ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ନୂଆ ମୋଡ, ଖୁଲାସା ହେଲା ଆଶ୍ଚର୍ଯ୍ୟକର ତଥ୍ୟ

ଓଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ମୁମ୍ବାଇ ପୋଲିସ ଲଗାତର ଯାଞ୍ଜ କରୁଛି। ସୂଚନା ଅନୁଯାୟୀ ପୋଲିସ ଦାବି କରିଛି ଯେ ଏବେ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଜରେ ଏକ ତଥ୍ୟ ମିଳିଛି। ଯେଉଁଥିରେ ଜଣାପଡିଛି ସୁଶାନ୍ତ ଗତ ବର୍ଷ ଅକ୍ଟୋବରରେ ମୁମ୍ବାଇର ଏକ ହସପିଟାଲରେ ଡିପ୍‌ ଡିପ୍ରେସନ ସମସ୍ୟାକୁ ନେଇ ଏକ ସପ୍ତାହ ପାଇଁ ଆଡମିଟ୍‌ ହୋଇଥିଲେ। ସୁଶାନ୍ତ ଗତ କିଛି ବର୍ଷ ମଧ୍ୟରେ ୫ ଅଲଗା ଅଲଗା ମନୋଚିକିତ୍ସକଙ୍କୁ ଭେଟି ସାରିଥିଲେ। ମୁମ୍ବାଇ ପୋଲିସ ଏମାନଙ୍କ ମଧ୍ୟରୁ ଦୁଇ ଜଣ ଡାକ୍ତରଙ୍କୁ ପଚରାଉଚୁରା କରି ବୟାନ ରେକର୍ଡ କରିଛି।

sushantଜଣେ ଡାକ୍ତର ନିଜ ବୟାନରେ ଜଣାଇଛନ୍ତି ଯେ ସେ ପ୍ରାୟ ବର୍ଷେ ହେବ ସୁଶାନ୍ତଙ୍କୁ ଚିକିତ୍ସା କରୁଥିଲେ। ସୁଶାନ୍ତଙ୍କୁ ରିୟା ଚକ୍ରବର୍ତ୍ତୀ ନିଜର ଜଣେ ବନ୍ଧୁଙ୍କ ସହାୟତାରେ ଭେଟିଥିଲେ। ସୁଶାନ୍ତ ସେହି ସମୟରେ ବହୁତ ଡିପ୍ରେସନ ଏବଂ ଟ୍ରମାରେ ଥିଲେ ଏବଂ କୌଣସି କାରଣ ପାଇଁ ସବୁବେଳେ ଚିନ୍ତାରେ ରହୁଥିଲେ। ନିଦ ନ ଆସିବା, ବିଶାଦରେ ରହିବା, ପ୍ରତ୍ୟେକଟି କଥାରେ ସନ୍ଦେହ ଦୃଷ୍ଟିରେ ଦେଖିବା ଆଦି ତାଙ୍କ ଠାରେ ପ୍ରାରମ୍ଭିକ ଲକ୍ଷଣ ଥିଲା।

sushant-singh-rajputସେ ଏହା ମଧ୍ୟ ଜଣାଇଛନ୍ତି ସୁଶାନ୍ତ ଯେତେବେଳେ ବି କାଉନସେଲିଙ୍ଗ୍‌ ପାଇଁ ଆସୁଥିଲେ ସେତେବେଳେ ରିୟା ତାଙ୍କ ସହିତ ଆସୁଥିଲେ। ତେବେ ଡାକ୍ତର ଜଣଙ୍କ ଆହୁରି ବହୁତ କିଛି ତଥ୍ୟ ଦେଇଛନ୍ତି ଯାହା ଏବେ ମଡିଆକୁ ସେୟାର କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.