୧୦୦ କୋଟି କ୍ଲବ୍‌ରେ ଅମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’, ଭାରତରେ ନୁହେଁ ବିଦେଶରେ ହେଲା ସୁପରହିଟ୍‌

ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ଯୋଗୁ ବଲିଉଡ୍‌ ଅଭିନେତା ଅମୀର ଖାନ୍‌ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ବିବାଦରେ ଫସିଥିଲା। ରିଲିଜ୍‌ ପରେ ମଧ୍ୟ ଏହି ବିବାଦ ଯୋଗୁ ଫିଲ୍ମ ଆଶାନୁରୂପକ ବେପାର କରିପାରିନଥିଲା। ରିଲିଜ୍‌ର ପ୍ରଥମ ଦିନଠାରୁ ଲାଲ ସିଂହ ଚଡ୍ଡାର ରୋଜଗାର ବେଶ୍‌ ଧୀମା ଥିଲା। ଫଳସ୍ୱରୂପ ଫିଲ୍ମଟି ଭାରତରେ ଫ୍ଲପ୍‌ ତାଲିକାରେ ସାମିଲ ହୋଇଥିଲା। ଫିଲ୍ମକୁ ଲୋକମାନେ ବୟକଟ୍‌ କରିଥିଲେ। ଏହାର ପ୍ରଭାବ ଫିଲ୍ମର ରୋଜଗାର ଉପରେ ପଡ଼ିଥିଲା।

ଭାରତରେ ଏହି ଫିଲ୍ମକୁ ଲୋକମାନେ ବୟକଟ୍‌ କରିଥିବା ବେଳେ ବିଦେଶରେ କିନ୍ତୁ ଏହା ମୋଟାଅଙ୍କର ରୋଜଗାର କରୁଛି। ବିଦେଶରେ ଅମୀରଙ୍କ ଲାଲ ସିଂହ ଚଡ୍ଡା ଭଲ ବେପାର କରୁଛି।
ସୂଚନା ମୁତାବକ, ଲାଲ ସିଂହ ଚଡ୍ଡା ଭାରତରେ ୧୪ ଦିନରେ ୬୦ କୋଟି ଟଙ୍କା ରୋଜଗାର କରିଥିବା ବେଳେ ବିଦେଶରେ ଭଲ ରୋଜଗାର କରୁଛି। ବିଦେଶରେ ଏବେ ସବୁଆଡ଼େ ଏହି ଫିଲ୍ମର ଚର୍ଚ୍ଚା। ଲୋକମାନେ ଏହି ଫିଲ୍ମକୁ ବେଶ୍‌ ପସନ୍ଦ କରୁଥିବା ଦେଖାଯାଇଛି।

 

View this post on Instagram

 

A post shared by Kanhaiya Kumar (@kanhaiyakumar04)

ବିଦେଶରେ ରୋଜଗାର ମାମଲାରେ ଲାଲ ସିଂହ ଚଡ୍ଡା ଅନେକ ରେକର୍ଡ ଭାଙ୍ଗିଛି। ଅମୀରଙ୍କ ଏହି ଫିଲ୍ମ ଏବେ ଅନ୍ତର୍ଜାତୀୟ ବଜାରରେ ୨୦୨୨ର ସବୁଠୁ ଅଧିକ ରୋଜଗାର କରୁଥିବା ହିନ୍ଦୀ ଫିଲ୍ମ କ୍ଲବ୍‌ରେ ସାମିଲ ହୋଇଛି। ବିଶ୍ୱବ୍ୟାପୀ ଏହି ଫିଲ୍ମ ପାଖାପାଖି ୧୧୬ କୋଟି ଟଙ୍କା ରୋଜଗାର କରି ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି। ବିଦେଶରେ ରୋଜଗାର ମାମଲାରେ ଏହି ଫିଲ୍ମ ଚଳିତବର୍ଷର ବ୍ଲକ ବ୍ଲଷ୍ଟର ଫିଲ୍ମ ‘ଭୁଲ ଭୁଲୈୟା ୨’, ଦ କାଶ୍ମୀର ଫାଇଲ୍ସକୁ ମଧ୍ୟ ପଛରେ ପକାଇ ଦେଇଛି।

ରାକ୍ଷୀ ପୂର୍ଣ୍ଣିମା ଅବସରରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ରିଲିଜ୍‌ ବେଳଠାରୁ ଏତେଟା ଭଲ ରୋଜଗାର କରିନଥିଲା। ପ୍ରକାଶ ଯେ ଲାଲ ସିଂହ ଚଡ୍ଡା ତିଆରି କରିବାକୁ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଇତି ମଧ୍ୟରେ ଏହି ଫିଲ୍ମ ବିଶ୍ୱବ୍ୟାପୀ ୧୧୬ କୋଟି ଟଙ୍କା ରୋଜଗାର କରିଛି। ଫିଲ୍ମ ତିଆରି ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ଲାଗି ଆହୁରି ୬୪ କୋଟି ଟଙ୍କା ଦରକାର। ନଚେତ୍‌ ଫିଲ୍ମ ନିର୍ମାତା ପ୍ରବଳ କ୍ଷତି ସହିବେ।

Also Read: ଜାଣନ୍ତୁ, ଆଜି ଆପଣଙ୍କ ଭାଗ୍ୟରେ କ’ଣ ଅଛି !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.