ଫେସବୁକରେ ଲାଇଭ ଆସି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କହିଲେ ବିଜେପି ଛାଡ଼ିବାର ମୁଖ୍ୟ କାରଣ : ଦେଖନ୍ତୁ

ଭୁବନେଶ୍ବର (କେନ୍ୟୁଜ୍) : ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଫେସବୁକ୍ ଲାଇଭ । ଆତ୍ମସମ୍ମାନ ଓ ଆତ୍ମମର‌୍ୟ୍ୟାଦା ପାଇଁ ବିଜେପି ଛାଡିଥିବା ବିଜୟ କହିଛନ୍ତି। ସମର୍ଥକଙ୍କ ମତାମତ ନେଲା ପରେ ଆଗାମୀ ରାଜନୈତିକ ନିଷ୍ପତ୍ତି ନିଆଯିବ। ଦିଲ୍ଲୀପ ବାବୁ ଫେରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଡିସେମ୍ବର ଭିତରେ ସମସ୍ତଙ୍କୁ ନିଷ୍ପତ୍ତି ଜଣାଇବି ବୋଲି ବିଜୟ କହିଛନ୍ତି। ସେହିପରି ହକି ବିଶ୍ୱକପ ଆୟୋଜନକୁ ବିଜୟ ପ୍ରଶଂସା କରିଛନ୍ତି । ଓଡ଼ିଶାରେ ହକି ବିଶ୍ୱକପ ହେବା କିଛି କମ କଥା ନୁହେଁ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ। ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା ବୋଲି ବିଜୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.