ନର୍ସ ହେବାକୁ ଚାହୁଁଥିଲେ ସନି ଲିଓନି ହେଲେ ବନିଗଲେ ପର୍ଣ୍ଣ ଷ୍ଟାର, ୧୮ ବର୍ଷ ବୟସରୁ ଉଭୟ ଲିଙ୍ଗ ପ୍ରତି ହୋଇଥିଲେ ଆକର୍ଷିତ

ବଲିଉଡ ଅଭିନେତ୍ରୀ ସନି ଲିଓନି ଏବେ ୪୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଖୁବ କମ ସମୟ ମଧ୍ୟରେ ସନି ନିଜର ନିପୁଣ ନୃତ୍ୟ ଓ ଅଭିନୟ ଯୋଗୁ ପ୍ରଶଂସକଙ୍କ ହୃଦୟ ଜିତି ନେଇଥିଲେ । ଯଦିଓ ସେ ନିଜର କ୍ୟାରିଅର ଜଣେ ପର୍ଣ୍ଣ ଷ୍ଟାର ଭାବେ ଆରମ୍ଭ କରିଥିଲେ, ହେଲେ ଏବେ ସେ ଭଲ ଅଭିନେତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ତେବେ ସନିଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନଥିଲା ।

ସନି ଲିଓନି କମ୍‌ ବୟସରେ ଅର୍ଥ ଅଭାବକୁ ଅତି ନିକଟରୁ ସାମ୍ନା କରିଛନ୍ତି । ଅର୍ଥ ପାଇଁ ବାଛିଥିବା ଏହି ରାସ୍ତାରେ ସେ ଦିନକୁ ଦିନ ଫସିଗଲେ ବୋଲି ସନି କୁହନ୍ତି । ନିଜର ଖର୍ଚ୍ଚ ପାଇଁ ସନି ଆଡଲ୍‌ଟ ଫିଲ୍ମରେ କାମ କରିବାକୁ ଲାଗିଲେ ।

sunny
photo credit : The Hans India

ଏଡଲ୍‌ଟ ଫିଲ୍ମରେ କାମ କରିବା ଯୋଗୁ ତାଙ୍କୁ ଲୋକଙ୍କ ଖରାପ ବ୍ୟବହାରର ସାମନା କରିବାକୁ ପଡ଼ୁଥିଲା ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି । ଅର୍ଥ ଅଭାବ କାରଣରୁ ସନି ମାତ୍ର ୧୯ ବର୍ଷ ବୟସରୁ ପର୍ଣ୍ଣ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ ।

ଏଥିସହିତ ଏକ ଜର୍ମନ ବେକେରୀରେ ମଧ୍ୟ କାମ କରୁଥିଲେ । ସେ ଜଣେ ବାଇସେକ୍ସୁଆଲ ଅର୍ଥାତ ସେ ପୁଅ ଓ ଝିଅ ଉଭୟଙ୍କ ପ୍ରତି ଆକର୍ଷିତ ଥିଲେ ବୋଲି ମଧ୍ୟ ସନି ନଜ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ସନି ପ୍ରଥମରୁ ଜଣେ ନର୍ସ ହେବା ପାଇଁ ଚିନ୍ତା କରିଥିଲେ । ଯାହାଦ୍ୱାରା ସେ ଲୋକଙ୍କ ସେବା କରି ପାରିବେ ।

ଏଥିପାଇଁ ସେ ନର୍ସିଂ ଟ୍ରେନିଂ ମଧ୍ୟ ନେଉଥିଲେ । ହେଲେ ପରସ୍ଥିତି ତାଙ୍କୁ ପର୍ଣ୍ଣ ଫିଲ୍ମରେ ଅଭିନୟ କରିବା ପାଇଁ ବାଧ୍ୟ କରିଥିଲା । ସନି ୨୦୧୨ ରେ ବଲିଉଡରେ ଡେବ୍ୟୁ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ଜିସ୍ମ ୨’ । ସନି ଲିଓନି ପ୍ରଥମ ବଲିଉଡ ଅଭିନେତ୍ରୀ ଯିଏ ନିଜ ସହ ଅଭିନେତାଙ୍କ ଏଚଆଇଭି ଟେଷ୍ଟ ଦାବି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.