ଅନୁଷ୍କାଙ୍କ ପରେ ପ୍ରିୟଙ୍କା, ରିସେପସନ୍ ପାର୍ଟିରେ ଆଶୀର୍ବାଦ ଦେବାପାଇଁ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ : ବଲିଉଡ଼ରେ ଚାଲିଛି ବିବାହର ଋତୁ। ନିକଟରେ ବଲିଉଡ଼ର ବାଜିରାଓ-ମସ୍ତାନୀ ପ ଦିପିକା ଏବଂ ରଣବୀରଙ୍କ ବିବାହ ଏବଂ ରିସେପସନ୍ ସରିଥିବା ବେଳେ ଚର୍ଚ୍ଚାରେ ରହିଛି ନିକ୍-ପିକଙ୍କ ବିବାହ। ଆଜ୍ଞା ହଁ, ଅଭିନେତ୍ରୀ ପ୍ରିୟଙ୍କା ଚୌପ୍ରା ଓ ନିକ୍ ଜୋନ ଦିଲ୍ଲୀରେ ତାଙ୍କର ପ୍ରଥମ ରିସେପସନ୍ ପାର୍ଟି ଦେଇଛନ୍ତି । ପାର୍ଟିରେ ପ୍ରିୟଙ୍କା ସିଲଭର ରଙ୍ଗର ଲେହଙ୍ଗାରେ ଖୁବ ସୁନ୍ଦର ଦେଖାଯାଉଥିଲେ । ଅନ୍ୟପଟେ ନିକ୍ ବି ବ୍ଲାକ ରଙ୍ଗର ସୁଟ୍ରେ କାଫି ହ୍ୟାଣ୍ଡସମ୍ ଲାଗୁଥିଲେ । ତାଙ୍କର ରିସେପସନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

modi

ସୂଚନା ଅନୁଯାୟୀ, ପ୍ରିୟଙ୍କା ଓ ନିକ୍ ମ୍ୟାରେଜ ରିସେପସନ୍ରେ ଯୋଗ ଦେବା ପାଇଁ ମୋଦିଙ୍କୁ ପ୍ରିୟଙ୍କା ଓ ନିକ୍ ସ୍ପେଶାଲ ଇନଭିଟେସନ୍ ଦେଇଥିଲେ । ମୋଦି ନିଉଲି ମ୍ୟାରେଡ୍ କପୁଲଙ୍କୁ ବିବାହର ଶୁଭକାମନା ଜଣାଇଛନ୍ତି । ମୋଦିଙ୍କୁ ପାଖରେ ପାଇ ପ୍ରିୟଙ୍କା ଓ ନିକ୍ ଖୁବ ଖୁସି ଦେଖାଯାଇଥିଲେ ।

narendra-modi

ଖାଲି ତାହା ନୁହଁ, ପିଏମ ମୋଦିଙ୍କ ସହ ପ୍ରିୟଙ୍କା ନିକ୍ କ୍ୟାମେରା ଆଗରେ ପୋଜ୍ ଦେଇଥିଲେ । ଏହି ସମୟରେ ପ୍ରିୟଙ୍କା ମୁଣ୍ଡରେ ଧଳା ରଙ୍ଗର ଫୁଲ ଓ ବେକରେ ଆକର୍ଷଣୀୟ ଜୁଏଲରୀ ପିନ୍ଧିଥିଲେ । କ୍ୟାମେରା ଆଗରେ ବି ପୋଜ ଦେଇଥିଲେ ପ୍ରିୟଙ୍କା ଓ ନିକ୍ । ରିସେପସନ୍ ପାର୍ଟି ର ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.