କଲ୍‌ ରେକର୍ଡ କହୁଛି : ୫ ଦିନରେ ସୁଶାନ୍ତଙ୍କୁ ୨୫ ଥର ଫୋନ୍‌ କରିଥିଲେ ରିୟା, ଚାହୁଁଥିଲେ ମେଣ୍ଟାଲ୍‌ ହସ୍‌ପିଟାଲ୍‌ରେ ଛାଡ଼ିବାକୁ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶୁସାନ୍ତ ସିଂହଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଅଡୁଆ ସୂତା ପରି ଜଟିଳ ହେବାରେ ଲାଗିଛି । ମିଳିଥିବା କଲ୍‌ ରେକର୍ଡ ଅନୁଯାୟୀ ଜାନୁଆରୀ ମାସରେ ରିୟା ସୁଶାନ୍ତଙ୍କୁ ୫ ଦିନରେ ୨୫ ଥର କଲ୍‌ କରିଥିଲେ । ରିୟା ସୁଶାନ୍ତଙ୍କୁ ମେଣ୍ଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରିବାକୁ ଚାହୁଁଥିଲେ ବୋଲି ସୁଶାନ୍ତ ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ଏପରି ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ବାପା ।

ଶୁସାନ୍ତଙ୍କ ମାନସିକ ସ୍ଥିତି ଖରାପ ଥିବା, ତାଙ୍କୁ ଡାକ୍ତର ଦେଖିବା ଓ ସେ ମେଡିସିନ୍‌ ଖାଉଥିବା କଥା ରିୟା କହିଥିଲେ । ହେଲେ ସୁଶାନ୍ତ କି ମେଡିସିନ୍‌ ଖାଉଥିଲେ ଓ ତାଙ୍କର ପ୍ରେସ୍‌କ୍ରିପ୍‌ସନ୍‌ କ’ଣ ଥିଲା ସେ ନେଇ ପୋଲିସ କି ତଥ୍ୟ ସଂଗ୍ରହ କରିଛି ସେ ସମ୍ପର୍କରେ କିଛି ଖବର ପ୍ରକାଶ ପାଇନାହିଁ ।

riya-2

ସୁଶାନ୍ତ କ’ଣ ପାଇଁ ରିୟାଙ୍କୁ ଆଭୋଏଡ୍‌ କରୁଥିଲେ ଯେ କି ତାଙ୍କ ସହ ରହୁଥିଲେ ଓ ତାଙ୍କର ସମସ୍ତ କଥା ବୁଝୁଥିଲେ । ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ରିୟା କ’ଣ ପାଇଁ ଶୁସାନ୍ତଙ୍କୁ ମେଣ୍ଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରିବାକୁ ଚାହୁଁଥିଲେ ।

ଏହା ପଛରେ ତାଙ୍କ ଟଙ୍କା ଡଡ୍‌ପ କରିବା ଯୋଜନା ଥିଲା କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ଶୁସାନ୍ତଙ୍କ ୧୫ କୋଟି ଟଙ୍କା ହଡପ୍‌ର ଖୋଳତାଡ ଏବେ ଇଡି ଆରମ୍ଭ କରିଛି । ସୁଶାନ୍ତଙ୍କୁ ଭୁଲ୍‌ ମେଡିସିନ୍‌ ଦିଆଯାଉଥିବାରୁ ସେ କ୍ଲଷ୍ଟ୍ରୋଫୋବିଆର ଅଭିଯୋଗ କରି ତାଙ୍କ ଭଉଣୀଙ୍କ ପାଖକୁ ଚଣ୍ଡିଗଡ଼ ଚାଲି ଯାଇଥିଲେ । ଏପରିକି ସେ ମୁମ୍ବାଇରୁ ସବୁଦିନ ପାଇଁ ସମ୍ପର୍କ କାଟି ହିମାଚଳ ପ୍ରଦେଶରେ ରହିବାକୁ ଚାହୁଁଥିଲେ ବୋଲି ଶୁସାନ୍ତଙ୍କ ବାପା କହିଛନ୍ତି ।

ସୁଶାନ୍ତ ଚଣ୍ଡିଗଡ଼ ଯିବା କଥା ରିୟା ଜାଣି ନଥିଲେ । ହେଲେ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ରିୟାଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ହେଲେ ରିୟା ସୁଶାନ୍ତଙ୍କୁ ବ୍ଲାକ୍‌ ମେଲ୍‌ କରି ମୁମ୍ବାଇ ଫେରିବାକୁ ବାଧ୍ୟ କରିଥିଲେ । ଏହି ସମୟରେ ରିୟା ସୁଶାନ୍ତଙ୍କୁ ୨୫ ଥର ଫୋନ୍‌ କରିଥିଲେ ।

ଏହି ସମସ୍ତ ଘଟଣାକୁ ଦେଖିଲେ ସୁଶାନ୍ତଙ୍କ ମୃତ୍ୟୁ ସହ ରିୟାଙ୍କ ସମ୍ପର୍କ ନେଇ ବହୁତ କିଛି ଇସାରା କରୁଛି । ସୁଶାନ୍ତଙ୍କ ମାମଲା ଏବେ ସିବିଆଇ ତଦନ୍ତ କରିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.