ଦ କପିଲ ଶର୍ମା ସୋ’ର ଆଗାମୀ ସିଜିନରେ ନଜର ଆସିବେନି କୃଷ୍ଣା ଅଭିଷେକ, କାହିଁକି ଜାଣନ୍ତୁ

ଦ କପିଲ ଶର୍ମା ସୋ’ କୁ କିଏ ବା ଭଲ ନପାଏ। କମେଡ଼ିର ବଢ଼ିଆ ମନୋରଞ୍ଜନ ଏହି ସୋ’ ଦର୍ଶକ ମାନଙ୍କୁ ଦେଇଥାଏ। ଏଥିରେ ଥିବା ପ୍ରତ୍ୟେକ କଳାକାର ନିଜ ନିଜ କମେଡ଼ିକୁ ନେଇ ବେଶ ଚର୍ଚ୍ଚିତ । ସେ କିପଲ ହୁଅନ୍ତୁ ଅବା କୃଷ୍ଣା କିମ୍ବା ସୁଦେଶ ଅଥବା ଭାରତୀ। ସମସ୍ତେ ବେଷ୍ଟ କମେଡିଆନ ଭାବେ ବହୁ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ଦ କିପଲ ଶର୍ମା ସୋ’ରେ ସପନା କ୍ୟାରେକ୍ଟର କୃଷ୍ଣାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ତେବେ କୃଷ୍ଣାଙ୍କ କହିବା ଅନୁଯାୟୀ କଣ୍ଟ୍ରାକଚୁଆଲ ଇସ୍ୟୁ ପାଇଁ ତାଙ୍କୁ ସୋରୁ ବାହାର ହେବାକୁ ପଡ଼ିଥିଲା। ଆସନ୍ତୁ ଜାଣିବା ପ୍ରକୃତ କଥା..
ଖବର ମୁତାବିକ ଦ କପିଲ ଶର୍ମା ସୋ ପୁଣି ଥରେ ଆସନ୍ତା ସେପ୍ଟେମ୍ବର ମାସରୁ ଲାଫ୍ଟର ଡ଼ବଲ ଡୋଜ ଦେବାକୁ ଯାଉଛି। ଟିଭି ସ୍କ୍ରିନ କୁ ଫେରି ପୁଣି ଦର୍ଶକଙ୍କ ମନୋରଞ୍ଜନ କରାଇବ। ତେବେ ଶୁଣିବାକୁ ମିଳିଛି ଯେ ଏହି ସିଜିନରେ କୃଷ୍ଣା ଅଭିଶେକ ନଜର ଆସିବେ ନାହିଁ। ଏହାକୁ ନେଇ କୃଷ୍ଣା ନିଜେ ମଧ୍ୟ ଉତ୍ତର ରଖିଛନ୍ତି। ସୂଚନା ଅନୁଯାୟୀ , ସୋ’ ମେକର୍ସ ଓ କୃଷ୍ଣାଙ୍କ ଭିତରେ ଫିସ୍ କୁ ନେଇ କିଛି ଇସ୍ୟୁ ଥିଲା। ଯାହା କାରଣରୁ କୃଷ୍ଣାଙ୍କୁ ସୋ ଛାଡ଼ିବାକୁ ପଡ଼ିଲା। କିନ୍ତୁ ଏହାକୁ ନେଇ ଏବେପର୍ଯ୍ୟନ୍ତ କୌଣସି ସ୍ପଷ୍ଟୋକ୍ତି ଆସିନାହିଁ।

ତେବେ ଆଶା ରହିଛି ଯେ କୃଷ୍ଣା ଓ ସୋ’ ମେକର୍ସଙ୍କ ମଧ୍ୟରେ ସବୁକିିଛି ଠିକ ହୋଇଯିବ। ପୁଣି କୃଷ୍ଣା ଧମାକାଦାର ଏଣ୍ଟ୍ରି କରିବେ।