Below header

ଓଲିଉଡ୍‌ ଷ୍ଟାରଙ୍କ ତୁ ତୁ ମେଁ ମେଁ, ପଦାରେ ପଡିଲା ଅଭିନେତା କଳି

ସମ୍ବଲପୁରରେ ରାମ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି ।

ଏଥର ଦଶହରାରେ ଏକାଧିକ ଓଡିଆ ଫିଲ୍ମ ରିଲିଜ ହୋଇଛି । ଦୂର୍ଗା ପୂଜାରେ ଅଭିନେତା ଅରିନ୍ଦମ ରାୟ ଓ ଅନୁଭବ ମହାନ୍ତିଙ୍କ ଫିଲ୍ମ ରାମ ପରଦା ଉପରକୁ ଆସିଛି । ସେହିପରି ଦଶହରା ରିଲିଜରେ ପ୍ରେକ୍ଷାଳୟକୁ ଆସିଛି ବାବୁସାନ୍ ଓ ଅମ୍ଳାନ ଅଭିନୀତ ମାଲ୍ୟଗିରି । ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ କଟକ, ଶେଷରୁ ଆରମ୍ଭ ମଧ୍ୟ ଦର୍ଶକୀୟ ଆଦ୍ରୁତି ପାଉଛି । ପୂର୍ବରୁ ରିଲିଜ ହୋଇଥିବା ମନୋଜ ମିଶ୍ରଙ୍କ ମାଇଣ୍ଡ ଗେମ୍ ଏବଂ ଅଭିନେତା ସବ୍ୟସାଚୀଙ୍କ ପୁଷ୍କରା ଦେଖିବା ପାଇଁ ମଧ୍ୟ ହଲରେ ଦର୍ଶକଙ୍କ ଗହଳି ଲାଗୁଛି । କୋଭିଡ ସମୟରେ ଦୁର୍ବଳ ହୋଇପଡିଥିବା ଓଡିଆ ଫିଲ୍ମ ଜଗତ ଦୀର୍ଘଦିନ ପରେ ମୁଣ୍ଡ ଟେକୁଥିଲା । ଏକାବେଳକେ ଏକାଧିକ ତାରକାଙ୍କ ଫିଲ୍ମ ପରଦା ଉପରକୁ ଆସିଥିଲା । ତେଣୁ ଏଥର ଦଶହରାରେ ଓଡିଆ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିତରେ ଉତ୍ସାହ ବି ଥିଲା । ରାମ/ମାଇଣ୍ଡ ଗେମ୍ , ହେଲେ ସମ୍ବଲପୁରରେ ରାମ ଫିଲ୍ମକୁ ରିଲିଜ କରାଇ ଦେଉନଥିବା ଅଭିଯୋଗ କରି ୟୁସିସିସର ଦ୍ୱାରସ୍ଥ ହୋଇଥିଲେ ଅରିନ୍ଦମ । କୁହାଯାଉଛି ଅଭିନେତା ଜିତୁ ମଙ୍ଗରାଜଙ୍କ ସହିତ ଶତ୍ରୁତା କାରଣରୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ସମ୍ବଲପୁରରେ ଏହି ଫିଲ୍ମକୁ ହଲରେ ରିଲିଜ କରାଇ ଦେଇନାହାନ୍ତି । ଯାହାକୁ ଖଣ୍ଡନ କରିଛନ୍ତି ମନୋଜ ମିଶ୍ର ।

ଓଡ଼ିଆ ଚଳଚ୍ଚିତ୍ର ରାମକୁ ସମ୍ବଲପୁର ରେ ବିରୋଧ ଘଟଣାରେ ପ୍ରଡ୍ୟୁସର ଆସୋସିଏସନର ବସିଥିଲା ସାମ୍ବାଦିକ ସମ୍ମିଳନୀ । ସମ୍ବଲପୁରରେ ରାମ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ମନୋଜ୍‌ ମିଶ୍ର । ସେ ଏକା ଚାହିଁଲେ ଗୋଟିଏ ଫିଲ୍ମକୁ ଅଟକାଇ ପାରିବେ ନାହିଁ ବୋଲି ସଫେଇ ରଖିବା ସହ, ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ଜିତୁ ମଙ୍ଗରାଜ ଏବଂ ମନୋଜ ମିଶ୍ରଙ୍କ ବ୍ୟକ୍ତିଗତ ଝଗଡା ପାଇଁ ବଳି ପଡୁଛନ୍ତି ପ୍ରଯୋଜକ । ବିଗ ବଜେଟରେ ରାମ୍ ଫିଲ୍ମ କରିଛନ୍ତି ଅଭିନେତା ଅରିନ୍ଦମ୍ । ଗତ ୨୦ ତାରିଖରେ ସାରା ଓଡିଶାରେ ହୋଇଥିଲା ରିଲିଜ । କିନ୍ତୁ ସମ୍ବଲପୁରରେ ଶୋ ବନ୍ଦ କରିଦେଲେ ମନୋଜଙ୍କ ସମର୍ଥକ । ଏନେଇ ଅରିନ୍ଦମଙ୍କୁ ଜଣାଇଥିଲେ ଡିଷ୍ଟ୍ରିବୁଟର । ପରେ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ ଅରିନ୍ଦମ୍ ।

ଅଭିଯୋଗ ନେଇ ଆଜି ବସିଥିଲା ଜରୁରୀ ବୈଠକ । ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସଂଘ । ଓଡିଆ ସିମେନା ଜଗତର ଚର୍ଚ୍ଚିତ ଚେହେରା ମନୋଜ ମିଶ୍ରଙ୍କୁ ବାସନ୍ଦ କରାଯାଇଛି। ତାଙ୍କୁ ୨ ବର୍ଷ ପାଇଁ ଓଲିଉରୁ ବାସନ୍ଦ କରିଛି ଉକ୍ରଳ ସିନେ ଚାମ୍ବର ଅଫ କମର୍ସ- ୟୁସିସିସି । ଏପରିକି ବାସନ୍ଦ ନିର୍ଦ୍ଦେଶକୁ ଅବମାନନା କରି ମନୋଜଙ୍କ ସହ ଫିଲ୍ମ ନିର୍ମାଣ କଲେ, ରାଜ୍ୟର କୌଣସି ହଲରେ ଫିଲ୍ମକୁ ରିଲିଜ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି ୟୁସିସିସି । ଏନେଇ ଫିଲ୍ମ ପ୍ରଯୋଜକ ସଂଘ ପକ୍ଷରୁ, ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନକୁ ଅବଗତ କରାଯାଇଥିବା କହିଛନ୍ତି ୟୁସିସିସିର ସଭାପତି ସଂଜୟ ନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.