ଗଜପତି ଜିଲ୍ଲା ଗୁମ୍ମା ଠାରେ ସମ୍ପନ୍ନ ହେଲା ମା ସିଦ୍ଧେଶ୍ୱରୀଙ୍କ ଯାତ୍ରା

ପ୍ରତ୍ୟେକ ଗ୍ରାମରେ ଗ୍ରାମଠାକୁରାଣୀ ରହିଥାନ୍ତି ଏବଂ ଗ୍ରାମ ଠାକୁରାଣୀଙ୍କୁ ଖୁସି କଲେ ଗ୍ରାମରେ ସବୁବେଳେ ମଙ୍ଗଳ ହେଉଥିବା ବିଶ୍ୱାସ ଆଜି ମଧ୍ୟ ଗାଁ ଗହଳିରେ ଦେଖିବାକୁ ମିଳେ । ସେଥି ପାଇଁ ତ ପୁରାତନ କାଳରୁ ପ୍ରତ୍ୟେକ ଗାଁ ରେ ଗ୍ରାମ ଦେବୀଙ୍କ ପର୍ବ ପାଳିବା ପରମ୍ପରା ରହିଛି । ଏମିତିରେ ଗଜପତି ଜିଲ୍ଲାର ନାମନଗଡ ଗ୍ରାମରେ ପାଳିତ ହୋଇଛି ଠାକୁରାଣୀ ପର୍ବ ..

ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁସୀତ ଗୁମ୍ମା ବ୍ଲକର ନାମନଗଡ ଗ୍ରାମ । ଏହି ଗ୍ରାମରେ ହୀନ୍ଧୁ ଓ ଖ୍ରୀଷ୍‌ôୀୟାନ ଉଭୟ ଧର୍ମର ଲୋକେ ବସବାସ କରନ୍ତି । ତେବେ ଏଠାରେ ଉଭୟ ଧର୍ମର ବିଭିନ୍ନ ପର୍ବପର୍ବାଣୀ ମିଳିମିଶି ପାଳନ୍ତି ଗ୍ରାମବାସୀ । ପ୍ରତ୍ୟେକ ତିନିବର୍ଷରେ ଥରେ ପାଳନ ହେଉଥିବା ଗ୍ରାମ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ମଧ୍ୟ ପାଳନ ହୋଇଛି । ୫ଦିନ ଧରି ଚାଲିଥିବା ଏହି ପର୍ବ ୨୫ ମେରେ ଉଦଯାପିତ ହୋଇଛି । ଗ୍ରମବାସିଙ୍କ କହିବାନୁସାରେ ସ୍ଥାୟୀ ମନ୍ଦିର ବାପ ଘର ହୋଇଥିବା ବେଳେ ପର୍ବ ପାଇଁ ନିର୍ମାଣ ହୋଇଥିବା ମନ୍ଧିର ମାଁ ସିଦ୍ଧେଶ୍ୱରୀ ଠାକୁରାଣିଙ୍କ ଶାଶୁ ଘର । ପ୍ରତ୍ୟେକ ଦିନ ମାଁଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ତିନି ସଂନ୍ଧ୍ୟାରୁ ଗ୍ରାମ ପରିକ୍ରମା କରାଯାଇଥାଏ ।

ତେବେ ଏହି ପରିକ୍ରମା ବେଳେ ସ୍ୱତନ୍ତ୍ର କାଳିସୀ ଆସିଥାନ୍ତି । ମାଁଙ୍କ ସଂନ୍ଧ୍ୟ ଆଳତି ପରେ କାଳିସୀ ଦେହରେ ମାଁ ଆବିର୍ଭାବ ହେବା ପରେ ହିଁ ଗାଁ ପରିକ୍ରମା କରନ୍ତି ଠାକୁରାଣୀ । ପାରଳାରାଜଙ୍କ ବିଭିନ୍ନ ଗଡ ମଧ୍ୟରୁ ନାମନଗଡ ଅନ୍ୟତମ ଦୁର୍ଗ ଥିବାରୁ ଏଠାରେ ବିଷୋୟୀ ଅବା ମୁଠା ହେଡ୍ ମାନଙ୍କୁ ନିୟୋଜୀତ କରୁଥିଲେ । ତେବେ ମୁଠା ମୁଖ୍ୟ ମାନଙ୍କ ପ୍ରଥମ କର୍ତ୍ତବ୍ୟ ଥିଲା ଶତ୍ରୃ ଆକ୍ରମଣରୁ ଗଡକୁ ରକ୍ଷା କରିବା । ଆଉ ଏହି ଗଡ ରକ୍ଷା କରିବା ପାଇଁ ଠାକୁରାଣୀଙ୍କ ଆଶିର୍ବାଦ ରହୁଥିଲା। ମୁଠା ହେଡ୍ ଠାକୁରାଣିଙ୍କୁ ସନ୍ତୁଷ୍ଟ କରୁଥିଲେ ଆଉ ଠାକୁରାଣୀ ମୁଠା ହେଡଙ୍କୁ ନିଜ ଛତ୍ରଛାୟାରେ ରଖୁଥିଲେ । ଯାହାର ଉଦାହରଣ ଆଜି ଭି ଏଠାରେ ଦେଖିବାକୁ ମିଳେ ।

ଯେତେବେଳେ ଠାକୁରାଣି କାଳିସୀ ଙ୍କ ଦେହରେ ଆବିର୍ଭାବ ହୋଇ ବାଦ୍ୟରେ ଗ୍ରାମ ପରିକ୍ରମାରେ ବାହାରନ୍ତି ଶ୍ରହଶ୍ରାଧିକ ଘର ଥିବା ଏହି ନାମନଗଡ ଗ୍ରାମରେ ପ୍ରଥମେ ଗାଁ ବିଷୋୟୀ ତଥା ମୁଠା ହେଡ୍ କ୍ଷେତ୍ରୀ ବର ବିଷୋୟୀଙ୍କ ଘରେ ପ୍ରବେଶ କରି ତାଙ୍କ ଠାକୁର ଘରକୁ ଯାନ୍ତି । ପରେ ଗାଁ ପରିକ୍ରମା କରନ୍ତି । ସେହିପରି ପ୍ରତ୍ୟେକ ଦିନ ରାତ୍ର ବିଭିନ୍ନ ପ୍ରକାରର ନୃତ୍ୟ, ନାଟକ ପରିବେଶିତ ହୁଏ । ତେବେ ସବୁଠାରୁ ବିଶ୍ମୟର କଥା ଆଜିର ଆଧୁନିକ ଯୁଗରେ ପୌରାଣିକ ନାଟକ ଗୁଡିକ ଅଭ୍ୟସ କରି ଗ୍ରାମର ଯୁବକ ମାନେ ପର୍ବ ଦେଖଣାହାରୀଙ୍କୁ ସନ୍ତୁଷ୍ଟ କରାନ୍ତି ।

ଚଳିତ ଠାକୁରାଣୀ ଯାତ୍ରାରେ ସବୁ ଦିନ ଭଳି ଶେଷ ଦିନ ମଧ୍ୟ ନାଟକ ରାମାୟଣ ଉପରେ ପରିବେଶିତ ହୋଇଥିଲା । ତେବେ କୌଣସି ବାହାର କଳାକାର କି ନାଟକ ସଂସ୍ଥା ନୁହେଁ ବରଂ ଗାଁର ଯୁବକ ମାନେ ମଞ୍ଚସ୍ଥ କରିଥିଲେ ଏହି ନାଟକ । ଆଧୁନିକ ଯୁଗରେ ନିଶ୍ଚିତ ଭାବେ ଆମ କଳା ପରମ୍ପରା ରକ୍ଷା କରିବା ଦିଗରେ ଏହି ଗାଁର ଯୁବକ ମାନଙ୍କ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି । ସେପଟେ ୫ଦିନ ବ୍ୟାପି ଗାଁର ଘରେ ଘରେ କୁଣିଆ ଲୋକଙ୍କ ଭିଡ ସହ ଭୋଜିର ଆଶର ଦେଖିବାକୁ ମିଳିଥିଲା ।

ତିନି ବର୍ଷକୁ ଥରେ ହେଉଥିବା ଏହି ପର୍ବ ୨୦୨୧ରେ ହେବାକୁ ଥିଲା କିନ୍ତୁ କୋରଣା ପାଇଁ ଅନୁଷ୍ଟିତ ହୋଇପାରିନଥିବାରୁ ଚଳିତ ବର୍ଷ ଆୟୋଜକ ମାନେ ପର୍ବ କରିଛନ୍ତି ଆଉ ବହୁ ସଂଖ୍ୟାରେ ସମ୍ପର୍କୀୟ ଓ ଗ୍ରାମବାସୀ ଏହି ପର୍ବରେ ସାମିଲ ମଧ୍ୟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.