‘ଝଲକ୍‌ ଦିଖଲା ଜା ସିଜିନ୍‌ ୧୧’ ର ଟ୍ରଫି ଜିତିଲେ ମନୀଷା ରାନୀ

‘ଝଲକ୍‌ ଦିଖଲା ଜା ୧୧’ ର ଗ୍ରାଣ୍ଡ ଫାଇନାଲ ମୁମ୍ବାଇର ଏକ ଷ୍ଟୁଡିଓରେ ସୁଟିଂ କରାଯାଇଛି । ଏହି ସୋ’ରେ ମନୀଷା ରାନୀ ଟ୍ରଫିକୁ ନିଜ ନାମରେ କରିଛନ୍ତି । ଏହା ସହ ସୋ’ରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ, ବିଜୟ ଧର୍ମା, ହୁମା କୁରେଶି ଏବଂ ଅନେକ ବଲିଉଡ ଷ୍ଟାର ସାମିଲ ହୋଇଛନ୍ତି ।

‘ଝଲକ୍‌ ଦିଖଲା ଜା ୧୧’ ର ଗ୍ରାଣ୍ଡ ଫାଇନାଲରେ ମନୀଷା ରାନୀ, ଆଦ୍ରିଜା ସିହ୍ନା ଓ ଶୋଏବ ଇବ୍ରାହିମ ତିନି ଜଣ ଟପ୍‌ ୩ରେ ପହଞ୍ଚିଛନ୍ତି । ଏହି ସୋ ର ଗ୍ରାଣ୍ଡ ଫାଇନାଲ୍ ମୁମ୍ବାଇର ଏକ ଷ୍ଟୁଡିଓରେ ସୁଟିଂ କରାଯାଇଥିଲା । ଏହି ସୋ’ରେ ମନୀଷା ରାନୀ ଟ୍ରଫିକୁ ନିଜ ନାମରେ କରିଛନ୍ତି । ଏହା ସହ ସୋ’ରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ, ବିଜୟ ଧର୍ମା, ହୁମା କୁରେଶି ଏବଂ ଅନେକ ବଲିଉଡ ଷ୍ଟାର ସାମିଲ ହୋଇଥିଲେ ।

ସୂଚନା ଅନୁଯାୟୀ ମନୀଷା ରାନୀ ଏହି ସୋ ର ବିଜେତା ହୋଇ ଇତିହାସ ସୃଷ୍ଟି କରିଛନ୍ତି । ତେବେ ଏପରି ମଧ୍ୟ କୁହାଯାଉଛି ଯେ ଦୀପିକା କକ୍କରଙ୍କ ସ୍ୱାମୀ ଶୋଏବ ଇବ୍ରାହିମଙ୍କୁ ପଛରେ ପକାଇ ମନୀଷା ଟ୍ରଫି ଜିତିଛନ୍ତି । ଏହି ସୋ ର ନିର୍ମାତାମାନେ ବିଜେତାର ଅଫିସିଆଲ୍‌ ଘୋଷଣା କରିଛନ୍ତି । ଶନିବାର ଦିନ ଗ୍ରାଣ୍ଡ ଫାଇନାଲ୍ ଆୟୋଜିତ କରାଯାଇଥିଲା ।

ତେବେ ଏହି ଚ୍ୟାନେଲ ସୋସିଆଲ ମିଡିଆରେ ଗ୍ରାଣ୍ଡ ଫାଇନାଲ୍ ର ପ୍ରମୋ ରିଲିଜ୍ କରିବା ଆରମ୍ଭ କରିଛି । ନିକଟରେ ମନୀଷା ରାନୀଙ୍କ ଡ୍ୟାନ୍ସର ଏକ ପ୍ରୋମୋ ସେୟାର କରାଯାଇଛି ଏବଂ ଏହି ପ୍ରମୋରେ ମନୀଷା ଡ୍ୟାନ୍ସ ଫ୍ଲୋରର ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ସେ ତାଙ୍କ ସୁନ୍ଦର ଡ୍ୟାନ୍ସ ଦ୍ୱାରା ସୋ ର ଟ୍ରଫିକୁ ନିଜ ନାମରେ କରିଛନ୍ତି ।

ଏହି ପ୍ରମୋରେ ମନୀଷା ‘ପରମ ସୁନ୍ଦରୀ’ ଗୀତରେ ନାଚୁଥିବା ନଜର ଆସିଛନ୍ତି । ଯାହା ଦ୍ୱାରା ସେହି ସୋ’ର ସମସ୍ତ ଜଜ୍‌ ଏବଂ ଗେଷ୍ଟ ସାରା ଅଲି ଖାନ ତାଙ୍କ ପ୍ରଶଂସା କରିଛନ୍ତିି । ମନୀଷା ରାନୀ ଖୁବ୍ କମ୍ ସମୟ ମଧ୍ୟରେ ଅନେକ ଲୋକଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି ।

ତେବେ ଏହି ସୋ କୁ ଅର୍ଶଦ ୱାର୍ସି, ମଲାଇକା ଆରୋରା ଏବଂ ଫରାହ ଖାନ ଜଜ୍‌ କରିଥିବାବେଳେ, ଗୌହର ଖାନ ଏବଂ ହ୍ରିତିକ ହୋଷ୍ଟିଂ କରୁଥିଲେ । ଯଦି ଏହି ସୋ ର ପୂରା ସିଜିନ୍‌ ଦେଖିବା, ତାହେଲେ ମନୀଷା ଏହି ସୋ ରେ ଓ୍ଵାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ । ତଥାପି ସେ ସମସ୍ତ ଲୋକଙ୍କ ମନରେ ଏକ ସୁନ୍ଦର ସ୍ଥାନ ତିଆରି କରିଛନ୍ତି । ଯାହା ଫଳରେ ସେ ଏହି ସୋ’ର ବିଜେତା ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.