Below header

୨୦୧୯ ଏପ୍ରିଲରେ ଆସିବ ବାହୁବଲି ପ୍ରଭାସଙ୍କ ‘ସାହୋ’

‘ବାହୁବଲି’ର ଦୁଇ ଦୁଇଟି ଫିଲ୍ମ ଆସି ସାରା ବିଶ୍ୱକୁ ଚମକାଇ ସାରିଛି । ତା ସହିତ ଦକ୍ଷିଣ ଭାରତର ସୁପର ଷ୍ଟାର ପ୍ରଭାସଙ୍କୁ ଚିହ୍ନି ସାରିଛନ୍ତି ସମସ୍ତେ । ତାଙ୍କର ଅଭିନୟକୁ ମଧ୍ୟ ବେଶ୍‌ ତାରିଫ କରିଛନ୍ତି । ଫ୍ୟାନ୍‌ ଅପେକ୍ଷା କରିଛନ୍ତି ତାଙ୍କର ପରବର୍ତ୍ତୀ ଫିଲ୍ମ ‘ସାହୋ’କୁ । ‘ସାହୋ’ର ଏବେ ସୁଟିଂ ଚାଲିଛି । ଇଏ ବି ଗୋଟିଏ ବିଗ୍‌ ବଜେଟ୍‌ ସିନେମା । ଖୁବ୍‌ ରୋମାଞ୍ଚକର । ଏଥିରେ ପ୍ରଭାସଙ୍କ ସହ ବଲିଉଡ୍‌ ଷ୍ଟାର ଶ୍ରଦ୍ଧା କପୁର, ନୀଲ ନିତୀନ ମୁକେଶ, ଜ୍ୟାକି ଶ୍ରଫ୍‌ ପ୍ରମୁଖ ଅଭିନୟ କରିଛନ୍ତି । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡ୍‌ର ତ୍ରିମୂର୍ତ୍ତିି ଶଙ୍କର-ଏହସାନ-ଲୟ । ଫିଲ୍ମ ଆଗାମୀ ୨୦୧୯ ଏପ୍ରିଲ ଶେଷ ସପ୍ତାହରେ ରିଲିଜ୍‌ ହେବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.