ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ କୁ ଅଶ୍ଲୀଳ ଏବଂ ପ୍ରଚାର ଭିତ୍ତିକ ବୋଲି କହିଲେ IFFI ଜୁରୀ ନାଦବ ଲାପିଡ, ଅନୁପମ ଖେର ଦେଲେ ଏମିତି ଜବାବ

ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଉପରେ ଟିପ୍ପଣୀ ଦେଇ ଫସିଛନ୍ତି ଇସ୍ରାଏଲର ରାଜଦୂତ ନାଦବ ଲାପିଡ । ଗୋଆ ଫିଲ୍ମ ଫେଷ୍ଟିଭାଲରେ ଇଣ୍ଟରନେସନ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ(IFFI))ର ଜୁରୀ ମୁଖ୍ୟ ନାଦବ ଲାପିଡ କହିଛନ୍ତି, ‘ ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ଏକ ଅଶ୍ଳୀଳ ଏବଂ ପ୍ରଚାର ଭିତ୍ତିକ ହୋଇଥିବା ଫିଲ୍ମ। ଆଉ ନାଦବଙ୍କ ଏମିତି ଟିପ୍ପଣୀର ମୁହଁତୋଡ ଜବାବ ଦେଇଛନ୍ତି ଅନୁପମ ଖେର ଏବଂ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ଏବେ ନାଦବ ଲାପିଡଙ୍କ ଏହି ବୟାନ ଭାଇରଲ ହେବାରେ ଲାଗିଛି । ଲାପିଡ କହିଛନ୍ତି, ଏହି ପ୍ରକାରର ଫିଲ୍ମ ଦେଖି ମୁଁ ଆଶ୍ଚର୍ଯ୍ୟ। କିଭଳି ଏହି ଫିଲ୍ମକୁ ଜାତୀୟ ପୁରସ୍କାର ମିଳିଲା ତାକୁ ନେଇ ମୁଁ ଚକିତ ହୋଇଛି ।
ଅଭିନେତା ଅନୁପମ ଖେର୍ ଏହାକୁ ନେଇ ନିନ୍ଦା କରିଛନ୍ତି। ସେ ଟ୍ୱିଟ୍ କରି ତାଙ୍କୁ ଟାର୍ଗେଟ୍ କରି କହିଛନ୍ତି, ‘ମିଛ କେତେ ଅଧିକ ହେଉ ନାହ କାହିଁକି, ସତ୍ୟ ତୁଳନାରେ ଏହା ସର୍ବଦା ଛୋଟ ହୋଇଥାଏ।
झूट का क़द कितना भी ऊँचा क्यों ना हो..
सत्य के मुक़ाबले में हमेशा छोटा ही होता है.. pic.twitter.com/OfOiFgkKtD— Anupam Kher (@AnupamPKher) November 28, 2022
ତେବେ ଏହାକୁ ନେଇ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଟ୍ୱିଟ୍ କରି କହିଛନ୍ତି, ଇସ୍ରାଏଲ୍ ଫିଲ୍ମ ନିର୍ମାତା ନାଦବ ଲାପିଡ ‘ଦ କଶ୍ମୀର ଫାଇଲ୍ସ’କୁ ଅଶ୍ଳୀଳ କହି ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇକୁ ଉପହାସ କରିଛନ୍ତି। ସେ ୭ ଲକ୍ଷ କଶ୍ମୀର ପଣ୍ଡିତଙ୍କ ଅପମାନ କରିଛନ୍ତି। ଏହା ଭାରତୀୟ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍ର ବିଶ୍ୱସନୀୟତା ପ୍ରତି ବଡ ଝଟ୍କା।
#Israeli filmmaker #NadavLapid has made a mockery of India’s fight against terrorism by calling #KashmirFiles a vulgar film .
He has insulted 7 lac #KashmiriPandits under the nose of the #BJP govt .
Its a big blow to #IFFIGoa2022 ‘s credibility.
Shame .— Ashoke Pandit (@ashokepandit) November 28, 2022
୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ନରସଂହାର ଉପରେ ଆଧାରିତ। ଏହି ଫିଲ୍ମ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥିଲା। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଅନେକ ପ୍ରଶଂସା କରିଥିବା ବେଳେ ଅନେକ ନିନ୍ଦା ମଧ୍ୟ କରିଥିଲେ।
ନାଦବ ଲାପିଡ ଜଣେ ସ୍କ୍ରିନ ରାଇଟର ଏବଂ ଫିଲ୍ମ ମେକର। ସେ ୨୦୧୧ରେ ପୋଲିସମ୍ୟାନ୍, ୨୦୧୪ରେ The Kindergarten Teacher, ୨୦୧୯ରେ Synonyms ଫିଲ୍ମର ନିର୍ଦ୍ଦେଶନା ଦେଇଥିଲ। ବିବାଦ ସହିତ ତାଙ୍କର ପୁରୁଣା ସମ୍ବନ୍ଧ ରହିଛି। ସେ IFFI ର ଜୁରୀ ଚେୟାରମ୍ୟାନ୍ ରହିଛନ୍ତି।