ଡ୍ରଗ୍ସ ଲିଙ୍କ ମାମଲାରେ ଆର୍ଯ୍ୟନ ଖାନଙ୍କୁ କ୍ଲିନଚିଟ ଦେଲା NCB

କ୍ରୁଜ ଡ୍ରଗ୍ସ ଲିଙ୍କ ମାମଲାରେ ଆର୍ଯ୍ୟନ ଖାନ ଙ୍କୁ କ୍ଲିନଚିଟ । NCB ଚାର୍ଜସିଟରେ ଆର୍ଯ୍ୟନଙ୍କୁ କ୍ଲିନଚିଟ । ସୁପର ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ NCB ଚାର୍ଜସିଟରେ କ୍ଲିନଚିଟ ମିଳିଛି । ଚାର୍ଜସିଟରେ ଆର୍ଯ୍ୟନଙ୍କ ନାଁ ନଥିବା ନେଇ ସୂଚନା । ଆର୍ଯ୍ୟନ ଡ୍ରଗ୍ସ ରଖିଥିବା ନେଇ କୌଣସି ପ୍ରମାଣ ନଥିବା କହିଛି NCB ଟିମ । କୄଜ ରେଡ଼ ପରେ ଆର୍ଯ୍ୟନଙ୍କୁ ଗିରଫ କରି ଜେଲ ପଠାଇଥିଲା NCB ଟିମ । ଗତ ବର୍ଷ ଅକ୍ଟୋବର ୩ ତାରିଖରେ ମୁମ୍ବାଇ ନିକଟରେ କୄଯ ରେଡ କରାଯାଇଥିଲା ଆଉ ସେହି ସମୟରେ ଆର୍ଯ୍ୟନଙ୍କ ସମେତ ତାଙ୍କର କିଛି ସାଙ୍ଗଙ୍କୁ ଦୋଷୀ ଠଉରାଇ ଗିରଫ କରିଥିଲା NCB ଟିମ ।

ଏନସିବି ଦ୍ୱାରା ଦାୟର ହୋଇଥିବା ଆରୋପପତ୍ରରେ ଆର୍ଯ୍ୟନଙ୍କୁ ଛାଡି ଆଉ ଚାରି ଜଣଙ୍କ ନାଁ ରହିଥିଲା । ଆଉ ଏବେ ଏଜେନ୍ସି ପକ୍ଷରୁ ଆର୍ଯ୍ୟନଙ୍କୁ କ୍ଲିନ ଚିଟ ମିଳିଛି । ୨୦୨୧ ଅକ୍ଟୋବର ମାସ ଆରମ୍ଭରେ ମୁମ୍ବାଇ କୄଜ ଡ୍ରଗ୍ସ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଅଦାଲତ ଶୁଣାଣି, ଅନେକ ନାଟକ ବାଜି ତଥା ୨୬ ଦିନର ଲମ୍ବା ଅବଧି ପରେ ବମ୍ବେ ହାଇକୋର୍ଟ ଅକ୍ଟୋବର ୨୮ ତାରିଖରେ ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରିଥିଲେ । ଆଉ ଏବେ ଏନସିବି ପକ୍ଷରୁ ତାଙ୍କୁ କ୍ଲିନ ଚିଟ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.