ଜାଣନ୍ତୁ କାହିଁକି ଏହି ବ୍ୟକ୍ତି ସପନା ଚୌଧୁରୀଙ୍କୁ ଦେଲେ ଏଟିଏମ୍ କାର୍ଡ

ପଶ୍ଚିମ ୟୁପିରୁ ନେଇ ଦିଲ୍ଲୀ,ହରିୟାଣା ଏବଂ ରାଜସ୍ଥାନରେ ନିଜର ଡ୍ୟାନ୍ସରେ ଲୋକଙ୍କୁ ବିମୋହିତ କରୁଥିବା ମଶହୁର ଡ୍ୟାନ୍ସର ପୁଣି ଥରେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି। ଧନତେରସ ଏବଂ ଦିପାବଳୀର ଧୂମଧାମ ଭିତରେ ସୋସିଆଲ ମିଡିଆରେ ସପନା ଚୌଧୂରୀଙ୍କର ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ସନ୍ଦିଗ୍ଧ ସପନାଙ୍କୁ ନିଜର ଏଟିଏମ୍ କାର୍ଡ ଦେଇଦେଇଥିଲେ। ଏହି ବ୍ୟକ୍ତି ସପନାଙ୍କର ଏତେ ବଡ ପ୍ରଶଂସକ ବାହାରିଲେ ଯେ ସେ ତାଙ୍କ ଏଟିଏମ କାର୍ଡର ପିନ ନମ୍ବର ମଧ୍ୟ କହିଦେଲେ। ଏହି ଭିଡିଓକୁ ୟୁଟ୍ୟୁବରେ ଏବେ ବହୁତ ଦେଖାଯାଉଛି।

କିଛି ଦିନ ହେବ ହରିୟାଣାର ଏକ ଗାଁରେ ସପନା ଚୌଧୁରୀଙ୍କର ଏକ ଡ୍ୟାନ୍ସ ପ୍ରୋଗ୍ରାମ ଥିଲା। ଏହି ପ୍ରୋଗ୍ରାମରେ ସପନା ଚୌଧୁରୀଙ୍କର ବହୁତ ଡ୍ୟାନ୍ସ ରହିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ସପନାଙ୍କ ଡ୍ୟାନ୍ସରେ ଆକ୍ରୁଷ୍ଟ ହୋଇ ତାଙ୍କୁ ୫୦୦ ଟଙ୍କା ଦେଲେ। କେବଳ ଏତିକିରେ ରହି ନଥିଲେ ସପନାଙ୍କୁ ପୁରଷ୍କାର ଭାବରେ ଟଙ୍କା ଦେବାକୁ ଲାଗିଲେ।

sapnaଏହି ସମୟରେ ସପନା ସେହି ବ୍ୟକ୍ତିଙ୍କୁ ମଜାକରେ ତାଙ୍କ ଏଟିଏମ୍ କାର୍ଡ ମାଗିଥିଲେ। ଏହା ପରେ ବ୍ୟକ୍ତି ଜଣକ ତୁରନ୍ତ ନିଜର ଏଟିଏମ୍ କାର୍ଡ ଦେଇ ପିନ ନମ୍ବର କହିଥିଲେ। କିନ୍ତୁ ପରେ ସପନା ହସି ସେହି ବ୍ୟକ୍ତିଙ୍କୁ ତାଙ୍କ ଏଟିଏମ୍ ଫେରାଇ ଦେଇଥିଲେ।

ଏହି ଭିଡିଓ ଚଳିତ ବର୍ଷ ମେ ମାସରେ ଶ୍ରୁତି ଟିଭି ନାମକ ୟୁଟ୍ୟୁବ୍ ଚେନାଲ ଅପଲୋଡ କରିଥିଲା। ଏହତି ଭିଡିଓକୁ ଏବେ ପର୍ଯ୍ଯନ୍ତ ୨୦୬୧୦୨୦ ଲୋକ ଦେଖି ସାରିଲେଣି। ଏହି ଭିଡିଓକୁ ଲୋକମାନେ ବହୁତ ସଂଖ୍ୟାରେ ଲାଇକ୍ ଏବଂ କମେଣ୍ଟ ମଧ୍ୟ କରିଥିଲେ।

ଜିମରେ ଡ୍ଯାନ୍ସ କଲେ ସପନା ଚୌଧୁରୀ

ହରିୟାଣାର ଡ୍ଯାନ୍ସି କୁଇନ୍ ଆଜିକାଲି ପ୍ରାୟ ସବୁବେଳେ ମିଡ଼ିଆରେ ଚର୍ଚ୍ଚାରେ ରହୁଛନ୍ତି। ସପନାଙ୍କ ଏଭଳି ପ୍ରଶଂସକ ରହିଛନ୍ତି, ସେ ଯେଉଁଆଡ଼େ ଯାଆନ୍ତି ସେଠାରେ ତାଙ୍କର ଭିଡ଼ ଜମିଯାଇଥାଏ। ନିକଟରେ ବିଗବସରେ ଦିପାବଳୀ ଧମାଲ ମଚାଇବା ପରେ ତାଙ୍କୁ ଏକ ଜିମରେ ଦେଖିବାକୁ ମିଳିଥିଲା। ଯେଉଁଠାରେ ସପନା ଥିବେ ସେଠାରେ ଖାଲି ଯେ ବ୍ଯୟାମ ହେବା ତାହା ଅସମ୍ଭବ। ଏଥିପାଇଁ ସପନାଙ୍କ ସହ ଜିମରେ ସମସ୍ତେ ଠୁମକା ଲଗାଉଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡ଼ିଓ ଇଣ୍ଟରନେଟରେ ବହୁ ସଂଖ୍ଯାକ ହୋଇଛି ଭାଇରାଲ।

ସପନା ଚୌଧୁରୀଙ୍କ ଏକ ଫ୍ଯାନ୍ ଆକାଉଣ୍ଟରେ ଜିମ୍ ଭିଡ଼ିଓ ଶେୟାର କରିଥିଲେ। ଏହି ଭିଡ଼ିଓରେ ଜିମରେ କିଛି ମହିଳା ଡ୍ଯାନ୍ସ କରି ତାଙ୍କର ସ୍ବାଗତ କରିଥିବା ଦେଖିବାକୁ ମିଳିଛି। ମହିଳା ମାନେ ହ୍ବିତିକ୍ ରୋଶନଙ୍କ ଫିଲ୍ମ ‘କହୋନା ପ୍ଯାର ହୈ’ର ଗୀତ ଜବରଦସ୍ତରେ ନାଚୁଥିବା ଦେଖିବାକୁ ମିଳିଛି।

View this post on Instagram

 

😃😃😃😃 #sapnachaudharyharyanvi #sapnaharyanvi😘😘 #sapnachaudhary #sapnachoudharyvideosong #sapna_choudhary #sapnafns #sapnachaoudhary #sapnadancer #sapna #sapna_chaudhary #sapnasong #sapnaharayana #sapnaharyanvi #sapnadance #sapnachoudhary😘 #sapnakasapna #sapnachoudhary #haryana #haryanvi #haryanvi⚡️ #haryana_vale #friday #fridayfeels #fridays #fridayvibes #fridaymood #fridaymorning #fridayblues

A post shared by Sapna Choudhary (@official_sapnachoudhary_) on

କରବାଚୌଥରେ ଭାଇରାଲ ହେଲା ସପନା ଚୌଧୁରୀଙ୍କ ଭିଡ଼ିଓ

କରବାଚୌଥର ଅବସରରେ ହରିୟାଣାର ପ୍ରସିଦ୍ଧ ଡ଼୍ୟାନ୍ସର ଏବଂ ବିଗ୍ ବସ୍ ୧୧ର ପ୍ରତିଯୋଗୀ ସପନା ଚୌଧୁରୀଙ୍କ ଗୀତ ଧୁମ ମଚାଉଛି। ଗୀତଟି ଏବେ ରିଲିଜ୍ ହୋଇଥିବା ବେଳେ ଏହାକୁ ବର୍ତ୍ତମାନ ପର୍ଯ୍ଯନ୍ତ ୯ କୋଟି ଲୋକ ଦେଖିସାରିଲେଣି। ଏହା ଏକ ହରିୟାଣବି ଗୀତ, ଯାହାର ବୋଲ ରହିଛି “ମେରା ଚାନ୍ଦଟ୍ଟ.”। ଗୀତର ଭିଡ଼ିଓରେ ସପନା ଜଣେ ନବ ବିବାହିତା ଭଳି ଦେଖାଯାଉଛନ୍ତି। ତାଙ୍କ ସହିତ ଏଥିରେ ନଜର ଆସିଛନ୍ତି ନବୀନ ନାରୁ ଏବଂ ଗୀତଟିକୁ ଗାଇଛନ୍ତି ରାଜ ମବାର।

ତେବେ ଆପଣଙ୍କୁ କହିବା ପାଇଁ ଚାହିଁବୁ ସପନାଙ୍କ ଲୋକପ୍ରିୟତା ଏବେ କେବଳ ହରିୟାଣା ଯାଏଁ ସୀମିତ ରହିନାହିଁ। ସେ ତାଙ୍କ ଡ଼୍ୟାନ୍ସର ଜଲୱା ବଲିଉଡ଼ରେ ମଧ୍ୟ ଦେଖାଇ ସାରିଲେଣି। ଏହି ମଧ୍ୟରେ ତାଙ୍କର ୨-୩ଟି ବଲିଉଡ଼ ଆଇଟମ୍ ନମ୍ବର ମଧ୍ୟ ଆସିସାରିଛି। ତେବେ ରିଆଲିଟି ସୋ ବିଗ ବସ୍ ପରେ ସପନାଙ୍କ ଲୋକପ୍ରିୟତା ବହୁ ମାତ୍ରାରେ ବଢ଼ିଯାଇଛି। ଏପରିକି ଖୁବ ଶୀଘ୍ର ସେ ଦୋସ୍ତିକି ସାଇଡ଼ ଇଫେକ୍ଟ ନାମକ ଏକ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ମଧ୍ୟ ନଜର ଆସିବାକୁ ଯାଉଛନ୍ତି।