ସନି ଦେଓଲଙ୍କ ‘ଗଦର ୨’କୁ ନେଇ ଏମିତି ରିଆକ୍ସନ ଦେଲେ ପାକିସ୍ତାନ ଜନତା

ସନି ଦେଓଲ ଓ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିବା ସହ ଜବରଦସ୍ତ ରୋଜଗାର କରିବାରେ ଲାଗିଛି । ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପାକିସ୍ତାନର କିଛି ଲୋକ ‘ଗଦର ୨’ର ଆକ୍ସନ୍‌ ସିନ୍‌କୁ ନେଇ ରିଆକ୍ସନ ଦେଇଛନ୍ତି ।

ସନି ଦେଓଲ ଓ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିବା ସହ ଜବରଦସ୍ତ ରୋଜଗାର କରିବାରେ ଲାଗିଛି । ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପାକିସ୍ତାନର କିଛି ଲୋକ ‘ଗଦର ୨’ର ଆକ୍ସନ୍‌ ସିନ୍‌କୁ ନେଇ ରିଆକ୍ସନ ଦେଇଛନ୍ତି । ‘ଗଦର ୨’ ଫିଲ୍ମର ଏକ ସିନ୍‌ରେ ସନି ଦେଓଲ ପାକିସ୍ତାନ ଲୋକଙ୍କୁ ହାତୁଡିରେ ମାରୁଥିବାର ଦେଖିବାକୁ ମିଳୁଛି। ତେବେ ଫିଲ୍ମଟିରେ ସନି ଦେଓଲଙ୍କ ଚରିତ୍ର ତାରା ସିଂ ହୋଇଥିବାବେଳେ, ସେ ନିଜ ପୁଅକୁ ବଞ୍ଚେଇବା ପାଇଁ ପାକିସ୍ତାନ ଭିତରକୁ ଯାଇଛନ୍ତି ।

gadar

ତେବେ ଯେଉଁ ଭିଡିଓ ଭାଇରାଲ ହେଉଛି, ସେଥିରେ ପାକିସ୍ତାନର ଏକ ଲୋକାଲ ରିପୋର୍ଟର ସ୍ଥାନୀୟ ଜନତାଙ୍କୁ ପଚାରୁଛନ୍ତି କି, ସନି ଦେଓଲଙ୍କ ଫିଲ୍ମରେ  ପାକିସ୍ତାନର କିଛି ଅଞ୍ଚଳରେ ପ୍ରତିଶୋଧ ନେବା ପାଇଁ ସେଠିକାର ଲୋକମାନଙ୍କୁ ହାତୁଡିରେ ମାରିବାର ଦୃଶ୍ୟ ଦେଖିବା ପରେ କିପରି ଅନୁଭବ ହେଉଛି? ଏହି ପ୍ରଶ୍ନ ଶୁଣି ସେଠିକାର ଜଣେ ବ୍ୟକ୍ତି କହିଛନ୍ତି କି, ସନି ଦେଓଲଙ୍କୁ ମଧ୍ୟ ମାରିବା ଦରକାର, ଯାହାଫଳରେ ସେ କାହାକୁ ଏକଥା କହିବାକୁ ଆଉ ସାହାସ କରିବେ ନାହିଁ । ଅନ୍ୟ ଜଣେ ଏହା ଦାବି କରିଛନ୍ତି କି, ସନିଙ୍କୁ ପାକିସ୍ତାନକୁ ଡକା ଯାଉ ଓ ସମସ୍ତ ନିତ୍ୟକର୍ମ କାର୍ଯ୍ୟ କରାଯାଉ । ନିଜ ଶକ୍ତି ଦେଖାଇବା ପାଇଁ ପାଣି ବାଲ୍ଟି ଉଠାନ୍ତୁ, ମଇଦା କିଣନ୍ତୁ ଓ ଅନେକ ଚିନି ପ୍ୟାକେଟ୍‌ ଉଠାନ୍ତୁ ।

ତେବେ ଏହି ଭିଜୁଆଲ୍ ଦେଖି ଆଉ ଜଣେ ୟୁଜର କହିଛନ୍ତି କି, ସନିଙ୍କୁ ପାକିସ୍ତାନ ଆସିବାକୁ କହିବୁ । ତାପରେ ଯାଇଁ ପାକିସ୍ତାନର ଛୁଆ କେତେ ସାହାସୀ ସେ ଜାଣିବେ । ଏମାନଙ୍କୁ ଫିଲ୍ମ ପାଇଁ ପଇସା ମିଳୁଛି ।  ବିନା କରଣରେ ଆମକୁ ଘୃଣା କରୁଛନ୍ତି ।

ସେହିଭଳି ଅନ୍ୟ ଜଣେ କହିଛନ୍ତି,  ଯଦି ଏହି ଚରିତ୍ର ଜଣକ ପାକିସ୍ତାନ ଆସନ୍ତି ତେବେ ସେ ଲଢିବେ । ଏକଥା ଶୁଣି ରିପୋର୍ଟର ଜଣକ ତାଙ୍କୁ ମନେ ପକାଇଦେଲେ ଯେ ସନି ଦେଓଲଙ୍କ ଢାଇ କିଲୋ ର ହାତ । ଏହା ଶୁଣି ୟୁଜର ଜଣକ କହିଲେ, ଏହାତ ମିଛ ହାତ… ଯଦି ସେ ଏଠାକୁ ଆସିବେ ତାହେଲେ ତାଙ୍କୁ ଏହି ହାତ ଭାରି ପଡିଯିବ । ମେକଅପ କରି ସିକ୍ସ ପ୍ୟାକ କରିଛନ୍ତି, ଏହାକୁ ଶେଷ କରିଦେବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.