ଆଇପିଏଲ୍‌ ପରେ ପଞ୍ଚାୟତ ନିର୍ବାଚନ ଡ୍ୟୁଟି କରୁଛନ୍ତି ଧୋନୀ, ଫଟୋ ହେଉଛି ଭାଇରଲ

ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ ରେ ଚାରି ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ଚେନ୍ନାଇ ପ୍ଲେ-ଅଫରୁ ବାଦ୍ ପଡ଼ିବା ପରେ ମହେନ୍ଦ୍ର ସିହଂ ଧୋନୀ ଶୀଘ୍ର ଘରକୁ ଫେରି ଆସିଥିଲେ। ଏହା ମଧ୍ୟରେ ଏବେ ସୋସିଆଲ ମିଡିଆରେ ଏକ ଫଟୋ ଖୁବ୍ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଧୋନୀଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରୁଛନ୍ତି।

ଖବର ମୁତାବକ, ଝାଡ଼ଖଣ୍ଡରେ ଏବେ ପଞ୍ଚାୟତ ନିର୍ବାଚନ ଚାଲିଛି। ଏଥିରେ ଡ୍ୟୁଟି କରୁଥିବା ଜଣେ ବ୍ୟକ୍ତିଙ୍କୁ ଲୋକେ ଧୋନୀ ବୋଲି ଭାବୁଛନ୍ତି। କାରଣ ତାଙ୍କର ଚେହେରା କିଛି ପରିମାଣରେ ଧୋନୀଙ୍କ ସହ ମିଶି ଯାଉଛି। ଏହି ବ୍ୟକ୍ତି ଜଣଙ୍କର ନାମ ବିବେକ୍ କୁମାର ଏବଂ ସେ ସିସିଏଲରେ ସହାୟକ ପ୍ରବନ୍ଧକ ପଦବୀରେ କାର୍ଯ୍ୟ କରନ୍ତି।

ବିବେକ୍ କୁମାର ଏବେ ରାଞ୍ଚିରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଡ୍ୟୁଟି କରୁଛନ୍ତି। ଏମଏସ୍ ଧୋନୀଙ୍କ ପରି ଦେଖାଯାଉଥିବା ବିବେକଙ୍କ ସହ ଦେଖା କରିବା ପାଇଁ ଲୋକେ ସେଠାରେ ଗହଳି ଲଗାଉଛନ୍ତି ଏବଂ ତାଙ୍କ ସହ ଫଟୋ ଉଠାଉଛନ୍ତି। ବିବେକ କୁମାରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଛି।

dhoni
Photo credit: Cricket.surf

ସୂଚନାଯୋଗ୍ୟ, ଚଳିତ ଆଇପିଏଲରେ ଆରମ୍ଭରୁ ଧୋନୀ ଚେନ୍ନାଇ ସୁପର କିଙ୍ଗସ୍ ର ଅଧିନାୟକ ପଦ ଛାଡ଼ି ଦେଇଥିଲେ। କିନ୍ତୁ ପରେ ସେ ପୁଣି ଥରେ ସେ ଅଧିନାୟକ ପଦ ସମ୍ଭାଳିଥିଲେ। କାରଣ ସିଜନ୍ ମଝିରେ ଜାଡେଜା ଅଧିନାୟକ ପଦ ଛାଡ଼ି ଦେଇଥିଲେ। ତେବେ ଧୋନୀ ଆଗାମୀ ଆଇପିଏଲ୍ ସିଜନ୍ ମଧ୍ୟ ଖେଳୁଥିବାର ଦେଖାଦେବେ। ସେ ଆଗାମୀ ସିଜନରେ ଖେଳିବେ ଏବଂ ସେ ତାଙ୍କର ଶେଷ ମ୍ୟାଚ୍ ଚେନ୍ନାଇରେ ଖେଳିବାକୁ ପସନ୍ଦ କରିବେ ବୋଲି ଧୋନୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.