‘କଜରାରେ’ ଗୀତରେ ଏପରି ଡ୍ୟାନ୍ସ କଲେ କୃତି ସେନନ୍‌, ଭିଡିଓ ଦେଖିଲେ ଐଶ୍ୱର୍ଯ୍ୟା ରାୟ ବି କରିବେ ତାରିଫ୍‌

ବଲିଉଡ ଅଭିନେତ୍ରୀ କୃତି ସେନନ୍‌ ବର୍ତ୍ତମାନ ଲଗାତାର ଭାବେ କିଛି ହିଟ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନରେ ରାଜ୍‌ କରିଛନ୍ତି। କିନ୍ତୁ କୃତି ସେନନ୍‌ଙ୍କର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଟକ୍କର ଦେଉଥିବାର ନଜର ଆସିଛନ୍ତି। ଆଜ୍ଞା ହଁ, ଏକଥା ବିଲକୁଲ୍‌ ସତ। ଐଶ୍ୱର୍ଯ୍ୟା ନିଜର ଦମଦାର୍‌ ଡ୍ୟାନ୍ସରେ ଲୋକମାନଙ୍କ ମନରେ ମଳ୍ଲିକା ହୋଇ ରହିଥିବା ଗୀତ ‘କଚରାରେ’ରେ କୃତି ସେନନ୍‌ ସାନଦାର କ୍ଲାସିକାଲ ଡ୍ୟାନ୍ସ କରି ଦର୍ଶକଙ୍କ ଭଲପାଇବା ସାଉଟିଛନ୍ତି। ସୂଚନାମୁତବାକ ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କର ଏକ ଭିହିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଐଶ୍ୱର୍ଯ୍ୟା ରାୟ ମଧ୍ୟ ତାଙ୍କ ତାରିଫ୍‌ ନକରି ରହିପାରିବେ ନାହିଁ।

Kritiଏହି ଭିଡିଓରେ କୃତି ସେନନ୍‌ ଏକ ଭିନ୍ନ ରୂପେ ନଜର ଆସିଛନ୍ତି। ତାଙ୍କର ଏହି ଭିଡିଓକୁ କଳାକାରମାନେ ମଧ୍ୟ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ତେବେ ଦେଖନ୍ତୁ ଏହି ଭିଡିଓ . . .

 

View this post on Instagram

 

Sneak Peak of my #ZeeCineAwards2020 performance!! 💃🏻👀🎶 #BTS #Throwback #Kajrare

A post shared by Kriti (@kritisanon) on

ଓ୍ଵାର୍କଆଉଟ୍‌ କଥା କହିବାକୁ ଗଲେ କୃତି ସେନନ୍‌ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’, ‘ହାଉସଫୁଲ ୪’ ଏବଂ ‘ପାନୀପଥ’ରେ ନଜର ଆସିଛନ୍ତି। ଏବେ ସେ ଫିଲ୍ମ ‘ମିମି’ ର ସୁଟିଂରେ ବ୍ୟସ୍ତ ରହିଛନ୍ତି। ସୂଚନା ମୁତାବକ ଏହି ଫିଲ୍ମ ପାଇଁ ଏବେ କୃତି ପାଖାପାଖି ନିଜର୧୫ କିଲୋଗ୍ରାମ ଓଜନ ବଢାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.