‘କୋଭିଡ୍‌ ଟେଷ୍ଟ କ୍ୱିନ୍‌’ ସାଜିଲେ ପ୍ରୀତି ଜିଣ୍ଟା, ୩୫ ଦିନରେ କରିସାରିଲେଣି ୨୦ ଥର କରୋନା ଭାଇରସ୍‌ ଟେଷ୍ଟ

ଫିଲ୍ମ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ଆଇପିଏଲ୍‌ ଯୋଗୁ ଦୁବାଇରେ ଅଛନ୍ତି। ଯେ ନିଜ ଆଇପିଏଲ୍‌ ଟିମ୍‌ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବକୁ ଚିୟର କରିବାକୁ ସେଠାକୁ ଯାଇଛନ୍ତି। ପ୍ରୀତି ପ୍ରାୟତଃ ସୋସିଆଲ ମିଡିଆ ଜରିଆରେ ନିଜ ସହ ଜଡ଼ିତ ଅପଡେଟ୍‌ ଦେଇଥାନ୍ତି। ନିକଟରେ ପ୍ରୀତି ଜିଣ୍ଟା ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କରୋନା ଟେଷ୍ଟ କରାଉଥିବା ନଜର ଆସିଛନ୍ତି। ପ୍ରୀତିଙ୍କର ଏହି ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି।

ପ୍ରୀତି ଜିଣ୍ଟା ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭିଡିଓରେ ପିପିଇ କିଟ୍‌ ପିନ୍ଧି ଜଣେ ମହିଳା ମେଡିକାଲ ଷ୍ଟାଫ୍‌ ତାଙ୍କ ଟେଷ୍ଟ କରୁଛନ୍ତି। ଏହି ଭିଡିଓରେ ଅଭିନେତ୍ରୀ ଜଣକ କହୁଛନ୍ତି ମୁଁ କୋଭିଡ୍‌ କ୍ୱିନ୍‌ ବନିଯାଇଛି। ଇଏ ବହୁତ ଭଲ, କରୋନା ଟେଷ୍ଟ କରିବା ପାଇଁ ସବୁଠୁ ଭଲ ଲୋକ, ଇଏ ଟେଷ୍ଟ କଲେ ମୋତେ ଜମା କଷ୍ଟ ହୁଏନି। ଏହା ମୋର ୨୦ ତମ କୋଭିଡ୍‌ ଟେଷ୍ଟ। ଖୁସିର କଥା ହେଉଛି ସବୁର ରିପୋର୍ଟ ନେଗେଟିଭ୍‌ ଆସିଛି।

ଭିଡିଓ ସେୟାର କରି ପ୍ରୀତି କ୍ୟାପସନ୍‌ରେ ଲେଖିଛନ୍ତି ‘ମୋତେ ସମସ୍ତେ ପଚାରୁଛନ୍ତି ଆଇପିଏଲ୍‌ର ଟିମ୍‌ ବାୟୋ ବବଲରେ ରହିବାକୁ କେମିତି ଲାଗେ। କହି ରଖୁଛି ଯେ ଏହା ୬ ଦିନର କ୍ୱାରେଣ୍ଟାଇନ୍‌ରୁ ଆରମ୍ଭ ହୁଏ। ପ୍ରତି ୩-୪ ଦିନରେ ଥରେ କୋଭିଡ୍‌ ଟେଷ୍ଟ ଓ ବାହାରକୁ ଯିବା ବନ୍ଦ, କେବଳ ନିଜ ରୁମ୍‌ରେ, କିଙ୍ଗସ ୧୧ ପଞ୍ଜାବର ନିର୍ଦ୍ଧାରିତ ରେସ୍ତୋରାଁ, ଜିମ୍‌ ଓ କାରରେ ଷ୍ଟାଡିୟମ୍‌ ଯିବା। ଡ୍ରାଇଭର, ସେଫ୍‌ ସମସ୍ତେ ବାୟୋ ବବଲରେ ରହୁଛନ୍ତି। ଏଣୁ ବାହାରର କିଛି ଖାଇବା ନାହିଁ କି ଲୋକଙ୍କ ସହ କଥାବାର୍ତ୍ତା ନାହିଁ। ଯଦି ଆପଣ ମୋ ଭଳି ଫ୍ରି ଓ୍ଵାର୍ଡ ତେବେ ଏହା ଆପଣଙ୍କ ପାଇଁ ବହୁତ ମୁସ୍କିଲ ହେବ, କିନ୍ତୁ କ’ଣ କରିବା ଏହା ୨୦୨୦। ଆମେ ଖୁସି ଯେ ମହାମାରୀ ମଧ୍ୟରେ ବି ଆଇପିଏଲ୍‌ ଆୟୋଜିତ ହେଉଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.