ଗୋଲାପୀ ଲେହେଙ୍ଗାରେ ରୟାଲ ଲୁକ ଦେଲେ ମୁକେଶ ତନୟା ଇଶା ଅମ୍ବାନୀ

ଦେଶର ସବୁଠୁ ବଡ ଧନୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କର ବିବାହ ଗତ ବର୍ଷ ଡିସେମ୍ବର ମାସ ୧୨ ତାରିଖରେ ଶିଳ୍ପପତି ଆନନ୍ଦ ପିରାମିଲଙ୍କ ସହ ହୋଇଥିଲା । ବାହାଘର ପରର ତାଙ୍କର କେତେ ଗୁଡିଏ ଫଟୋ ମଧ୍ୟ ଗଣ ମାଧ୍ୟମରେ ପ୍ରଚାର ପ୍ରସାର ହୋଇଥିଲା । ଯାହାକୁ ଦେଶ ବାସୀ ଖୁବ ପସନ୍ଦ କରିଥିଲେ । ଗତ କିଛି ଦିନ ତଳେ ଇଶା ନିଜ ବାପଘରେ ଅନୁଷ୍ଠିତ ହୋଇଥିବା ପ୍ରି-ୱେଡିଙ୍ଗ ଉତ୍ସବରେ ଯୋଗ ଦେଇଥିବା ନଜରକୁ ଆସିଥିଲେ । ଏନେଇ ଇଶାଙ୍କ କିଛି ନୂଆ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏହି ଫୋଟୋରେ ଇଶା ଏକ ଗୋଲାପୀ ରଙ୍ଗର ଖୁବ ସୁନ୍ଦର ଲେହେଙ୍ଗା ପିନ୍ଧିଥିବା ନଜର ଆସି ଥିବା ବେଳେ, ଲେହେଙ୍ଗା ଟିକୁ ଡିଜାଇନ କରିଛନ୍ତି ଆବୁ ଯାନୀ ଓ ସନ୍ଦୀପ ଖୋସଲା | ଏହାକୁ ପିନ୍ଧି ଇଶା ନିଜର ଖୁବ ଫଟୋ ସୁଟ ମଧ୍ୟ କରାଇଥିଲେ ।

 

isha

ଏହି ଫୋଟୋରେ ଲେହେଙ୍ଗା ସହ ଇଶା ଏକ ସୁନ୍ଦର ନେକ୍ଲେଶ ସହ ଏକ ମ୍ୟାଚିଙ୍ଗ କଡା ପିନ୍ଧିଥିବା ମଧ୍ୟ ପିନ୍ଧିଥିବା ଦେଖାଯାଇଥିଲା । ଏହି ଫଟୋରେ ଇଶା ନିଜ କେଶକୁ ମୁକୁଳା ରଖିବା ସହ ଲାଇଟ ମେକଅପ ନେଇଥିଲେ । ଏକ ପତ୍ରିକାକୁ ଦେଉଥିବା ସାକ୍ଷାତକାର ଦେବା ସମୟରେ ଇଶା କହିଥିଲେ କାମ ସମୟରେ ତାଙ୍କୁ ବିଶେଷତଃ ଭାରତୀୟ ପରିଧାନ ପିନ୍ଧିବା ଅଧିକ ପସନ୍ଦ ହୋଇଥାଏ । ତେଣୁ ସେ ଅଫିସ କୁ ଫର୍ମାଲ ତଥା ପ୍ରିଣ୍ଟଏଡ଼ କୁର୍ତ୍ତା ପିନ୍ଧି କରି ଆସିଥାନ୍ତି । ଆମେରିକାରେ ରହୁଥିବା ସମୟରେ ବି ସେ ଫର୍ମାଲ ଡ୍ରେସ ବଦଳରେ ଭାରତୀୟ ପରିଧାନକୁ ବେଶୀ ପସନ୍ଦ କରୁଥିଲେ ।

ଏହା ସହ ପଢନ୍ତୁ: ବାପରେ ସଲମାନଙ୍କର ଏ କି ରାଗ ! ସେଲଫି ଉଠାଇବାକୁ ଆସିଥିବା ଫ୍ୟାନଙ୍କ ସହିତ କଲେ କିଛି ଏମିତି, ଦେଖନ୍ତୁ ଭିଡିଓ

କିନ୍ତୁ କୌଣସି ବିଶେଷ ଉତ୍ସବ ସମୟରେ ସେ ଭାରତୀୟ ତଥା ଅନ୍ତରାଷ୍ଟ୍ରୀୟ ଡିଜାଇନରଙ୍କ ଦ୍ୱାରା କରାଯାଇଥିବା ପୋଷାକ ପିନ୍ଧିବା ଅଧିକ ପସନ୍ଦ କରନ୍ତି ବୋଲି ଇଶା କହିଛନ୍ତି । ପୂର୍ବରୁ ମଧ୍ୟ ଇଶା ନିଜ ଡ୍ରେସିଂ ଷ୍ଟାଇଲ ଓ ଫେସନକୁ ନେଇ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.