ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କୁ ବିବାହ କରିବାକୁ ଚାହୁଁଛନ୍ତି କୃତି ସାନନ୍‌, ନିଜେ କଲେ ଖୁଲାସା

ଅଭିନେତ୍ରୀ କୃତି ସାନନ୍‌ ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି। ନିକଟରେ ମିମିର ସଫଳତା ପରେ କୃତି ନିଜ ଆଗାମୀ ବିଗ୍‌ ବଜେଟ୍‌ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାମାୟଣ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ରେ କୃତିଙ୍କ ସହ ଲିଡ୍‌ ରୋଲ୍‌ରେ ସାଉଥ୍‌ ସୁପରଷ୍ଟାର ପ୍ରଭାସ ନଜର ଆସିବେ। ଫିଲ୍ମରେ ପ୍ରଭାସ ଓ କୃତି ରାମ – ସୀତା ଭୂମିକାରେ ଅଭିନୟ କରିବେ। ତେବେ ନିକଟରେ ଏକ ଇଣ୍ଟରଭ୍ୟୁରେ କୃତି କୋ-ଆକ୍ଟର ପ୍ରଭାସଙ୍କ ବିଷୟରେ କ’ଣ ଚିନ୍ତା କରନ୍ତି ତାହା କହିଛନ୍ତି, ଯାହା ଏବେ ଖୁବ୍‌ ଭାଇରାଲ ହେଉଛି।

ଏକ ଇଣ୍ଟରଭ୍ୟୁରେ କୃତି ସାନ୍‌ନଙ୍କୁ ପଚରାଯାଇଥିଲା ଯେ ସେ ପ୍ରଭାସ, ଟାଇଗର ଶ୍ରଫ୍‌ ଓ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ମଧ୍ୟରୁ କାହା ସହ ଫ୍ଲର୍ଟ କରିବେ, କାହାକୁ ଡେଟ୍‌ କରିବେ ଓ କାହାକୁ ବିବାହ କରିବେ। ଏହାର ଉତ୍ତର କୃତି ବେଶ୍‌ ସୁନ୍ଦର ଭାବେ ଦେଇଛନ୍ତି।

ଏହାର ଜବାବରେ କୃତି କହିଛନ୍ତି, କାର୍ତ୍ତିକଙ୍କ ସହ ଫ୍ଲଟ୍‌ କରିବି, ଟାଇଗରଙ୍କୁ ଡେଟ୍‌ କରିବି ଓ ପ୍ରଭାସଙ୍କୁ ବିବାହ କରିବି। କୃତିଙ୍କର ଏହି ଉତ୍ତର ଶୁଣିବା ପରେ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି। କାରଣ ପ୍ରଭାସ ଏବେ ସିଙ୍ଗଲ ଅଛନ୍ତି। ଏଣୁ ଏଭଳି ସ୍ଥିତିରେ ସେମାନଙ୍କ ମଧ୍ୟରେ କିଭଳି କେମେଷ୍ଟ୍ରି ରହିବ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.