍କ ଉତ୍ସାହ ବଢ଼ି ଯାଇଛି। ଫ୍ୟାନମାନେ କିଆରାଙ୍କର ଏହି ପୋଷ୍ଟ ଦେଖି ବେଶ୍ ଉତ୍ସାହିତ ହୋଇ ପଡ଼ିଛନ୍ତି।
‘ଶେରଶାହ’ରେ ପ୍ରଥମ ଥର ପାଇଁ ନଜର ଆସିଥିଲେ ଯୋଡ଼ି
କହି ରଖୁଛୁ କି, କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ସମ୍ପର୍କକୁ ନେଇ ମଝିରେ ମଝିରେ ଖବର ଭାଇରାଲ ହୋଇଥାଏ। କୁହାଯାଉଛି ଯେ ଦୁଇଜଣ ଦୀର୍ଘ ଦିନରୁ ପରସ୍ପରକୁ ଡେଟ୍ କରୁଛନ୍ତି ଏବଂ ଏହି ବର୍ଷ ହିଁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି। କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ଫିଲ୍ମ ‘ଶେରଶାହ’ରେ ଏକାଠି ନଜର ଆସିଥିଲେ। ଉଭୟଙ୍କ ଯୋଡ଼ିକୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରିଥିଲେ।
ନିଜ ପ୍ରେମ ବିଷୟରେ ଘୋଷଣା କଲେ କିଆରା!
ସିଦ୍ଧାର୍ଥ ମଲହୋତ୍ରାଙ୍କ ଜନ୍ମଦିନରେ କିଆରା ଆଡଭାନୀ କରିଥିବା ପୋଷ୍ଟକୁ ତାଙ୍କ ପ୍ରେମର ଖୁଲମ୍ଖୋଲା ଘୋଷଣା ବୋଲି କୁହାଯାଉଛି। କିନ୍ତୁ ଏହା ନିଶ୍ଚିତ ଯେ ଦୁଇ ଜଣଙ୍କ ପ୍ରେମ କାହାଣୀକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଅଲଗା ସ୍ତରର ଉତ୍ସାହ ରହିଛି।
View this post on Instagram