ଏହି ହିରୋଇନ୍‌ ଲିକ୍‌ କଲେ ନିଜ ଘରର ଠିକଣା, ତାପରେ କ’ଣ ହେଲା ଜାଣନ୍ତୁ

ଏକ ଗିଫ୍ଟକୁ ନେଇ ସୋସିଆଲ ମିଡିଆ ପ୍ଲେଟଫର୍ମରେ ଅତ୍ୟଧିକ ଖୁସିରେ ନିଜ ଘରର ଠିକଣା ଖୁଲାସା କରି ଅଭିନେତ୍ରୀ ମାନୁଷୀ ଛିଲ୍ଲର ଇଣ୍ଟରନେଟରେ ଚହଳ ସୃଷ୍ଟି କରିଛନ୍ତି। ତାଙ୍କର ଠିକଣା ମିଳିବା ପରେ କୋର ଟିମ୍‌ ତାଙ୍କୁ ସୁରକ୍ଷାତ୍ମକ ଦୃଷ୍ଟିରୁ ଏହି ପୋଷ୍ଟକୁ ହଟାଇବା ପୂର୍ବରୁ ଲୋକମାନଙ୍କ ନଜର ଏହି ପୋଷ୍ଟରେ ପଡିସାରିଥିଲା।

ରିପୋର୍ଟ ଅନୁଯାୟୀ ୟସରାଜ୍‌ ଫିଲ୍ମ ନିଜର ସବୁଠାରୁ ବଡ ଐତିହାସିକ ପୃଥ୍ଵୀରାଜରେ ହିରୋଇନ୍‌ ଭୂମିକାରେ ମାନନୁଷୀଙ୍କ ନାଁ ଘୋଷଣା କରିଥିଲେ। ମିସ୍‌ ଓ୍ଵାର୍ଲ୍ଡର ମୁକୁଟ ପିନ୍ଧି ଭାରତକୁ ଗୌରବାନ୍ଵିତ କରିସାରିଥିବା ମାନୁଷୀ ସୋସିଆଲ ମିଡିଆରେ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ ଏବଂ ପୃଥ୍ଵୀରାଜ ଫିଲ୍ମ ଘୋଷଣା ହେବା ପରେ ତାଙ୍କର ଲୋକପ୍ରିୟତା ଆହୁରି ବଢିବାରେ ଲାଗିଛି।

chillarସୂଚନା ମୁତାବକ ମାନୁଷୀ ଘର ଆଗରେ ଫୁଲର ଅନେକ ଗୁଡିଏ ଫୁଲତୋଡା ଦେଖି ଅତ୍ୟନ୍ତ ଖୁସି ହେବା ସହ ଧନ୍ୟବାଦ ଜଣାଇବା ସହ ନିଜ ଘରର ଠିକଣାକୁ ସାର୍ବଜନିକ କରିଦେଇଥିଲେ। ଏହାପରେ ମାନୁଷୀଙ୍କ ଘର ଆଗରେ ଫୁଲତୋଡାର ବଜାର ଲାଗିଯାଇଥିଲା। ମାନୁଷୀ ପ୍ରଥମ ଫିଲ୍ମରେ ହିଁ ପ୍ରଶସଂକମାନଙ୍କ ସହ ସାକ୍ଷାତ କରି ଖୁବ୍‌ ଖୁସି ହୋଇଥିଲେ। ଏଥିପାଇଁ ସେ ଫିଲ୍ମ ପୃଥ୍ଵୀରାଜର ନିଜର ସାଥୀ କଳାକାର ଏବଂ ଟେକ୍ନିସିଆନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.