ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ରିଲିଜ ହେଲା ଫିଲ୍ମ ‘ମେଁ ଅଟଳ ହୁଁ’ର ଫାଷ୍ଟ ଲୁକ୍‌, ଅଭିନେତାଙ୍କୁ ଚିହ୍ନିବା ହୋଇଗଲା କଷ୍ଟକର

ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଅଟଳଙ୍କ ବାୟୋପିକର ଫାଷ୍ଟ ଲୁକ୍‌ ରିଲିଜ ହୋଇଛି। ଏହି ଫିଲ୍ମରେ ଅଟଳଜୀଙ୍କ ଭୂମିକାରେ ଅଭିନେତା ପଙ୍କଜ ତ୍ରିପାଠୀ ନଜର ଆସିବେ। ଫିଲ୍ମର ପ୍ରଥମ ପୋଷ୍ଟର ଏବଂ ଲୁକର ଭିଡିଓ ଜାରି କରାଯାଇଛି । ପଙ୍କଜ ତ୍ରିପାଠୀଙ୍କୁ ଏଥିରେ ଚିହ୍ନି ହେଉନାହିଁ ।

ରବି ଯାଦବଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପୋଷ୍ଟର ଦେଖି ଫ୍ୟାନ୍ସ ଚକିତ ହୋଇଛନ୍ତି। ପ୍ରଥମ ଥର ପାଇଁ ପଙ୍କଜ ତ୍ରିପାଠୀ କୌଣସି ଫିଲ୍ମ ପାଇଁ ଏଭଳି ଲୁକ୍‌ ପରିବର୍ତ୍ତନ କରିଛନ୍ତି ।

ପଙ୍କଜ ତ୍ରିପାଠୀ ନିଜ ଟ୍ଵିଟର ଆକାଉଣ୍ଟରେ ଭିନ୍ନ ଭିନ୍ନ ଲୁକ୍‌ ଦେଖାଇଛନ୍ତି। ଆଉ ଏକ ଭିଡିଓ ସେୟାର କରି କହିଛନ୍ତି, କେବେ ବି ହଲଚଲ ନୁହେଁ, କେବେ ମୁଣ୍ଡ ନୁଆଁଇ ନାହିଁ । ମୁଁ ଏକ ଅନନ୍ୟ ଶକ୍ତି, ମୁଁ ସ୍ଥିର।

ଏହାଛଡା ଲେଖିଛନ୍ତି, ଏହି ଅନନ୍ୟ ବ୍ୟକ୍ତିତ୍ୱକୁ ପରଦାରେ ପ୍ରକାଶ କରିବାର ସୁଯୋଗ ଦିଆଯାଇଛି। ଏଥିପାଇଁ ମୁଁ ବହୁତ ଭାବପ୍ରବଣ । ମୁଁ କୃତଜ୍ଞ ଯେ, ଆସନ୍ତା ଡିସେମ୍ବରରେ ୨୦୨୩ରେ ଫିଲ୍ମ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.