ସୁଧୁରୁଛି ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ପୁଅ ଦେଲେ ସୂଚନା

ଗତ କାଲି ଖବର ଆସିଥିଲା ଯେ ୭୩ ବର୍ଷୀୟ ମିଥୁନ ଚକ୍ରବର୍ତ୍ତୀଙ୍କୁ ଫେବୃଆରୀ ୧୦, ଶନିବାର ସକାଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଅସ୍ଥିରତା ଅନୁଭବ କରିଥିଲେ, ଯାହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଠିକ୍‌ ଅଛି ବୋଲି ସୂଚନା ଆସିଛି । ଏହି ପରି ଭାବେ ମିଥୁନଙ୍କ ପୁଅ ସମସ୍ତଙ୍କୁ ସୂଚନା ଦେଇଛନ୍ତି ।

ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅଭିନେତାଙ୍କୁ ଫେବୃଆରୀ ୧୦, ଶନିବାର ଦିନ କୋଲକାତାର ଆପୋଲୋ ହସ୍ପିଟାଲକୁ ନିଆଯାଇଛି । ଅଭିନେତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ଯାହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଭେଟେରାନ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପରେ ଚିନ୍ତିତ ହୋଇଛନ୍ତି । ଏହି ପରିସ୍ଥିତିରେ ମିଥୁନଙ୍କୁ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ପୁଅ କହିଛନ୍ତି ଯେ  ବାପା ଭଲ ଅଛନ୍ତି ଏବଂ ହସ୍ପିଟାଲରେ ଏହା ନିତିଦିନିଆ ଯାଞ୍ଚ କରାଯାଉଛି ।

 

ତେବେ ଗତ କାଲି ଖବର ଆସିଥିଲା ଯେ ୭୩ ବର୍ଷୀୟ ମିଥୁନ ଚକ୍ରବର୍ତ୍ତୀଙ୍କୁ ଫେବୃଆରୀ ୧୦, ଶନିବାର ସକାଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଅସ୍ଥିରତା ଅନୁଭବ କରିଥିଲେ, ଯାହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଠିକ୍‌ ଅଛି ବୋଲି ସୂଚନା ଆସିଛି । ଏହି ପରି ଭାବେ ମିଥୁନଙ୍କ ପୁଅ ସମସ୍ତଙ୍କୁ ସୂଚନା ଦେଇଛନ୍ତି । ସେ ଏପରି ମଧ୍ୟ କହିଛନ୍ତି ଯେ ଏବେ ଚିନ୍ତା କରିବାର କିଛି ନାହିଁ । ଏହା ବ୍ୟତୀତ ତାଙ୍କ ଫ୍ୟାନ୍ସ ସେ ଠିକ୍‌ ହେଇଯିବା ପାଇଁ ପ୍ରାର୍ଥନା ମଧ୍ୟ କରୁଛନ୍ତି । ଲୋକମାନଙ୍କ ଚିନ୍ତା ଦେଖି ମିଥୁନଙ୍କ ପୁଅ ମିମୋହ କହିଛନ୍ତି ଯେ ତାଙ୍କ ବାପା ଭଲ ଅଛନ୍ତି ଏବଂ ଏହା ଆପୋଲୋ ହସ୍ପିଟାଲରେ ଏକ ନିତିଦିନିଆ ଯାଞ୍ଚ କରିବା ପାଇଁ ଆସିଛନ୍ତି ।  କିନ୍ତୁ ଆପଣମାନେ ଚିନ୍ତା ପ୍ରକାଶର କରିଥିବାରୁ ଧନ୍ୟବାଦ ।

 

ତେବେ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସମ୍ମାନଜନକ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ମିଥୁନ ହିନ୍ଦୀ ସିନେମାରେ ଡିସ୍କୋ ଡ୍ୟାନ୍ସର ଭାବରେ ମଧ୍ୟ ଜଣାଶୁଣା । ସେ ତାଙ୍କ ଅଭିନୟ କ୍ୟାରିଅରରେ ଫିଲ୍ମ ‘ପରିବାର’, ‘ମେରା ୟାର ମେରା ଦୁଶମାନ’, ‘ବାତ୍‌ ବାନ୍ ଜାଏ’ ଏବଂ ‘ଦେୱାନା ତେରେ ନାମ’ ପରି ପ୍ରାୟ ୩୫୦ ଫିଲ୍ମରେ କାମ କରିଛନ୍ତି । ଏହା ବ୍ୟାତୀତ  ଗତ ବର୍ଷ ନଭେମ୍ବରରେ ଟିଭି ସୋ ‘ସରେଗାପାମା’ର ଏପିସୋଡରେ ମିଥୁନ ମୁଖ୍ୟ ଅତିଥି ଭାବରେ ନଜର ଆସିଥିଲେ । ସେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି  । ଏହି ଅଭିନେତା ଅନେକ ଟିଭି ସୋ ରେ ମଧ୍ୟ ଜଜ୍‌ ଭାବେ ନଜର ଆସିଛନ୍ତି ।

 

ଗତ ୧୫ ଦିନ ଧରି ଅଭିନେତା ମିଥୁନ କୋଲକାତାର ବଙ୍ଗଳା ଫିଲ୍ମ ‘ଶାସ୍ତ୍ରୀ’ର ସୁଟିଂରେ ବ୍ୟସ୍ତ ଥିଲେ । ଏହା ସହ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲ’ ପରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଶେଷ ଥର ପାଇଁ ବଙ୍ଗଳା ଚଳଚ୍ଚିତ୍ର ‘କାବୁଲିୱାଲା’ରେ ଦେଖିବାକୁ ମିଳିଥିଲା । ତେବେ ଫିଲ୍ମ ‘କାଶ୍ମୀର ଫାଇଲ’ରେ ରିଟାୟଡ୍‌ ଆଇଏଏସ୍ ଅଫିସର ଭୂମିକାରେ ଅଭିନୟ କରିଥିଲେ । ଏହା ସହ ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ସପୋଟିଙ୍ଗ୍‌ ଅଭିନେତା ଭାବରେ ‘ଫିଲ୍ମଫେୟାର ଆଓ୍ଵାର୍ଡ ମଧ୍ୟ ମିଳିଥିଲା ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.