ଧମାଲ ମଚାଉଛି ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂର ଡ୍ୟାନ୍ସ, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଦିଓ୍ଵାନା

ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ ମଦଲସା ଶର୍ମାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ତାଙ୍କର ଅଭିନୀତ ଟିଭି ଧାରାବାହିତ ‘ଅନୁପମା’ ଏବେ ବେଶ୍ ଚର୍ଚ୍ଚା ସାଉଁଟୁଛି। ଏହାସହିତ ଆକ୍ଟ୍ରେସଙ୍କ ଡ୍ୟାନ୍ସ ଭିଡିଓ ଏବଂ ଗ୍ଲାମରସ୍ ଅନ୍ଦାଜ୍ ଲୋକଙ୍କୁ ଦିଓ୍ଵାନା କରୁଛି। ମଦଲସା ଶର୍ମା ଏହି ଡ୍ୟାନ୍ସ ଭିଡିଓରେ ‘ଡୋଣ୍ଟ ରସ୍‌’ ସଙ୍ଗରେ ବହୁତ ସୁନ୍ଦର ଡ୍ୟାନ୍ସ ମୁଭସ୍ କରୁଥିବା ଦେଖିବାକୁ ମିଳୁଛି।

madalasaମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ ମଦଲସା ଶର୍ମାଙ୍କର ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି। ଏଥିରେ ସେ ନିଜ କୋ ଷ୍ଟାରଙ୍କ ସହିତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ରେଡ୍ କଲର ସାଢ଼ିରେ ମଦଲସାଙ୍କ ଡ୍ୟାନ୍ସକୁ ଲୋକେ ଖୁବ୍ ଖୁବ୍ ପ୍ରସନ୍ଦ କରୁଛନ୍ତି।

ମଦଲସାଙ୍କ ଏହି ଭିଡିଓ ଲୋକଙ୍କୁ ଏତେ ପସନ୍ଦ ଆସୁଛି ଯେ ଭିଡିଓଟି ଏବେ ସୁଦ୍ଧା ୨୮ ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି ମଦଲସା ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମଦଲସା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀଙ୍କୁ ବିବାହ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.