ସୋନୁ ସୁଦଙ୍କ ଯୋଗୁ ଚାକିରି ପାଇବା ପରେ ଗୋଡ଼ ତଳେ ଲୋଟି ପଡ଼ି ଧନ୍ୟବାଦ ଜଣାଇଲେ ଯୁବକ; ଦେଖନ୍ତୁ ଘଟଣା ବେଳର ଦୃଶ୍ୟ

ବଲିଉଡ ଅଭିନେତା ସୋନୁ ସୁଦ କରୋନା କାଳରେ ଯେଉଁଭଳି ଭାବେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଲୋକେ ତାଙ୍କୁ ଦେବଦୂତ ଭଳି ମାନିବା ଆରମ୍ଭ କରିଦେଲେଣି। ସୋସିଆଲ ମିଡିଆରେ ପ୍ରତିଦିନ ସୋନୁ ସୁଦଙ୍କ ପ୍ରଶଂସା କରାଯାଉଥିବା ଦେଖାଯାଇଛି। କିଏ ତାଙ୍କୁ ଭଗବାନ ବୋଲି କହି ପୂଜା କରୁଛି ତ ଆଉ କିଏ ତାଙ୍କ ନାଁରେ ମନ୍ଦିର ଗଢୁଛି। ତେବେ ବର୍ତ୍ତମାନ ସୋନୁ ସୁଦଙ୍କଠାରୁ ସାହାଯ୍ୟ ପାଇଥିବା ଜଣେ ବ୍ୟକ୍ତି ତାଙ୍କ ଗୋଡ଼ ତଳେ ପଡ଼ି କୃତଜ୍ଞତା ଜ୍ଞାପନ କରିଥିବା ଦେଖିବାକୁ ମିଳିଛି। ଯାହା ଏବେ ଭାଇରାଲ ହେଉଛି।

ଦେଖନ୍ତୁ:

 

View this post on Instagram

 

A post shared by Movie Updates (@ismart.updates)

ଭିଡିଓରେ ଦେଖାଯାଇଛି ଯେ ସୋନୁ ସୁଦ ବିଲ୍ଡିଂ ବାହାରେ ଠିଆ ହୋଇଛନ୍ତି। ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଗୁହାରି କରୁଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ଓ ଜଣେ ବୃଦ୍ଧା ମହିଳା ସୋନୁଙ୍କ ପାଦ ତଳେ ଲୋଟି ପଡ଼ୁଥିବା ଦେଖାଯାଇଛି। କିନ୍ତୁ ସୋନୁ ତାଙ୍କୁ ଏଭଳି କରିବାକୁ ମନା କରୁଛନ୍ତି ଓ ନିଜେ ହାତ ଯୋଡୁଛନ୍ତି।

ସୂଚନାଯୋଗ୍ୟ ଯେ ସୋନୁ ସୁଦ ଉକ୍ତ ବ୍ୟକ୍ତିଙ୍କ ଚାକିରି କରାଇଦେଇଛନ୍ତି। ଚାକିରି ପାଇବା ପରେ ସେ ତାଙ୍କ ଘରକୁ ଧନ୍ୟବାଦ ଅର୍ପଣ କରିବାକୁ ଆସିଛନ୍ତି। ସୋନୁଙ୍କୁ ଦେଖୁ ଦେଖୁ ସେ ତାଙ୍କ ଗୋଡ଼ ତଳେ ଲୋଟି ପଡ଼ି ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.